ETV Bharat / state

କଡାକଡି ହେବ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା: ମୁଖ୍ୟ ଶାସନ ସଚିବ

author img

By

Published : Jun 23, 2023, 7:19 AM IST

ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: କଡାକଡି ହେବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସୁଦୃଢ ରଣନୀତି ଓ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ସମେତ ବନ ବିଭାଗ, ରାଜ୍ୟ ପ୍ରଶାସନ ତଥା ରାଜ୍ୟ ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ବୈଠକରେ ଯୋଗ ଦେଇ ନିକଟରେ ସଶସ୍ତ୍ର ଶିକାରୀଙ୍କ ଦ୍ବାରା ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ଅବଗତ କରାଇଥିଲେ । ଅଭୟାରଣ୍ୟର ସୁରକ୍ଷା ପାଇଁ ଉଭୟ ସ୍ବଳ୍ପ ଏବଂ ଦୀର୍ଘ ମିଆଦୀ ଭିତ୍ତିରେ ଅଧିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୂଚନା ଦେଇଛନ୍ତି ଯେ, ବନରକ୍ଷୀ ଏବଂ ଫରେଷ୍ଟର ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ଚୟନ ଆୟୋଗକୁ ଅନୁରୋଧ କରାଯାଇଛି । ଏହା ମାଧ୍ୟମରେ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ବିଭାଗର ଅନ୍ୟ ଶାଖାରେ ଥିବା ମାନବ ସମ୍ବଳକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମୁତୟନ ପାଇଁ ନିୟୋଜିତ କରାଯାଉଛି । ଏସଟିଆରର ସୁରକ୍ଷା ପାଇଁ ଉଭୟ ଜଙ୍ଗଲ ଓ ପୋଲିସକୁ ନେଇ ଏକ ସ୍ବତନ୍ତ୍ର ଯୁଗ୍ମ ଟାସ୍କ ଫୋର୍ସ ଗଠନ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।

ଜଙ୍ଗଲ ଉପକଣ୍ଠ ଗ୍ରାମଗୁଡ଼ିକ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିୟମିତ ଭାବେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ଜଙ୍ଗଲ ଓ ବ୍ଲକ ଅଧିକାରୀଙ୍କ ସମ୍ପୃକ୍ତି ଉପରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏସଟିଆରର ସୁରକ୍ଷା ପାଇଁ ଉଭୟ ବନ ବିଭାଗ ଓ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇ ଏହା କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବାରିପଦାଙ୍କ ତତ୍ୱାବଧାନରେ ରହିବ । ବୈଠକରେ ମୁଖ୍ୟ ଶାସନ ସଚିବ ଦୃଢ଼ ଗୁଇନ୍ଦା ନେଟୱର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର/ ଉତ୍ପାଦନ ୟୁନିଟ୍ ଗୁଡ଼ିକରେ ଚଢ଼ାଉ ଏବଂ ଜବତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ କରିବା ସହିତ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି:

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଆଖପାଖ ଗ୍ରାମଗୁଡ଼ିକ ବେଆଇନ ଅସ୍ତ୍ରଶସ୍ତ୍ର/ ଉତ୍ପାଦନ ୟୁନିଟକୁ ଜବତ କରାଯିବ । ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ପ୍ରୟୋଗ କରାଯିବ । ଏହାସହ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ କମ୍ବିଂ ଅପରେସନ କରାଯିବ । ଗୁଇନ୍ଦା ନେଟୱର୍କକୁ ସୁଦୃଢ଼ କରାଯିବ । ମୟୂରଭଞ୍ଜ ଜିଲ୍ଲା ପୋଲିସ ଓ ବନ ବିଭାଗ ମିଳିତ ଭାବେ ଏକ ମାନକ ସଂଚାଳନ ବ୍ୟବସ୍ଥା ବିକଶିତ କରିବେ । ଜଙ୍ଗଲ ବିଭାଗ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଆଗ୍ନୟାସ୍ତ୍ରର ବ୍ୟବହାର ସମ୍ପର୍କରେ ଜିଲ୍ଲା ପୋଲିସ ପକ୍ଷରୁ ବନ କର୍ମଚାରୀଙ୍କୁ ନିୟମିତ ପ୍ରଶିକ୍ଷଣ ଦିଆଯିବ । ଏସଟିଆର ପାଖରେ ଉପଲବ୍ଧ ଡବଲ ବ୍ୟାରେଲ ବନ୍ଧୁକ ଭଳି ପୁରୁଣା ଅସ୍ତ୍ରଶସ୍ତ୍ର ବଦଳରେ ଜିଲ୍ଲା ପୋଲିସ ସହିତ ପରାମର୍ଶ କରାଯାଇ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବ ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସହ ପରାମର୍ଶ କରି ନିୟମିତ ଭାବେ ପଞ୍ଚାୟତିରାଜ ସଦସ୍ୟଙ୍କ ସକ୍ରିୟ ସଂପୃକ୍ତି ସମେତ ଗୋଷ୍ଠୀ ଅଂଶଗ୍ରହଣକୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୁନିଶ୍ଚିତ କରାଯାଇପାରିବ । ବିଭିନ୍ନ ପଦପଦବୀଗୁଡିକ ପୂରଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ନିଯୁକ୍ତି ନ ସରିବା ଯାଏ, ବନ ବିଭାଗ ଏବଂ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହାର ଅନ୍ୟ ଶାଖାର ବନ କର୍ମଚାରୀଙ୍କୁ ନିୟୋଜିତ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.