ETV Bharat / state

heat wave: ବଢ଼ିବ ତାପମାତ୍ରା, ତତଲା କଡ଼େଇରେ ସିଝିବ ଓଡ଼ିଶା

author img

By

Published : Mar 12, 2023, 4:34 PM IST

ଆଜିଠୁ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଖରା । ଅଧିକ ପଢ଼ନ୍ତୁ

ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା
ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ବଢିବ ଖରା । ତତଲା କଡ଼େଇରେ ସିଝିବ ଓଡ଼ିଶା । ଆଜିଠୁ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ପୁଣି କଲବଲ କରିବ ଖରା । ବଦଳିବ ପାଗ । ପଶ୍ଚିମା ଝଡ଼ର ପ୍ରଭାବରେ ରୁଦ୍ରତାପ କମିଥିବା ବେଳେ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଖରା । ତେବେ ୧୫ରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ପ୍ରଭାବ । ଆଉ ଖରାରୁ ମିଳିବ ଆଶ୍ବସ୍ତି ।

ଅଧିକ ପଢ଼ନ୍ତୁ: PM Modi Roadshow: ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ, ଫୁଲ ବର୍ଷାରେ ମୋଦିଙ୍କୁ ସ୍ବାଗତ

୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ୧୬ ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ତେବେ ଏହି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ଅଧିକ ପଢ଼ନ୍ତୁ: INDvsAUS 4th Test: ଅହମ୍ମଦାବାଦରେ ବିରାଟ ଶୋ, କ୍ୟାରିଅରର 28ତମ ଟେଷ୍ଟ ଶତକ ମାରିଲେ କୋହଲି

ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିଛି । ସର୍ବାଧିକ ଦିନ ତାପମାତ୍ରା ମାଲକାନାଗିରିରେ ୩୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୩୭ ଡିଗ୍ରୀ ସେଲସିୟସ ରେର୍କଡ ହୋଇଛି । ଏଥିସହ ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ରହିଥିବା ବେଳେ କଟକ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଗରମ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାଗରେ ପରିବର୍ତ୍ତନ ହୋଇନଥିବା ବେଳେ ପୁଣି ୧୫ ତାରିଖରୁ ରାଜ୍ୟରେ ରହିବ ପଶ୍ଚିମା ଝଡ଼ ପ୍ରଭାବ । ଯାହା ଫଳରେ ପୁଣି ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଆସନ୍ତାକାଲି(ସୋମବାର)ଠାରୁ ୨ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.