ETV Bharat / state

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍, ୫ ଜିଲ୍ଲାରେ ଆରମ୍ଭ ହେବ ପ୍ରକ୍ରିୟା

author img

By ETV Bharat Odisha Team

Published : Nov 1, 2023, 10:42 AM IST

ଖୁବଶୀଘ୍ର ଡିଗ୍ରୀ କଲେଜରୁ ଯୁକ୍ତ ଦୁଇ କଲେଜ ଅଲଗା ହେବାକୁ ଯାଉଛି । ଏନେଇ 5 ଜିଲ୍ଲାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

ଡିଗ୍ରୀ କଲେଜରୁ ଅଲଗା ହେବ +2 କଲେଜ୍
ଡିଗ୍ରୀ କଲେଜରୁ ଅଲଗା ହେବ +2 କଲେଜ୍

ଭୁବନେଶ୍ବର: ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ଡିଗ୍ରୀ କଲେଜରୁ ଅଲଗା ହୋଇ ଯୁକ୍ତ ଦୁଇ କଲେଜକୁ ହାଇସ୍କୁଲକୁ ସ୍ଥାନାନ୍ତରଣ କରାଯିବ । 5 ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ଅକ୍ଟୋବର 5 ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଡିଗ୍ରୀ କଲେଜରୁ ଅଲଗା ହେବ +2 କଲେଜ୍
ଡିଗ୍ରୀ କଲେଜରୁ ଅଲଗା ହେବ +2 କଲେଜ୍

ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ । କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ । ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ଯୁକ୍ତ ଦୁଇ କଲେଜ୍ । ଏନେଇ ଜମି ଉପଲବ୍ଧତା, ଅଧ୍ୟାପକ, ଭିତ୍ତିଭୂମି ଇତ୍ୟାଦି ଉପରେ ଏକ ତଥ୍ୟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀକୁ ଅସ୍ଥାୟୀ ଭାବେ ପୂରଣ କରାଯିବ । ଅବସର ପ୍ରାପ୍ତ ଅଧ୍ୟାପକ, ଅତିଥି ଅଧ୍ୟାପକ ନିଯୁକ୍ତ କରି ଶିକ୍ଷକ ମରୁଡ଼ି ସମସ୍ୟାର ଦୂର କରିବା ପାଇଁ ନିଷ୍ପତି ହୋଇଛି ।

ଏହା ବି ପଢନ୍ତୁ...ପ୍ରୋଭିଜନାଲ ପେନ୍‌ସନ୍‌ ରିଲିଜ ନକରିବା ପଡିଲା ମହଙ୍ଗା, ୭କଲେଜ ଅଧ୍ୟକ୍ଷଙ୍କୁ ନୋଟିସ

ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ଅନୁମୋଦିତ ନିୟମ ଅନୁସାରେ ଅଧ୍ୟାପକଙ୍କୁ ନିଯୁକ୍ତି କରାଯିବ । ଏପଟେ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡିକରେ ନୂତନ ଭାବରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । କେଉଁ କଲେଜରେ ପିଜି ପାଇଁ ସିଟ୍‌ ବଢାଯିବ କେଉଁ କଲେଜରେ ଚାହିଦା ରହିଛି କି ନାହିଁ ତାହା ଛାତ୍ରଛାତ୍ରୀଙ୍କ ପରୀକ୍ଷାରୁ ଆକଳନ କରାଯିବ । ଅନ୍ୟପଟେ କଲେଜ ସ୍ତରରେ ଅବସରପ୍ରାପ୍ତ ଅଧ୍ୟାପକମାନେ ମଧ୍ୟ କଲେଜମାନଙ୍କରେ ପୁନଃ ଯୋଗଦାନ କରିବା ପାଇଁ ନିଷ୍ପତି କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ଏକମାତ୍ର ମହିଳା ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା କରିବା ପାଇଁ ବାରମ୍ବାର ନିଷ୍ପତି ହୋଇଛି । ରମାଦେବୀ କଲେଜ ନିକଟରେ ଥିବା ଏକ ସ୍କୁଲକୁ ଯୁକ୍ତଦୁଇ ସ୍ଥାନାନ୍ତରଣ କରିବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିଲା । ଗୋଟିଏ କ୍ୟାମ୍ପସରେ ଯୁକ୍ତଦୁଇ ଓ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମ ଭଳି କ୍ଲାସ କରାଯାଉଥିବା ବେଳେ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସ୍ଥାନନ୍ତାରିତକୁ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ । ଏପଟେ ମଧ୍ୟ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରୁ ମଧ୍ୟ ଯୁକ୍ତ ଦୁଇ ଅଲଗା ନେଇ ନିଷ୍ପତି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.