ETV Bharat / state

ହକି ପ୍ରେମୀ ନିରାଶ, ଅନଲାଇନରେ କରିଥିଲେ ଟିକେଟ୍‌ ଅଫଲାଇନରେ ହୋଇଗଲା ଗାଏବ

କାଉଣ୍ଟରରୁ ଗାଏବ ହୋଇଗଲା ଅନଲାଇନରେ ହକି ପ୍ରେମୀ କରିଥିବା ଟିକେଟ । ଥାନାରେ କଲେ ଅଭିଯୋଗ ।

hocky final match ticket missing
hocky final match ticket missing
author img

By

Published : Jan 14, 2023, 2:10 PM IST

hocky final match ticket missing

ଭୁବନେଶ୍ବର: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଭୁବନେଶ୍ବର କଳିଙ୍ଗଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ ଗତକାଲି ପ୍ରଥମ ଦିନରେ ୪ଟି ମ୍ୟାଚ ରହିଥିବା ବେଳେ ଆଜି ମଧ୍ୟ ୪ଟି ମ୍ୟାଚ ରହିଛି । ଯାହାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । କାଉଣ୍ଟରରୁ ଟିକେଟ କିଣି ଷ୍ଟାଡିୟମରେ ଖେଳ ଦେଖୁଛନ୍ତି ହକି ପ୍ରେମୀ । ତେବେ ଏହାରି ମଧ୍ୟରେ ଟିକେଟ ବିକ୍ରିକୁ ନେଇ ଆସିଛି ସାଙ୍ଗାତିକ ଅଭିଯୋଗ । ଅନଲାଇନରେ ଫାଇନାଲ ମ୍ୟାଚ ପାଇଁ ଟିକେଟ କରିଥିବା ବେଳେ ଅଫଲାଇନରେ ଟିକେଟ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଦୁଇ ଯୁବକ ହକି ଫାଇନାଲ ମ୍ୟାଚ ପାଇଁ ଟିକେଟ କରିଥିବା ବେଳେ ଏବେ ଗାଏବ ହୋଇଯାଇଛି ଟିକେଟ । ଟିକେଟ ଆଣିବା ହକି ଟିକେଟ କାଉଣ୍ଟର ଯାଇଥିଲେ ଯୁବକ । ଟିକେଟ ଆଣିବା ପୂର୍ବରୁ କାଉଣ୍ଟରରେ ଥିବା ଅଧିକାରୀଙ୍କୁ ଦେଖାଇଥିଲେ କ୍ୟୁଆର କୋର୍ଡ । କିନ୍ତୁ ପୂର୍ବରୁ ଏହି ଟିକେଟ ବିକ୍ରି ହୋଇଯାଇଥିବା ଦେଖାଇଥିଲା । ତେବେ ନିଜ ନାଁରେ ହୋଇଥିବା ଟିକେଟ ଏବେ ଗାଏବ ହୋଇଯାଇଥିବା ଦୁଇ ଯୁବକ ବଳଭଦ୍ର ପଣ୍ଡା ଓ ବିଭୂତି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ମୁତାବକ ଭୁବନେଶ୍ବରରେ ଆୟୋଜନ ହେଉଥିବା ହକି ବିଶ୍ଵକପ ଫାଇନାଲ ମ୍ୟାଚ ପାଇଁ ଦୁଇ ଯୁବକ ଟିକେଟ କରିଥିଲେ । ଫାଇନାଲ ମ୍ୟାଚ ସମୟରେ ଟିକେଟ ମିଳିବା ସମ୍ଭବପର ହେବ ନା ନାହିଁ ସେଥିପାଇଁ ଦୁଇ ମାସ ପୂର୍ବରୁ କରିଥିଲେ ଟିକେଟ । ଟିକେଟ ଅନଲାଇନରେ କରିଥିବାରୁ ଅଫଲାଇନରେ ଟିକେଟ ଆଣିବାକୁ ଆଜି ଟିକେଟ କାଉଣ୍ଟରକୁ ଆସିଥିଲେ । ହେଲେ ଟିକେଟ ଦେବାକୁ ମନା କରିଦେଇଥିଲେ କାଉଣ୍ଟରରେ ଥିବା କର୍ମଚାରୀ । କାରଣ ନଭେମ୍ବର ୨୫ ତାରିଖ ୩ଟା୪୦ ମିନିଟରେ ଦୁଇ ଜଣଙ୍କର ଟିକେଟ ସ୍କାନ କରାଯାଇଛି । ଏହାର ଅର୍ଥ ଆଉ ଜଣେ କିଏ ଏହି ଦୁଇଟି ଟିକେଟ ନେଇଛି । ଏହା ଶୁଣିବା ପରେ ଦୁଇ ହକି ପ୍ରେମୀ ନିରାଶ ହୋଇ ଆମ ଟିକେଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ସହ ଟିକେଟ କିଏ ନେଇଛି କୁଆଡେ ଗାଏବ ହେଲା ସେନେଇ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଦୁଇ ଯୁବକ ।

ଅଭିଯୋଗକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ''ଏତେ ବଡ ହକି ବିଶ୍ଵକପର ଆୟୋଜନ କରାଯାଉଛି । ଖେଳ ପୂର୍ବରୁ ଟିକେଟ ବି କରୁଛନ୍ତି। ହେଲେ ଏଠାରେ କୌଣସି ସିସିଟିଭି କ୍ୟାମେରା ନାହିଁ । ମନ ଇଚ୍ଛା ଟିକେଟ କାରବାର ହେଉଛି । ନା ଅଛି ସିସିଟିଭି ନା ଅଛି ପୋଲିସର ସୁରକ୍ଷା । ଲୋକମାନେ ଟିକେଟ ପାଇଁ ଲମ୍ବା ଲାଇନ ଲଗାଇଥିଲେ ମଧ୍ୟ ଟିକେଟ ବଣ୍ଟନରେ ଦୀର୍ଘ ସମୟ ଲାଗିଛି । କାଉଣ୍ଟରରେ ଟିକେଟ ଦେବା ବେଳେ ଟିକେଟ ନେଉଥିବା ଲୋକଙ୍କର କୌଣସି ପରିଚୟ ପତ୍ର ଦେଖୁନାହାନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।’’

ସୂଚନା ଅନୁଯାୟୀ, ଗତକାଲି ଠାରୁ ଭୁବନେଶ୍ଵର ଓ ରାଉରକେଲା ଠାରେ ଆରମ୍ଭ ହୋଇଛି ହକି ବିଶ୍ଵକପ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ ଓ ରାଉରକେଲାରେ ମଧ୍ୟ ମ୍ୟାଚ୍ ରହିଛି । ହକି ମ୍ୟାଚକୁ ନେଇ ରାଜ୍ୟ ସରକାର ବିଭିନ୍ନ ସଚେତନତା କରୁଥିବା ବେଳେ ଏଭଳି ଟିକେଟ ଗାଏବ ଘଟଣା ହକି ପ୍ରେମୀଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.