ETV Bharat / state

ବାଲୁଗାଁ ଥାନା ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ - ବାଲୁଗାଁ ସଡକ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

ବାଲୁଗାଁ ଥାନା ନାଭାଲ ଛକରେ ଏକ ସଡକ ଦୁର୍ଘଟଣା ଘଟି ବାଲୁଗାଁ ଥାନା ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ
ସଡକ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ
author img

By

Published : Apr 18, 2021, 5:31 PM IST

ଖୋର୍ଦ୍ଧା: ବାଲୁଗାଁ ଥାନା ନାଭାଲ ଛକରେ ଘଟିଛି ସଡକ ଦୁର୍ଘଟଣା । ଏଥିରେ ବାଲୁଗାଁ ଥାନାର ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ହେଉଛନ୍ତି ଜଗତ ଜୀବନ ସେଠୀ ।

ସଡକ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

ଏକ ବାଇକ ଯୋଗେ ଖଲ୍ଲିକୋଟରୁ ବାଲୁଗାଁ ଆସୁଥିବା ବେଳେ 16ନଂ ଜାତୀୟ ରାଜପଥର ନାଭାଲ ଛକରେ ଏକ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଦମକଳ ବାହିନୀ ବାଲୁଗାଁ ମେଡିକାଲକୁ ଅଣିଥିଲା ମାତ୍ର ଡାକ୍ତର ସେଠାରେ ହୋମଗାର୍ଡଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବାଲୁଗାଁ ନାଭାଲ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.