ଭୁବନେଶ୍ବର: ଉନ୍ମଚିତ ହେଲା ହକି ପୁସ୍ତକ । କେଉଁ ଭୂମିକାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ ଏହି ପୁସ୍ତକରେ ସବିଶେଷ ତଥ୍ୟ ସହିତ ଲେଖା ହୋଇଛି । ଏହି ସହିତ ହକିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଡ୍ରାଗ ଫ୍ଲିକରଙ୍କ ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ଫିଜିସିଆନ ଡ଼ ସାଜୁ ଜୋସେଫ ଏହି ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକର ନାଁ ରହିଛି 'Seizing the opportunity'। ହକି 'ଆସୋସିଏସନ ଅଫ ଓଡ଼ିଶା' ପକ୍ଷରୁ ଆଜି (ଶୁକ୍ରବାର) ଏହି ପୁସ୍ତକଟି ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।
ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି କହିଛନ୍ତି ହକି ଖେଳରେ ଡ୍ରାଗ ଫ୍ଲିକର ପୋଜିସନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶ୍ବର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ସ୍ବତନ୍ତ୍ର ବିଶ୍ବସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ଏହି ଟିମ ଗୁଡିକ ସବ୍ଜୁନିୟର ଓ ଜୁନିୟରସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଛନ୍ତି । କେବଳ ଏଥିପାଇଁ ହିଁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଲ ହେଉଛି ।
ହକି ଖେଳରେ ଡ୍ରାଗ ଫ୍ଲିକରଙ୍କ ଭୂମିକାର ମହତ୍ବ ନେଇ ବିଖ୍ୟାତ ଫିଜିସିଆନ ଡ଼ ସାଜୁ ଜୋସେଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହା ସହିତ ସମ୍ମାନନୀୟ ଅତିଥି ଭାବେ କ୍ରୀଡା ବିଭାଗ ସଚିବ ଭିନୀଲ କ୍ରିଷ୍ଣା, ଏବଂ ସ୍ବତନ୍ତ୍ର ଅତିଥି ଭାବେ କଟକ-ଭୁବନେଶ୍ବର ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର