ETV Bharat / state

ରାଉରକେଲାରେ ଡରାଉଛି ହଇଜା; ସ୍ଥିତି ସମୀକ୍ଷା ପାଇଁ ଗଲା ଉଚ୍ଚ ସ୍ତରୀୟ ଟିମ - ଉଚ୍ଚ ସ୍ତରୀୟ ଟିମ ରାଉରକେଲା ଗସ୍ତ

Diarrhoea Outbreak in Rourkela: ରାଉରକେଲାରେ ବ୍ୟାପୁଛି ହଇଜା । ସ୍ଥିତି ସମୀକ୍ଷା ପାଇଁ ଗଲା ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ଟିମ୍ । ଅଧିକ ପଢ଼ନ୍ତୁ

ରାଉରକେଲାରେ ହଇଜା ଭୟ
ରାଉରକେଲାରେ ହଇଜା ଭୟ
author img

By ETV Bharat Odisha Team

Published : Dec 20, 2023, 2:23 PM IST

ରାଉରକେଲାରେ ହଇଜା ଭୟ

ଭୁବନେଶ୍ବର: ରାଉରକେଲାକୁ ନେଇ ରାଜ୍ୟ ସରକାରଙ୍କ ବଢିଲା ଚିନ୍ତା । ଇସ୍ପାତ ନଗରୀରରେ ହଇଜା ମାଡ଼ୁଥିବା ବେଳେ ଏହାକୁ ରୋକିବାକୁ ତତ୍ପରତା ପ୍ରକାଶ ପାଇଛି । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ହାଇଜା ସ୍ଥିତି ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଦୁଇ ସଚିବଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ ଏକ ଉଚ୍ଚସ୍ତରୀୟ ଟିମ୍ ରାଉରକେଲା ଅଭିମୁଖେ ବାହାରିଛନ୍ତି । ଏହି ଟିମ୍ ସେଠାରେ ପହଞ୍ଚି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ସମୀକ୍ଷା କରିବେ ।

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜା ସ୍ଥିତି ପୂର୍ବଭଳି ରହିଛି । ଏହି ସ୍ଥିତିର ସମୀକ୍ଷା ପାଇଁ ରାଉରକେଲା ଗସ୍ତ କରୁଛୁ । ସୂଚନା ଅନୁଯାୟୀ, ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ବ୍ୟାପିବା ପରେ ସେଠାକୁ ରାପିଡ ରେସପନ୍ସ ଟିମ୍ ପଠାଯାଇଛି । ଜଣେ ବରିଷ୍ଠ ଡାକ୍ତର ନୋଡାଲ ଅଫିସର ଭାବେ ସେଠି କାମ କରୁଛନ୍ତି । ସୁନ୍ଦରଗଡରୁ ଜଣେ ମାଇକ୍ରୋ ବାୟୋଲିଜିଷ୍ଟ ରାଉରକେଲାରେ ନିୟୋଜିତ ହୋଇଛନ୍ତି । ସେହିପରି ୨ ରୁ ୪ ମୋବାଇଲ ହେଲଥ୍ ଦଳ ନିୟୋଜିତ କରାଯାଇଛି । ଔଷଧ ସହ ଆବଶ୍ୟକୀୟ ସାମଗ୍ରୀ ନେଇ ଏହି ଟିମ୍ ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ସରକାରୀ ସ୍ତରରେ ସୂଚନା ଅନୁସାରେ, ରାଉରକେଲାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି । ୫୯୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତା' ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସହରର କେବଳ ଗୋଟିଏ ସ୍ଥାନରୁ ନୁହେଁ, ୧୨ ରୁ ୧୪ଟି ୱାର୍ଡରୁ କେସ୍ ଆସୁଛି । ସେଥିପାଇଁ ୬ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଫ୍ୟାକଲଟି ନିୟୋଜିତ କରାଯାଇଛି । ସିଡ଼ିଏମଓଙ୍କ ପକ୍ଷରୁ ୪ ଜଣ ଜୁନିୟର ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥିତସହ ୧୨ ଜଣ ଷ୍ଟାପ ନର୍ସ ଓ ଦୁଇ ଜଣ ଟେକ୍ନିସିଆନଙ୍କୁ ପଠାଯାଇଛି ।

ହସ୍ପିଟାଲଗୁଡିକରେ ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି । ଜିଲ୍ଲାପାଳ ସହରରେ ହଇଜା ସ୍ଥିତି ସମୀକ୍ଷା କରିଛନ୍ତି । ଦୂଷିତ ପାଣି ପାଇଁ ଏମିତି ଝାଡାବାନ୍ତି ବ୍ୟାପୁଥିବା ଜଣାପଡିଛି । ଲୋକମାନେ ବି କିଛି ଦିନ ହେଲା ପାଣିକୁ ନେଇ ଅଭିଯୋଗ କରିଥିଲେ । ଏହା ଜଳବାହିତ ରୋଗ ବୋଲି ପ୍ରଥାମିକ ପର୍ଯ୍ୟାୟରୁ ଜଣାପଡିଛି । ପାଣିରେ କ୍ଲୋରିନ କମ୍ ରହିଛି । ଜିଲ୍ଲାପାଳ ୱାଟକୋକୁ ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହରର ପାଣି ଟାଙ୍କି ସଫା କରିବାକୁ, ନାଳ ବିଶୋଧନ, ଟାଙ୍କିରୁ ଆସୁଥିବା ପାଣି ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.