ETV Bharat / state

SAMS ନିୟମ ଉଲ୍ଲଙ୍ଘନ, ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି - ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ

ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 7, 2023, 8:32 PM IST

ଭୁବନେଶ୍ବର: ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସାମ୍ସ ନିୟମ ଉଲ୍ଲଂଘନ କରି ୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ ୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଆସନ୍ତା ୧୧ ତାରିଖ ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

show cause notice to 19 colleges
୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି

ସାମ୍ସ ନିୟମ ଉଲ୍ଲଙ୍ଘନ କରି ନାମ ଲେଖାଇଥିବାରୁ ପିଲାଙ୍କ ଭବିଷ୍ୟତ ଖରାପ ହେବାର ଆଶଙ୍କା ରହିଛି । ସରକାରୀ ମାର୍ଗ ଦର୍ଶିକାର ଉଲ୍ଲଘଂନ କରିଥିବାରୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ସେନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୧୯ଟି କଲେଜଗୁଡ଼ିକ ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ୨ଟି କଲେଜ, ବାଲେଶ୍ବରରେ ୨ ଟି କଲେଜ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ମାଲକାନଗିରି ଓ ନୟାଗଡ଼ରେ ଗୋଟିଏ ଲେଖାଏଁ କଲେଜ, କଟକରେ ୩ ଟି ଡିଗ୍ରୀ କଲେଜ, ଖୋର୍ଦ୍ଧା ଓ ପୁରୀରେ ୩ଟି ଲେଖାଁଏ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହା ବି ପଢନ୍ତୁ- ନନ୍ଦନକାନନରେ ନୂଆ ଅତିଥି, ୩ଟି ଶାବକଙ୍କୁ ଜନ୍ମଦେଲା ଧଳା ବାଘୁଣୀ ରୂପା

ନୋଟିସରେ ଉଲ୍ଲେଖ ରହିଛି ଯେ ୨୦୨୨-୨୩ ଶିକ୍ଷାବର୍ଷରେ ଆଡମିଶନ ହୋଇଥିବା କିଛି ଛାତ୍ରଛାତ୍ରୀଙ୍କ ଅପଡେଟ ସାମ୍ସରେ କରିବା ଲାଗି ନିର୍ଦ୍ଦେଶ ରହିଥିଲା । ମାତ୍ର ଏହି କଲେଜଗୁଡ଼ିକ ସାମ୍ସରେ କୌଣସି ଅପଡେଟ କରିନଥିଲେ । ଯାହାଦ୍ବାରା ସାମ୍ସର ନିୟମ ଉଲ୍ଲଘଂନ ହୋଇଛି । ଏପରି କରାଯିବା ଦ୍ବାରା ଇ-ଆଡମିଶନ ନିୟମର ଉଲ୍ଲଘଂନ ହେଉଛି । ଏନେଇ ଆସନ୍ତା ୧୧ ତାରିଖ ସୁଦ୍ଧା କାରଣ ଦର୍ଶାଅ ରିପୋର୍ଟ ଦାଖଲ କରିବା ଲାଗି ନୋଟିସରେ କୁହାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.