ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ: ନିନ୍ଦା କଲା କଂଗ୍ରେସ, ଆଇନ ଶୃଙ୍ଖଳା ଉପରେ ଉଠିଲା ପ୍ରଶ୍ନ - ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଦ୍ରୁତ ଅବନତି

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ ଘଟଣାର ତୀବ୍ର ନିନ୍ଦା କଲା କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

ନବ ଦାସଙ୍କ ଉପରେ ଗୁଳିମାଡ ଘଟଣାର ନିନ୍ଦା କଲା କଂଗ୍ରେସ

author img

By

Published : Jan 29, 2023, 4:59 PM IST

Updated : Jan 29, 2023, 5:39 PM IST

ନବ ଦାସଙ୍କ ଉପରେ ଗୁଳିମାଡ ଘଟଣାର ନିନ୍ଦା କଲା କଂଗ୍ରେସ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ହୋଇଛି ଗୁଳିମାଡ । ଜଣେ ପୋଲିସ ଅଧିକାରୀ ଗୁଳିମାଡ କରିଛି । ବ୍ରଜରାଜନଗରରେ ମନ୍ତ୍ରୀଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ତେବେ ଏହି ଘଟଣା ଏବେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ ମନ୍ତ୍ରୀ ସୁରକ୍ଷିତ ନାହାଁନ୍ତି । ଏପରି ସ୍ଥଳେ ସାଧାରଣ ଲୋକେ କେତେ ସୁରକ୍ଷିତ ତାହାକୁ ନେଇ ଉଠିଛି ପ୍ରଶ୍ନ । କଂଗ୍ରେସ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏଥିପାଇଁ ରାଜ୍ୟ ସରକାର ଉତ୍ତର ଦାୟିତ୍ବ ବହନ କରନ୍ତୁ ବୋଲି କହିଛି । ଏହାସହିତ ଦଳ ମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛି ।

କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି, ''ଜଣେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ ହେବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଉଦବେଗଜନକ । ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଦ୍ରୁତ ଅବନତି ଆସିଛି । ଯେଉଁ କାରଣରୁ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଉପରେ ତାଙ୍କରି ଅଞ୍ଚଳରେ ଗୁଳିମାଡ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଉତ୍ତର ଦାୟିତ୍ବ ବହନ କରନ୍ତୁ । ସରକାର ଆତ୍ମସନ୍ତୋଷ ଛାଡି ଆତ୍ମ ସମୀକ୍ଷା କରନ୍ତୁ ଏବଂ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଅନ୍ତୁ ।''

ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କ ଉପରେ ଗୁଳିମାଡ କରିବା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ କାହିଁକି ପୋଲିସ ଗୁଳି କଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହା ପଛରେ କ'ଣ କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ।

ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ନିନ୍ଦା କରିଛନ୍ତି । ସେ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଏହାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ଆଜି ବ୍ରାଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଗୁଳି ମାଡ ହୋଇଛି । ଜଣେ ପୋଲିସ ASI ମନ୍ତ୍ରୀଙ୍କ ଉପରେ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କର ଛାତିରେ ବାଜିଛି । ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇ ଆପୋଲ ହସ୍ପିଟାଲକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.