ETV Bharat / state

ସ୍ଵାସ୍ଥ୍ୟ ବିଭାଗର ନିଷ୍ପତ୍ତି, ଅକ୍ଟୋବର ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟାର ମେଡିକାଲ କଲେଜ

author img

By

Published : Mar 29, 2023, 9:07 AM IST

ସ୍ଵାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ । ଅକ୍ଟୋବର ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ସ୍ଵାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ
ସ୍ଵାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ସ୍ଵାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏହା ଏକ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ହେବା ସହ ବର୍ତ୍ତମାନ 100 ଶଯ୍ୟା ବିଶିଷ୍ଟ ନେହେରୁ ଶତାବ୍ଦୀ ହସ୍ପିଟାଲରେ 330 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଏକ ଅଂଶ ହେବ ବୋଲି ମଧ୍ୟ ବୈଠକରେ କୁହାଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି । ହେଲେ ଏବେ ରାଜ୍ୟରେ ଖୋଲିଥିବା 7ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ ଯୋଡ଼ି ହୋଇଛି । ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି । ତେବେ ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ଦୂର ହେବ । ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯିବା ସହ ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ଚୁକ୍ତି କରାଯାଉଛି ।

ତେବେ ଅନ୍ୟପଟେ ରାଜ୍ୟରେ ଏବେ ନକଲି ଡ଼ାକ୍ତରକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । କିଭଳି ଭାବରେ ଯାଞ୍ଚ କରାଯିବ ସେନେଇ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ତେବେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ନକଲି ଡାକ୍ତରଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ । ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ଏହି ଟିଚିଂ ହସ୍ପିଟାଲ । ଏନେଇ ୯ଟି ସରକାରୀ ହସ୍ପିଟାଲର କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି । ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜାନୁଆରୀ ୨୦୨୩ କେନ୍ଦୁଝର ଟିଚିଂ ହସ୍ପିଟାଲ ଆରମ୍ଭ ହୋଇଥିବା ବେଳେ ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ । ବାଲେଶ୍ଵରର ଟିଚିଂ ମେଡିକାଲ କଲେଜର 48% କାମ ସାରିଥିବା ବେଳେ 500 ବେଡ଼ରୁ 650 ବେଡ଼ କରାଯାଉଛି । ସେହିପରି ବାରିପଦା ମେଡିକାଲ ଟିଚିଂ କଲେଜରେ 55% କାମ ସାରିଥିବା ବେଳେ 500 ବେଡ଼ରୁ 650 ବେଡକୁ ଉନ୍ନତି କରାଯାଉଛି ।

ଏଥିସହ ବଲାଙ୍ଗିର ମେଡିକାଲ ଟିଚିଂ କଲେଜରେ 53% କାମ ସାରିଥିବା ବେଳେ ଏହା 500 ବେଡ଼ରୁ 650 ବେଡ଼କୁ ଉନ୍ନତି କରାଯାଇଛି । ସେହିପରି ଭାବରେ ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ, ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲ କାମ ସରିବାକୁ ଥିବା ବେଳେ ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.