ETV Bharat / state

ଅର୍ଣ୍ଣବଙ୍କ ଗିରଫଦାରୀକୁ ବିରୋଧ କରି ଖୋର୍ଦ୍ଧାରେ ବିକ୍ଷୋଭ

author img

By

Published : Nov 7, 2020, 7:59 AM IST

ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ଗିରଫଦାରୀକୁ ବିରୋଧ କରି ଖୋର୍ଦ୍ଧାରେ ବିକ୍ଷୋଭ
ଅର୍ଣ୍ଣବଙ୍କ ଗିରଫଦାରୀକୁ ବିରୋଧ କରି ଖୋର୍ଦ୍ଧାରେ ବିକ୍ଷୋଭ

ଖୋର୍ଦ୍ଧା: ସାମ୍ବାଦିକ ଅର୍ଣ୍ଣବଙ୍କ ଗିରଫଦାରୀକୁ ବିରୋଧ କରି ରାଜ୍ୟରେ ପ୍ରତିବାଦ। ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସମର୍ଥନ ଜଣାଇ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ଶନିବାର ଉଭୟ ଦଳ ପକ୍ଷରୁ ପ୍ରତିବାଦ ସଭା ଓ ଶୋଭାଯାତ୍ରା କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ସାରା ଦେଶରେ ସାଧୁସନ୍ଥମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ମଧ୍ୟ ଦାବି ହୋଇଛି ।

ଏହି ଅବସରରରେ ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛି ସଂଗଠନ । ଗୀତାଭବନ ପଡିଆ ଠାରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ଉଦ୍ଧବ ଠାକେରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବଦେଶୀ ଜାଗରଣ ମଞ୍ଚ, ନାଗରିକ ସଚେତନ ମଞ୍ଚ, ଶିକ୍ଷାବିକାଶ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛନ୍ତି ।

ଗତ ବୁଧବାର ଦିନ ମୁମ୍ବାଇ ପୋଲିସ ବିନା କୌଣସି ନୋଟିସରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏଁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ଏନେଇ ରାଜ୍ୟର ଅନେକ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ଘଟଣାର ତୀବ୍ର ପ୍ରତିବାଦ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.