ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Home minister Amit Shah to visit Odisha) । ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିବେ ଅମିତ ଶାହ । ଚଳିତ ମାସ ଶେଷ କିମ୍ବା ଆଗାମୀ ମାସ ପ୍ରଥମ ସପ୍ତାହରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହଛି । ଏନେଇ ଖୁବ ଶୀଘ୍ର ସ୍ଥାନ ଏବଂ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଏହା ପୂର୍ବରୁ ଗତ 7 ଅଗଷ୍ଟ 2022ରେ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର