ETV Bharat / state

ରସଗୋଲା ଦିବସ; ପାହାଳରେ ଜମୁଛି ମିଠାର ଆସର

author img

By

Published : Jul 1, 2023, 9:01 PM IST

Updated : Jul 1, 2023, 11:04 PM IST

ଆଜି ହେଉଛି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମା'ଙ୍କୁ ରସଗୋଲା ଦେବେ ମହାପ୍ରଭୁ ଜଗନ୍ନାଥ । ପ୍ରତିଟି ଓଡ଼ିଆ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି । ତେବେ ଏହି ଦିବସ ଅବସରରେ ରସଗୋଲା ପାଇଁ ପ୍ରସିଦ୍ଧ ପାହାଳ ଠାରେ ଜମିଛି ମିଠାର ଆସର । ଅଧିକ ପଢ଼ନ୍ତୁ

ପାହାଳରେ ଜମୁଛି ମିଠାର ଆସର
ପାହାଳରେ ଜମୁଛି ମିଠାର ଆସର
ପାହାଳରେ ଜମୁଛି ମିଠାର ଆସର

ଭୁବନେଶ୍ବର: ଆଜି ହେଉଛି ମହାପ୍ରଭୁ ଶ୍ରୀଜଗନାଥଙ୍କ ନୀଳାଦ୍ରିବିଜେ । ମା' ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଦେବେ ରସଗୋଲା । ଏଥିପାଇଁ ଓଡ଼ିଶାରେ ଏହି ଦିନକୁ ୨୦୧୫ରୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏନେଇ ପୁରରୁ ପଲ୍ଲୀ ସବୁଠି ଜମିଛି ରସଗୋଲାର ଆସର । ଭଳିକି ଭଳି ରସଗୋଲାରେ ସଜେଇ ହୋଇଛି ଦୋକାନ । ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି । ଏହାକୁ ନେଇ ଚଳଚଞ୍ଚଳ ହୋଇଛି ପାହାଳର ରସଗୋଲା ଦୋକାନ ।

ତେବେ ପରମ୍ପରା ମୁତାବକ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଜଗନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିଥାନ୍ତି । ଆଉ ଯାତ୍ରା ଶେଷ ହେବାପରେ ରତ୍ନ ସିଂହାସନରେ ଅବସ୍ଥାନ ପାଇଁ ନୀଳାଦ୍ରିବିଜେ କରିଥାନ୍ତି । ହେଲେ ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ମା' ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି ମହାପ୍ରଭୁ, ଯେଉଁଥିପାଇଁ ଅଭିମାନ କରିଥାନ୍ତି ମା' । ଆଉ ପତ୍ନୀଙ୍କ ମାନଭଞ୍ଜନ ବା ରୋଷକୁ ଶାନ୍ତ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଇଥାନ୍ତି । ଯେବେଠାରୁ ଜଗନ୍ନାଥ ସଂସ୍କୃତି ରହିଛି, ସେବେଠାରୁ ଏହି ପରମ୍ପରା ରହିଆସିଛି । ତେବେ ୨୦୧୫ରୁ ଏହି ପରମ୍ପରାକୁ ନେଇ ଅନେକ ଗବେଷଣା ଓ ବହି ଲେଖା ଗୀତ ଲେଖା ହେବାପରେ ଶେଷରେ ଏହାକୁ ରସଗୋଲା ଦିବସ ବୋଲି ପାଳନ କରାଯାଉଛି । ଏହି ଦିବସ ଅବସରରେ ପ୍ରସିଦ୍ଧ ପାହାଳ ରସଗୋଲା ଖାଇବା ପାଇଁ ଲୋକଙ୍କ ଭିଡ ଲାଗିଛି । ସେପଟେ ରସଗୋଲା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ସମସ୍ତ ପାହାଳ ରସଗୋଲା ବ୍ୟବସାୟୀ ଆଜିର ଦିନରେ ବିଭିନ୍ନ ପ୍ରକାର ମିଠା ମଧ୍ୟ ବାନାଇଥାନ୍ତି ଓ ଲୋକଙ୍କ ମନଜାଣି ମିଠା ରସଗୋଲା ଦିଅନ୍ତି । ଆଜିର ଦିନରେ ପାହାଳରେ ରସଗୋଲା, ଛେନାପୋଡ଼, ଗୁଡ଼ ରସଗୋଲା, ଛେନାଗଜା ଏଭଳି ୪ରୁ ୫ ପ୍ରକାର ମିଠା ମିଳୁଛି । ଚାହିଦାରେ ରହିଛି ଗୁଡ଼ ମିଠା, କାରଣ ଗୁଡ ମିଠା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ତେବେ ଆଜିର ଦିନରେ ଦୋକାନୀ ମିଠା ପ୍ରସ୍ତୁତ କରି ଯେତିକି ଉତ୍ସାହର ସହ ଗ୍ରାହକଙ୍କୁ ଚାହିଁଥାଏ, ସେତିକି ଉତ୍ସାହରେ ଆଜି ଦିନର ସ୍ଵତନ୍ତ୍ରତାକୁ ନେଇ ଗ୍ରାହକ ମଧ୍ୟ ମିଠା ଖାଇଥାଏ । ତେଣୁ ଆଜିର ଦିନରେ ମିଠାର ଚାହିଦା ଓ ବିକ୍ରି ଭଲ ହୋଇଥାଏ ବୋଲି ପାହାଳର ବ୍ୟବସାୟୀ କହିଛନ୍ତି ।

ଅନ୍ୟପଟେ ରସଗୋଲାକୁ ନେଇ ଓଡ଼ିଶା ଓ ବଙ୍ଗଳା ମଧ୍ୟରେ ଅନେକ ବିବାଦ ଦେଖାଯାଇଥିଲା । ତେଣୁ ୨୦୧୮ରେ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ ହୋଇଥିଲା, ଆଉ ୨୦୧୯ ଜୁଲାଇରେ ଜିଆଇ ପାଇଲା ଓଡିଶା । ତେଣୁ ରସଗୋଲା କାହାର ମୌଳିକତା, ଏଥିରେ ଆଉ ସନ୍ଦେହ ନାହିଁ । ଏହାକୁ ନେଇ ଜଗନ୍ନାଥପ୍ରେମୀ ପ୍ରତିଟି ଓଡ଼ିଆ କହେ, ରସଗୋଲା ଆମର । ଏନେଇ ଗର୍ବ କରିବା ସହ ଖୁସିରେ ରସଗୋଲା ଖାଇ ପାଟିକୁ ମିଠା କରେ ପ୍ରତି ଓଡ଼ିଆ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.