ETV Bharat / state

ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି, 15 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ - ୧୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ

କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

heavy rainfall expected in odisha
ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି
author img

By

Published : Apr 27, 2023, 8:25 PM IST

ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସକାଳେ ଡହଡହ ଖରା ଓ ତାତି ସହ ଅପରାହ୍ନରେ ଦେଖିବାକୁ ମିଳୁଛି କାଳବୈଶାଖୀ ବର୍ଷା । ବଙ୍ଗୋପସାଗରରେ ଗୁରୁଚାପ ବଳୟର ସକ୍ରିୟତା ଯୋଗୁଁ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟବାଷ୍ପ ଓଡିଶା ମଧ୍ୟକୁ ପ୍ରବେଶ କରୁଛି । ଏହି ଜଳୀୟବାଷ୍ପ ଫଳରେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା । ଏହି ବର୍ଷା ଆହୁରି 5 ଦିନ ପର୍ଯ୍ୟନ୍ତ ଜାରି ରହିବ । ବର୍ଷାକୁ ଯୋଗୁଁ ଯଦିଓ ତାତିରୁ ତ୍ରାହି ମିଳୁଛି କିନ୍ତୁ ଦିନର ତାପମାତ୍ରା ଲୋକଙ୍କୁ କଲବଳ କରୁଛି । ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଘଡଘଡି ବର୍ଷା ସହ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି । ଏହାସହ ବର୍ଷା ପାଇଁ ୧୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ-Brahmani Boat Tragedy: ନାବାଳକ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ଶକ୍ତିମନ୍ତ୍ରୀ

ଏହାସହ ୪ ଜିଲ୍ଲା ତଥା କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜରେ କୁଆପଥର ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟର କିଛି ସ୍ଥାନ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ସେହି ସମୟରେ ୪୦ରୁ ୫୦ କିମି ପବନ ବହିବା ସହ କୂଆପଥର ବର୍ଷାର ସମ୍ଭାବନା ରହିଥିବା ଆକଳନ କରିଛି ବିଭାଗ । ୬ ଜିଲ୍ଲା ଯେପରିକି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି କହିଲେ ବିଜୟ

ଅନ୍ୟପଟେ ଖରା ବା ତାତି ସହ ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସ୍ୱାଭାବିକ ତାପମାତ୍ରା ସହ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟର କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷ ହୋଇଥିବା ବେଳେ ରାୟଗଡାରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.