ETV Bharat / state

କିଛି ଜିଲ୍ଲାରେ ଅସହ୍ୟ ଗରମ, ୧୭ଜିଲ୍ଲାରେ କାଳବୈଶାଖୀ ନେଇ ୟୋଲୋ ୱାର୍ଣ୍ଣିଂ

author img

By

Published : May 20, 2023, 10:57 PM IST

ରଜ୍ୟରେ ବଢିବ ଗରମ । ଅସହ୍ୟ ଗୁଳିଗୁଳି ସହ ଖରାର ଦାଉରେ ସିଝିବ ଓଡିଶା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ ୧୭ ଜିଲ୍ଲାରେ କାଳବୈଶାଖୀକୁ ନେଇ ୟୋଲୋ ୱାର୍ଣ୍ଣିଂ । ଅଧିକ ପଢ଼ନ୍ତୁ

୧୭ ଜିଲ୍ଲାରେ କାଳବୈଶାଖୀକୁ ନେଇ ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଅଗକୁ ଆହୁରି ବୃଦ୍ଧି ହେବ ତାପମାତ୍ରା । ବଢିବ ଖରା । ୪୫ ଡିଗ୍ରୀ ଛୁଇଁବ ରାଜ୍ୟର ତାପମାତ୍ରା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗିରହିବ ଏମିତି ପାଗ । ଅସହ୍ୟ ଗୁଳିଗୁଳି ସହ ଖରାର ଦାଉରେ ସିଝିବ ଓଡିଶା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାରା ସମ୍ଭାବନା ଥିବା ବେଳେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ ।

୬ଟି ଜିଲ୍ଲା ହେଉଛି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷର ସମ୍ଭାବନା ଥିବା ବେଳେ ଏହି ସମୟରେ ସତର୍କ ରହିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ଏହି ସମୟରେ ବରଫ ପଡିବା ସହ ୪୦ ରୁ ୫୦ କିମି ପବନ ବହିବାର ଆକଳନ କରିଛି ବିଭାଗ ।

ସେହିପରି ୧୭ ଜିଲ୍ଲା ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି । ସେହିପରି ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲା ସମେତ ଉପକୂଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: Modi Zelensky Talks: ଯୁଦ୍ଧ ଶେଷ ପାଇଁ ଯାହା ଆବଶ୍ୟକତା ଭାରତ କରିବ: ମୋଦି

ଏହାସହ ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସ୍ଥାନରେ ବରଫ ବର୍ଷା ମଧ୍ୟ ହୋଇଛି । ନବରଙ୍ଗପୁରରେ ସର୍ବାଧିକ ୫୪.୦ ମିମି ବର୍ଷା ରେକର୍ଡ କରାଯାଇଛି । ଗଜପତିର ଆରଉଦୟଗିରିରେ ୪୯ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀରି ରେ ୪୩.୭ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ସୋନପୁରରେ ୪୩ ଡିଗ୍ରୀ, ସୁନ୍ଦରଗଡ ୪୨.୮ । ଝାରସୁଗୁଡାରେ ୪୨ ଡିଗ୍ରୀ ଥିଲା । କାଲି ଭୁବନେଶ୍ବରର ତାପମାତ୍ର ୩୮.୪ ଡିଗ୍ରୀ ରହିଥିଲା । ତେବେ ବର୍ଷା ପ୍ରଭାବରେ କୋଷ୍ଟାଲ ଅଞ୍ଚଳର କିଛି କିଛି ସ୍ଥାନରେ ଗରମରୁ ତ୍ରାହି ମିଳିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.