ETV Bharat / state

Intercontinental Cup: ଭାନୁଆଟୁକୁ ହରାଇ ଫାଇନାଲରେ ଭାରତ, ମଙ୍ଗୋଲିଆ-ଲେବାନନ ମ୍ୟାଚ ଡ୍ର - ଇଣ୍ଟରକଣ୍ଟିନେଣ୍ଟାଲ କପ 2023

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଭାରତର ଦମଦାର ପ୍ରଦର୍ଶନ । ଦ୍ବିତୀୟ ମୁକାବିଲାରେ ଭାନୁଆଟୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

Intercontinental Cup
india enter into Intercontinental Cup final
author img

By

Published : Jun 13, 2023, 7:30 AM IST

ଭୁବନେଶ୍ବର: ସଂଘର୍ଷପୂର୍ଣ୍ଣ ମ୍ୟାଚ । ନା ଗୋଲ କରୁଥିଲେ ନା ଗୋଲ କରିବାକୁ ସୁଯୋଗ ଦେଉଥିଲେ । ସମୟ ସରି ସରି ଆସୁଥାଏ । ଗୋଲ ସ୍କୋର କରିବାକୁ ସୁଯୋଗ ଖୋଜୁଥିଲେ ଭାରତ ଓ ଭାନୁଆଟୁ । ଶେଷରେ 80ମିନିଟରେ ଭାରତ ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲରେ ଭାରତ ତାର ଦ୍ବିତୀୟ ମୁକାବିଲାରେ ଭାନୁଆଟୁକୁ ଭେଟିଥିଲା । ଏହି ମ୍ୟାଚ ଭାନୁଆଟୁକୁ 1-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ସୁନୀଲ ଛେତ୍ରୀ ହିରୋ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ପାଇଁ ସୁନୀଲ ଛେତ୍ରୀଙ୍କ ଏହି ଗୋଲ ତାଙ୍କ କ୍ୟାରିୟରର 86ତମ ଗୋଲ ।

ଏହା ବି ପଢନ୍ତୁ...ICC ODI World Cup 2023: ଅକ୍ଟୋବର ୧୫ରେ ଭାରତ-ପାକ୍‌ ଲଢ଼େଇ !

ଭାରତ ବନାମ ଭାନୁଆଟୁ: ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଘରୋଇ ଭାରତ ବିପକ୍ଷ ଗୋଲକୋଷ୍ଟ ଉପରକୁ ଘନ ଘନ ଆକ୍ରମଣ କିରଥିଲା । କିନ୍ତୁ ଭାନୁଆଟୁ ଗୋଲକିପର ଭାରତ ଆକ୍ରମଣକୁ ମୁକାବିଲା କରି ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ସମୟ ସରି ସରି ଆସୁଥାଏ । ଗୋଲ ସ୍କୋର ସୁଯୋଗରେ ଥାନ୍ତି ଦୁଇଦଳ । ପ୍ରଥାମାର୍ଦ୍ଧରେ ଭାରତ ସପ୍ତମ ଥର ଆଟାକ କରି ମଧ୍ୟ ବିଫଳ ହୋଇଥିଲା । ମ୍ୟାଚରେ 37 ମିନିଟରେ ଭାରତର ମେହତାପ ସିଂ ଏକ ଗୋଲ କରିବାକୁ ପ୍ରୟାସ କରିଥିଲେ ମାତ୍ର ଭାନୁଆଟୁ ଖେଳାଳି ଏହାକୁ ବିଫଳ କରିଥିଲେ । 57ତମ ମିନିଟରେ ସୁନୀଲ ଛେତ୍ରୀ ଭାନାଆଟୁକୁ ପେନାଲ୍ଟି ବକ୍ସ ଭିତରେ ପ୍ରବେଶ କରାଇଥିଲେ । ମାତ୍ର ରକ୍ଷଣଭାଗ ଏହାକୁ ଅଟକାଇ ଦେଇଥିଲେ । 76ତମ ମିନିଟରେ ମଧ୍ୟ ଭାରତକୁ ସୁଯୋଗ ମିଳିଥିଲା ମାତ୍ର ସଫଳ ହୋଇନଥିଲା । 80ମିନିଟରେ ଗୋଲକିପରଙ୍କ ଡାହାଣ ପାର୍ଶ୍ବରେ ସୁବାଶିଷ ବୋଶ ପେନାଲ୍ଟି ବସ୍କକୁ ଏକ ଚମତ୍କାର ପାସ ଦେଇଥିଲେ । ସୁନୀଲ ଛେତ୍ରୀ ଏହାକୁ ଗୋଲପୋଷ୍ଟରେ ପହଞ୍ଚାଇ ଦଳକୁ ବିଜୟୀ କରାଇଥିଲେ । ବିଜୟ ସହ ସର୍ବାଧିକ 6 ପଏଣ୍ଟ ପାଇଁ ଟେବୁଲ ଶୀର୍ଷରେ ରହିଛି ଭାରତ । ଆସନ୍ତା 16 ତାରିଖରେ ଲେବାନନକୁ ଭେଟିବ ଭାରତ ।

ଏହା ବି ପଢନ୍ତୁ...WTC Final: ସମସ୍ତଙ୍କର କଟିଲା 100% ମ୍ୟାଚ୍‌ ଫି', 115% ଫାଇନ ଗଣିଲେ ଗିଲ୍‌

ମଙ୍ଗୋଲିଆ ବନାମ ଲେବାନନ: ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ସୋମବାର ପ୍ରଥମ ମ୍ୟାଚ ମଙ୍ଗୋଲିଆ ଓ ଲେବାନନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ଗୋଲଶୂନ୍ୟ ଡ୍ର' ହୋଇଛି । ଫଳର ଦୁଇଦଳ ପଏଣ୍ଟ ଭାଗ କରିଛନ୍ତି । ମଙ୍ଗୋଲିଆ ତାର ପ୍ରଥମ ମ୍ୟାଚରେ ଭାରତଠୁ 2-0 ଗୋଲରେ ପରାସ୍ତ ହୋଇଥିଲା । ଲେବାନନ ତାର ପ୍ରଥମ ମୁକାବିଲାରେ ଭାନୁଆଟୁକୁ 3-1 ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ମାତ୍ର ଦ୍ବିତୀୟ ମ୍ୟାଚ ଜିତି ପାରିନାହିଁ । ମଙ୍ଗୋଲିଆ ଓ ଲେବାନନ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି । ଫଳରେ 1 ପଏଣ୍ଟ ପାଇ ମଙ୍ଗୋଲିଆ ଖାତା ଖୋଲିଛି । ମ୍ୟାଚ୍‌ ଡ୍ର' ହୋଇଥିଲେ ସୁଦ୍ଧା ମାନ୍ୟତା ତାଲିକାରେ 99ତମ ସ୍ଥାନରେ ଥିବା ଲେବାନନ ବିପକ୍ଷରେ ମଙ୍ଗୋଲିଆ ଭଲ ପ୍ରଦର୍ଶନ କରିଥିଲା । ନା ଗୋଲ କରିଥିଲା ନା ଗୋଲ କରିବାକୁ ଲେବାନନକୁ ସୁଯୋଗ ଦେଇଥିଲା । ସମ୍ପୂର୍ଣ୍ଣ ମ୍ୟାଚରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଲେବାନନ 4 ପଏଣ୍ଟ ପାଇଛି । ପରବର୍ତ୍ତୀ ମ୍ୟାଚ୍‌ରେ ଜୁନ୍‌ 16ରେ ଘରୋଇ ଭାରତକୁ ଭେଟିବ ଲେବାନନ । ମଙ୍ଗୋଲିଆ ଭାନୁଆଟୁକୁ ଭେଟିବ ।

ଜୁନ 16 ତାରିଖରେ ଆଉ ଦୁଇଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ଭାନୁଆଟୁ ବନାମ ମଙ୍ଗୋଲିଆ ଓ ଦ୍ବିତୀୟ ମ୍ୟାଚ ଭାରତ ବନାମ ଲେବାନନ ମଧ୍ୟରେ ଖେଳାଯିବ । ଜୁନ 18 ତାରିଖରେ ଗ୍ରୁପ ଟପ୍ପର ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.