ETV Bharat / state

ବିଜୁଳି ବିଲ୍ ଦେଉନାହାନ୍ତି ୧୬୫ଟି କଲେଜ, ମୟୂରଭଞ୍ଜରେ ସର୍ବାଧିକ ବକେୟା - ବିଜୁଳି ବିଲ୍ ପୈଠ ପାଇଁ କଲେଜକୁ ନିର୍ଦ୍ଦେଶ

ବିଜୁଳି ବିଲ୍ ପୈଠ କରୁନାହାନ୍ତି ରାଜ୍ୟର ଅନେକ କଲେଜ । ତୁରନ୍ତ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ବିଜୁଳି ବିଲ୍ ଦେଉନାହାନ୍ତି କଲେଜ
ବିଜୁଳି ବିଲ୍ ଦେଉନାହାନ୍ତି କଲେଜ
author img

By

Published : Aug 12, 2023, 7:24 AM IST

ଭୁବନେଶ୍ବର: ବିଜୁଳି ବିଲ୍ ଦେଉନାହାନ୍ତି ସରକାରୀ କଲେଜ । ରାଜ୍ୟର ୧୬୫ଟି ମହାବିଦ୍ୟାଳୟର ବିଜୁଳି ବିଲ୍ ଦୀର୍ଘ ଦିନ ହେଲା ବକେୟା ପଡିଛି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ୧୬୫ଟି ମହାବିଦ୍ୟାଳୟ ଉପରେ ଜୁନ ସୁଦ୍ଧା ୨୫ ଲକ୍ଷ ଟଙ୍କାର ବିଲ୍ ବାକି ରହିଛି । ବାଲେଶ୍ବର ଜିଲ୍ଲାରେ ୩୫ଟି ଶିକ୍ଷାନୁଷ୍ଠାନ ଉପରେ ୫ ଲକ୍ଷ, ମୟୂରଭଞ୍ଜର ୫୦ଟି ଶିକ୍ଷାନୁଷ୍ଠାନ ଉପରେ ୯ ଲକ୍ଷ, ଭଦ୍ରକର ୨୪ଟି ଶିକ୍ଷାନୁଷ୍ଠାନ ଉପରେ ୩ ଲକ୍ଷ, ଯାଜପୁରର ୨୪ଟି ଶିକ୍ଷାନୁଷ୍ଠାନ ଉପରେ ୩ ଲକ୍ଷ ଏବଂ କେନ୍ଦୁଝରର ୩୨ଟି ଶିକ୍ଷାନୁଷ୍ଠାନ ପ୍ରାୟ ୪ ଲକ୍ଷ ଟଙ୍କା ବିଜୁଳି ବିଲ୍ ଦେଇନଥିବା ଟାଟା ପାୱାର ଉତ୍ତରାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଛି । ଯାହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇ ବକେୟା ବିଲ୍ ପ୍ରଦାନ କରିବାକୁ କୁହାଯାଇଛି ।

ଚିଠିରେ ଉଲ୍ଲେଖ କରାଯାଇଥିବା ମହାବିଦ୍ୟାଳୟ ଏବଂ ଏହାର ହଷ୍ଟେଲର ବିଜୁଳି ଦେୟ ବକେୟା ରହିଛି । ପୂର୍ବରୁ ୯୯ ଲକ୍ଷ ଟଙ୍କା ବକେୟା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏପ୍ରିଲ୍ ଏବଂ ମେ' ମାସରେ ୬୩ ଲକ୍ଷ ବକେୟା ଟଙ୍କା ଆଦାୟ କରାଯାଇଥିଲା । ତେବେ ଆହୁରି ୨୫ ଲକ୍ଷ ଟଙ୍କା ଏବେ ବି ବାକି ପଡ଼ିଛି । ବାଲେଶ୍ଵର ଫକୀର ମୋହନ କଲେଜର ନର୍ଥ ହଷ୍ଟେଲରେ ବିଜୁଳି ବିଲ୍ ବକେୟା ରହିଥିବା ବେଳେ ମୟୂରଭଞ୍ଜର ନର୍ଥ ଓଡ଼ିଶା ୟୁନିଭରସିଟି, ଭଦ୍ରକ କଲେଜ, ବାରିପଦାର ୟୁଏନ କଲେଜ, ଯାଜପୁରର ଏନ୍ ସି କଲେଜ, ବାଲେଶ୍ଵରର ଏଫଏମ୍ କଲେଜ, ଏହି କଲେଜର ବାଣିଜ୍ୟ ବିଭାଗ, ଯାଜପୁରର ଇନ୍ଦିରା ଗାନ୍ଧୀ ମହିଳା କଲେଜ, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, ଏଫଏମ୍ କଲେଜର ଲାବରୋଟାରୀ ବିଲ୍ଡିଂ ଭଳି ଅନେକ କଲେଜରେ ଲକ୍ଷ ଲକ୍ଷ ଟଙ୍କାର ଦେୟ ବାକି ପଡିଛି ।

ଏହାମଧ୍ୟ ପଢନ୍ତୁ: Fake Certificate:ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ ଅଧ୍ୟାପକ

ଏହାମଧ୍ୟ ପଢନ୍ତୁ: ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପାଠପଢ଼ା

ଯଥାଶୀଘ୍ର ଏହି ବକେୟା ବିଲ୍ ଦାଖଲ କରିବା ପାଇଁ ଟାଟା ପାୱାର ଉତ୍ତରାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଛି । ବିଭାଗ ପକ୍ଷରୁ ମଧ୍ୟ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇ ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.