ଭୁବନେଶ୍ବର: ଗତକାଲି(ଶୁକ୍ରବାର) ଥିଲା ଅନ୍ତର୍ଜାତୀୟ ସେବିକା ଦିବସ । ଏହି ଅବସରରେ ସାରା ବିଶ୍ବରେ ସେଵିକା ଦିବସ ପାଳନ କରାଯାଉଛି l ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେଵିକା ବା ନର୍ସ ମାନଙ୍କ ଭୂମିକା ଅତୁଳନୀୟ । ସେଵିକା ଦିବସ ଅବସରରେ ନର୍ସିଂର ବିଭିନ୍ନ ବିଭାଗର କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି । ସେଵିକା ମାନେ କିପରି ନିଜର ବିଭିନ୍ନ ପରିସ୍ଥିତର ସାମ୍ନା କରି ରୋଗୀ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଏହା ସହ ସେବିକାମାନେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ମେରୁଦଣ୍ଡ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।
ଅନ୍ୟପଟେ ରାଜ୍ୟରେ ନର୍ସ ପଦବୀକୁ ନେଇ ଅନେକ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବିକା ମାନଙ୍କର ଭୂମିକା ଗୁରୁତ୍ୱପୂ୍ର୍ଣ୍ଣ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଧିକାଂଶ ପଦବୀ ଖାଲି ରହିଛି । ଚଳିତ ବର୍ଷ 4 ହଜାର ପଦବୀ ପୂରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ, ଆମ ହସ୍ପିଟାଲ ଯୋଜନାରେ ରୋଗୀମାନଙ୍କ ଠାରୁ ଯେଉଁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ପାଉଛନ୍ତି ତାହାର ପଜିଟିଭ ମତାମତ ମିଳୁଛି । ଏହାର କାରଣ ହେଉଛି ନର୍ସିଂ ଅଧିକାରୀ ଓ କର୍ମଚାରୀ ମାନଙ୍କ ସଠିକ ଦାୟିତ୍ଵ । ନର୍ସର ପ୍ରଥମ କାର୍ଯ୍ୟ ହେଉଛି ରୋଗୀଙ୍କ ସେବା । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଭଳି ଭାବରେ ହସ୍ପିଟାଲରେ ଓପିଡିରେ ଜଣେ ଡାକ୍ତରଙ୍କ ପାଇଁ ରୋଗୀଙ୍କ ଭିଡ଼ ଲାଗି ରହିଥାଏ । ସେହି ଭଳି ଭାବରେ ଗାଁ ଅଞ୍ଚଳରେ ଥିବା ଛୋଟ ଛୋଟ ହସ୍ପିଟାଲରେ ସିଏଚଓଙ୍କ ପାଇଁ ଭିଡ ଦେଖିବାକୁ ମିଳୁଛି । ତେବେ କିଭଳି ଭାବରେ ଟିମ ୱାର୍କ୍ ହୋଇପାରିବ ଯାହା ଫଳରେ କି ସେବା ମଧ୍ୟ ବହୁତ୍ ଉଚିତ ମାନର ହୋଇପାରିବ । ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା କ୍ୟାଡ଼ରର ନର୍ସିଂ ଭଲ ହୋଇପାରିବ ବୋଲି ସେ କହିଛନ୍ତି ।
ସେହିପରି ଅନ୍ୟପଟେ ନର୍ସିଂର ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ କହିଛନ୍ତି ଯେ, ନର୍ମାଲ ପ୍ରସବ କିଭଳି ଭାବରେ ବଢ଼ିପାରିବ ସେନେଇ ଗୁରୁତ୍ଵ ଦିଆଯାଇଛି । ଗର୍ଭବତୀ ଥିବା ମହିଳା ମାନେ ପ୍ରସବ ସମୟରେ ଯେଭଳି ଭାବରେ ଭୟଭୀତ ନ କରିବେ ସେନେଇ ଗୁରୁତ୍ଵ ଦିଆଯାଉଛି । ସେମାନଙ୍କର ସୁଖମୟ ପ୍ରସବ ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ଏ କ୍ଷେତ୍ରର କିଭଳି ଭାବରେ ନର୍ସିଂ କର୍ମୀମାନେ ଭଲ କାର୍ଯ୍ୟକାରୀ ହେବେ ସେନେଇ ଦୃଷ୍ଟି ଦିଆଯାଉଛି । ଏପଟେ କେନ୍ଦ୍ର ସରକାର ଆହୁରି ୭ଟି ନର୍ସିଂ କଲେଜ ଖୋଲିବା ନେଇ ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ୧୦ଟି ନୂଆ ନର୍ସିଂ କଲେଜକୁ ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଯଦି ଏହା ସଫଳ ଭାବରେ କଲେଜ ଆରମ୍ଭ ହୁଏ ତେବେ ଏହା ନର୍ସିଂ କ୍ଷେତ୍ରରେ ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରିବ । ତେବେ ୧୭ଟି ନର୍ସିଂ କଲେଜର ଆରମ୍ଭ କରାଯିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ନିଷ୍ପତ୍ତି ନିଆଯିବ । ଏପଟେ ରାଜ୍ୟରେ ନର୍ସ ପଦବୀ ୨୮ ହଜାର ରହିଥିବା ବେଳେ ଆଗକୁ ଖୁବ୍ ଶୀଘ୍ର ୭ ହଜାର ନର୍ସ ପଦବୀ ପାଇଁ ପରୀକ୍ଷା ସରିଛି । ନିଯୁକ୍ତିକୁ ଅପେକ୍ଷା ଥିବା ବେଳେ କିନ୍ତୁ ବର୍ତ୍ତମାନ ଆହୁରି ୫ ହଜାର ନର୍ସ ପଦବୀ ଖାଲି ପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର