ETV Bharat / state

ପାଇକଙ୍କ ବୀରତ୍ବ ଗାଥା ବଖାଣୁଛି କାଞ୍ଜିଆଗଡର ଶିଳାଖଣ୍ଡ - ଲଢେଇର ପ୍ରମାଣ

ବ୍ରିଟିଶ ବିରୋଧରେ ପାଇକ ସଂଗ୍ରାମର ଇତିହାସ ମିଳିଛି । ଶିଳାଖଣ୍ଡ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା କୁହାଯାଇଛି ।

history of paika rebellion
ପାଇକ ସଂଗ୍ରାମର କୀର୍ତ୍ତିରାଜି
author img

By ETV Bharat Odisha Team

Published : Nov 22, 2023, 8:31 PM IST

ପାଇକ ସଂଗ୍ରାମର କୀର୍ତ୍ତିରାଜି

ଖୋର୍ଦ୍ଧା: ବ୍ରିଟିଶ ବିରୋଧରେ ପାଇକ ସଂଗ୍ରାମର ଆଉ ଏକ କୀର୍ତ୍ତିରାଜି କାଞ୍ଜିଆଗଡ଼ରେ ଦେଖିବାକୁ ମିଳିଛି । ବଡ଼ବଡ଼ ଶିଳାଖଣ୍ଡ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା କୁହାଯାଇଛି । ଏଠାରେ ଦେଖିବାକୁ ମିଳିଥିବା ଶିଳାଖଣ୍ଡର ରକ୍ଷଣାବେକ୍ଷଣ ସହ ଖନନ କରାଯାଇ ଗବେଷଣା ପାଇଁ ଉଠିଛି ଦାବି । ପାଇକ ସଂଗ୍ରାମର ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧା ଗଡ଼ । ଆଉ ବରୁଣେଇର ଅନତି ଦୂରରେ ଥିବା ନନ୍ଦପୁର ପଞ୍ଚାୟତର ମହାତପଲ୍ଲା ସ୍ଥିତ କାଞ୍ଜିଆଗଡ଼ରୁ ମିଳିଛି ପାଇକଙ୍କ ଇଂରେଜ ବିରୋଧ ଲଢେଇ ପ୍ରମାଣର ଶିଳାଲିପି ।

ଖୋର୍ଦ୍ଧା ଗଡ଼କୁ ଦଖଲ କରିବା ପାଇଁ ଇଂରେଜ ସୈନ୍ୟ ଖୋର୍ଦ୍ଧାର ଚାରିପଟୁ ଅଭିଯାନ ଆରମ୍ଭ କରିଥିଲେ ବୋଲି କୁହାଯାଏ । ଲୋକକଥା ଅନୁସାରେ, ଦଶହରା ସମୟରେ ଶସ୍ତ୍ରପୂଜା କରି ଗଡ଼ ଜଗିଥିବା 18 ଜଣ ପାଇକ ବିଶ୍ରାମ ନେଉଥିଲେ । ସେହି ସମୟରେ ଅସ୍ତ୍ର ବିରତିର ପରମ୍ପରା ଥିବାରୁ ଏହାର ସୁଯୋଗ ନେଇ ସେହି ୧୮ ଜଣ ପାଇକଙ୍କୁ ନିର୍ମମ ହତ୍ୟା କରିଥିଲେ ଇଂରେଜ ସୈନ୍ୟ । ଏହି 18 ଜଣ ପାଇକ ସମସ୍ତେ ଗୋଟିଏ ପରିବାରର ଓ ସମ୍ପର୍କରେ ଭାଇ ବୋଲି କୁହାଯାଏ । ଏହି ପାଇକମାନେ ଯିଏ ଯେଉଁ ବିଦ୍ୟାରେ ପାରଙ୍ଗମ ଥିଲେ ସେହି ଅନୁସାରେ ଯୁଦ୍ଧାସ୍ତ୍ର ଧରିଥିବାର ଛବି ପଥର ମାଧ୍ୟମରେ ଖୋଦେଇ କରି କାଳଜୟୀ ପାଇଁ ରଖାଯାଇଛି । ଏହାର ସଠିକ ରକ୍ଷଣାବେକ୍ଷଣ ସହ ଗବେଷଣା କରାଯିବାକୁ ଦାବି କରିଛନ୍ତି ପାଇକ ଗଡ଼ ବିକାଶ ମଞ୍ଚର ସଭାପତି ।

ଏହା ବି ପଢନ୍ତୁ...ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ; ବିଜେଡି ବିଜେପି ଦୋଷ ଲଦାଲଦି

ଏହା ବି ପଢନ୍ତୁ...ପାଇକ ଏକାଡେମୀକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ପୂର୍ବତନ ବିଧାୟକ ତଥା ପାଇକ ଦାୟାଦ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି, "ଖୋର୍ଦ୍ଧା ଏବଂ ଏହାର ଆଖ ପାଖ ଅଞ୍ଚଳର ବିଭିନ୍ନ ସମୟରେ ଉଦ୍ଧାର ହୋଇଛି ପାଇକଙ୍କ ଅନେକ କୀର୍ତ୍ତିରାଜି । ଇଂରେଜ ବିରୋଧରେ ଲଢେଇର ଅନେକ ବଳିଷ୍ଠ ପ୍ରମାଣ ରହିଛି ।" ଉଦ୍ଧାର ହୋଇଥିବା ଏଭଳି ଅନେକ କୀର୍ତ୍ତିରାଜିକୁ ଖୋର୍ଦ୍ଧାଠାରେ ସଂରକ୍ଷିତ କରି ରଖାଯିବା ସହ ଏକ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେହିଠାରେ ରଖି ଗବେଷଣା କଲେ ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ସେହିପରି କାଞ୍ଜିଆ ଗଡ଼ର ଏହି ଖୋଦିତ ଶିଳାଖଣ୍ଡକୁ ସଂରକ୍ଷିତ କରି ରଖିବା ସହ ଏହାକୁ ଖନନ କରାଗଲେ ପାଇକ ବିଦ୍ରୋହ ସମ୍ପର୍କିତ ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.