ETV Bharat / state

ସରକାରଙ୍କ ପ୍ରତିଶ୍ରୁତିରେ ଭରସା ନାହିଁ: ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘ

author img

By

Published : Apr 9, 2023, 10:39 PM IST

ବାରମ୍ବାର ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି ସରକାର । ରାଜଧାନୀରେ ପୁଣି ଗର୍ଜିଲେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଧିକ ପଢ଼ନ୍ତୁ

ରାଜଧାନୀରେ ପୁଣି ଗର୍ଜିଲେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ବର: ରାଜଧାନୀରେ ପୁଣି ଗର୍ଜିଲେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଚାକିରି ନିୟମିତ କରିବା ଦାବିରେ ପୁଣିଥରେ ଆଜି ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘ । ସରକାରଙ୍କ ମିଛ ପ୍ରତିଶ୍ରୁତି ଗୋଟେ ଅଭ୍ୟାସରେ ପରିଣତି ହୋଇଛି ବୋଲି ଅଭିଯୋଗ କରିଛି ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ । ତେବେ ନିକଟରେ ରାଜ୍ୟ ସରକାର ରାଜ୍ୟରୁ ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ଉଠାଇ ଦେଇଥିଲେ । ହେଲେ ଏହାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ ଚିଠି ବାହାରି ପାରୁନି । ଯାହାକୁ ନେଇ ଆଜି ପୁଣିଥରେ ଆନ୍ଦୋଳନରେ ବସିଛି ଶିକ୍ଷକ ସଙ୍ଘ ।

ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚାକିରୀ ନିୟମିତ ଦାବି ନେଇ ଏପ୍ରିଲ୍ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଥିଲେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ସଙ୍ଘ । ଏହାପରେ ଏପ୍ରିଲ ୪ ତାରିଖରେ ଏନେଇ ବିଭାଗୀୟ ମନ୍ତ୍ରୀ ଶିକ୍ଷକ ସଙ୍ଘ ସହ ଆଲୋଚନା କରି ଅତିଶୀଘ୍ର ନିଷ୍ପତ୍ତି ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହାକୁ ୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆନଯିବାରୁ ଆଜି ପୁଣି ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

ଏନେଇ ସଙ୍ଘର ସଭାପତି ପଞ୍ଚାନନ ଜେନା କହିଛନ୍ତି, "ମୁଖ୍ୟମନ୍ତ୍ରୀ ଗତ ଅକ୍ଟୋବର ୧୫ ତାରିଖରେ ନିଜର ଜନ୍ମଦିନରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରିବା ନେଇ ଘୋଷୋଣା କରିଥିଲେ । ହେଲେ ଏହାକୁ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରିଲା ନାହିଁ । କିନ୍ତୁ ଏହାରି ମଧ୍ୟରେ ଗଣଶିକ୍ଷା ସଚିବ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ବରିଷ୍ଠତା ଓ କନିଷ୍ଠତା ସମସ୍ୟା ଉପରେ ନିଷ୍ପତି ନେଇ ୧୫ ଦିନ ମଧ୍ୟରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ଦେବାର ୪ ମାସ ବିତିଯାଇଥିଲେ ମଧ୍ୟ ସମସ୍ୟାକୁ ସମାଧାନ ନକରି ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତରୁ ବଞ୍ଚିତ କରୁଛନ୍ତି । ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ, ମାତ୍ରାଧିକ ନିର୍ଯାତନା ଓ ନିୟମିତ କରିନଥିବାରୁ ସଙ୍ଘ ଏପ୍ରିଲ ପହିଲାରୁ ଆନ୍ଦୋଳନରେ ବସିଛି ।"

ତେବେ ଏହାରି ମଧ୍ୟରେ ସରକାର ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ସଙ୍ଘ ମନା କରିଦେଇଥିଲେ । ସଙ୍ଘର ମତ ହେଉଛି, "ଆମର ଆଲୋଚନା ନୁହେଁ, କେବଳ ଲିଖିତ ଆକାରରେ ଚିଠି ଦରକାର ।" ତେବେ ଏହି ସମୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇପାରେ । ଏଥିପାଇଁ ସରକାର ନିଜେ ଦାୟୀ ରହିବେ ବୋଲି ସଙ୍ଘ କହିଛି । ସଙ୍ଘ ଆହୁରି କହିଛି ଯେ, ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ହେଲେ ବିଭାଗର ମନ୍ତ୍ରୀ ଅଧିକାରୀମାନେ ଗୋଟିଏ କଥା କହୁଥିବା ବେଳେ କିଛି ସମୟ ପରେ ନିଷ୍ପତି ବଦଳି ଯାଉଥିବା କହିଛନ୍ତି ସଙ୍ଘର ସଭାପତି । ତେବେ ଯଦି ସରକାର ତୁରନ୍ତ ନିୟମିତ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.