ETV Bharat / state

ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି, ପ୍ଲାଏ ଦୋକାନରୁ ନେଇଗଲେ ୨କୋଟିର ସାମଗ୍ରୀ - ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି

ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି । ପ୍ଲାଏ ଦୋକାନରୁ ନେଇଗଲେ ୨କୋଟିର ସାମଗ୍ରୀ । ଜେସିବି ଲଗାଇ ଦୋକାନ ଭାଙ୍ଗି ଜିନିଷ ନେଇ ଛୁ ମାରିଲେ ଲୁଟେରା । ଅଧିକ ପଢ଼ନ୍ତୁ

ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି
ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି
author img

By

Published : Mar 26, 2023, 7:56 AM IST

ଭୁବନେଶ୍ବର: ରାଜଧାନୀରେ ଡକାୟତଙ୍କ ରାଜ । ହାଇପ୍ରୋଫାଇଲ ଅଞ୍ଚଳରେ ଲୁଟ୍ । ଜେସିବି ଲଗାଇ ଦୋକାନ ଭାଙ୍ଗି ଜିନିଷ ନେଇ ଛୁ ମାରିଲେ ଡକାୟତ । ଏପରି ଘଟଣା ସାମ୍ନାକୁ ଆସିଛି ନୟାପଲ୍ଲୀ ଥାନା ଅଞ୍ଚଳରୁ । ପ୍ଲଟ ନମ୍ବର ୧୪୭୦ ଆଇଆରସି ଭିଲେଜର ପ୍ରେସିଡେନ୍ସି ହୋଟେଲ କଡ଼ରେ ଘଟିଛି ଘଟଣା । କେବିଏମ କନଷ୍ଟ୍ରକସନ ନାଁରେ ଥିବା ଏକ ପ୍ଲାଏ ଦୋକାନକୁ ୧୦୦ରୁ ଊର୍ଦ୍ଧ୍ବ ଲୋକ ଆସି ରାତିଅଧରେ ଦୋକାନକୁ ଭାଙ୍ଗି ଲୁଟି ନେଇଥିଲେ ସାମଗ୍ରୀ ।

ଅଧିକ ପଢ଼ନ୍ତୁ: World Boxing Championship: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ଚୀନର ୱାଙ୍ଗ ଲୀନାଙ୍କୁ ୩-୨ର ହରାଇଲେ ସ୍ବିଟି ବୁରା

ଶୁକ୍ରବାର ବିଳମ୍ବିତ ରାତି ୧ଟାରେ ଏକ ଟ୍ରକ ଜରିଆରେ ଦୋକାନରେ ଥିବା ଦାମୀ ପ୍ଲାଏ ସହ ସାନିଟାରୀ ଆଇଟମ, ଫିଟି ବା ପାଇପ ନେଇ ଛୁ ମାରିଥିଲେ‌ ଡକାୟତ । ଦୁଇଟି ଜେସିବି ଲଗାଇ ଦୋକାନକୁ ପ୍ରଥମେ ଭାଙ୍ଗିଥିଲେ । ପରେ ଦୋକାନର ଦାମୀ ଜିନିଷ ସବୁ ବୋହି ନେଇ ଗାଡିରେ‌ ରଖିଥିଲେ‌ । ପରେ ଦୋକାନକୁ ପୁରା ଭାଙ୍ଗି ମାଟିରେ ମିଶେଇ ଫେରାର୍ ମାରିଛନ୍ତି । ଏନେଇ ଦୋକାନର ମାଲିକ ସୁବାଷ ଅଗ୍ରୱାଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ କିଛି ଲୋକଙ୍କୁ ଚିହ୍ନଟ କରିବା ସହ ଯେଉଁ ଗାଡିରେ ଚୋରି କରିଥିଲେ ସେ ଗାଡ଼ିର ଡ୍ରାଇଭର ହେଲ୍ପରକୁ ପଚରାଉଚରା କରିଛି ।

ଅଧିକ ପଢ଼ନ୍ତୁ: ଏଣିକି ଜଳବନ୍ଦୀ ସମସ୍ୟା ଭୋଗିବେନି ଶ୍ରୀକ୍ଷେତ୍ରବାସୀ ! ଜଳ ନିଷ୍କାସନ ପାଇଁ 1400 କୋଟି ବ୍ୟୟବରାଦ

ଏନେଇ ଦୋକାନର ମାଲିକ କହିଛନ୍ତି, ପାଖାପାଖି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚୋରି ଓ ନଷ୍ଟ ହୋଇଛି । ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛିି । ତେବେ ପ୍ରଶ୍ନ ଉଠୁଛି ଏହା ପଛରେ ଡକାୟତି ନା ଆଉ କିଛି ରହିଛି । ପୋଲିସ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ସିସିଟିଭି ମଧ୍ୟ ହାତରେ‌ ଲାଗିଛି । ଡକାୟତି ସମୟରେ କେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ତଥ୍ୟ ଯୋଗାଡ କରୁଛି ପୋଲିସ । ଏନେଇ କିଛି ଲୋକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସେପଟେ ଏଭଳି ଘଟଣା କମିସନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.