ETV Bharat / state

ମିଳିମିଳା ଟୀକାକରଣକୁ ଗୁରୁତ୍ବ, ଜିଲ୍ଲାପାଳ ଓ ବିଏମ୍‌ସି କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି - ମିଳିମିଳା ଟୀକାକରଣ ପାଇଁ ନିର୍ଦ୍ଦେଶ

ପ୍ରତ୍ୟେକ ଜିଲ୍ଲାରେ ମିଳିମିଳା ଟୀକାକରଣ ବ୍ୟାପକ କରିବାକୁ ଜିଲ୍ଲାପାଳ ଓ ବିଏମ୍‌ସି କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ଅଧିକ ପଢନ୍ତୁ

ମିଳିମିଳା ଟୀକାକରଣକୁ ଗୁରୁତ୍ବ
ମିଳିମିଳା ଟୀକାକରଣକୁ ଗୁରୁତ୍ବ
author img

By

Published : Aug 6, 2023, 8:47 AM IST

ଭୁବନେଶ୍ବର: ରାଜ୍ୟରେ ମିଳିମିଳା ଦୂରୀକରଣ ନେଇ ଓଡ଼ିଶା ସରକାର ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ମିଳିମିଳା ରୋଗର ମୁକାବିଲା ପାଇଁ ଟୀକାକରଣକୁ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରତ୍ୟେକ ଜିଲ୍ଲାରେ ଏହି ଟୀକାକରଣ ପ୍ରକ୍ରିୟା ମଜବୁତ ଓ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବିଏମସି କମିଶନରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ମିଳିମିଳା ଟୀକାକରଣ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଚାଲିଛି । ହେଲେ କୌଣସି କାରଣବଶତଃ କିଛି ସ୍ଥାନରେ ଅନେକ ଲୋକ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ପ୍ରତି ଜିଲ୍ଲାରେ ମିଜିଲ୍‌ସ-ରୁବେଲା ଟିକା ଓ ମିଜିଲ୍‌ସ୍‌-ରୁବେଲା ଆଣ୍ଟିଜେନ ୯୫ ପ୍ରତିଶତ ପିଲାଙ୍କୁ ପ୍ରଦାନ କରାଯିବ । ଜନ୍ମରୁ ୫ ବର୍ଷ ମଧ୍ୟରେ ପିଲାଙ୍କୁ ଏହି ଟିକା ଦିଆଯିବ । ମିଜିଲ୍‌ସ-ରୁବେଲା ସର୍ଭେଲାନ୍ସ କରାଯିବା ସହ ଲ୍ୟାବ୍ ଇନ୍‌ଭେଷ୍ଟିଗେସନ୍ ଓ ସାମ୍ପୂଲ କ୍ୱାଲିଟି ଇସ୍ୟୁରାନ୍ସ ଉପରେ ଗୁରୁତ୍ୱ ଦିଆଯିବ । ତେବେ ୩୦ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ନେଇ ଏହାକୁ ଉଚ୍ଚ, ମଧ୍ୟମ ଓ ନିମ୍ନ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟର ୯୪ ବ୍ଲକକୁ ଅଧିକ ଗୁରୁତ୍ବ ଦିଆଯାଇଛି । ବଲାଙ୍ଗୀର, କଳାହାଣ୍ଡି, ସମ୍ୱଲପୁର, ଭଦ୍ରକ, କଟକ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ୧୦ଟି ଜିଲ୍ଲାକୁ ଉଚ୍ଚ ବର୍ଗ ଜିଲ୍ଳା ଭାବେ ଚିହ୍ନଟ କରାଯାଇଛି । ବାଲେଶ୍ବର, ବଗରଡ଼, ଢ଼େଙ୍କାନାଳ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଓ ନୂଆପଡ଼ା ଆଦି ୧୩ ଜିଲ୍ଲା ମଧ୍ୟମ ଜିଲ୍ଲା ଭାବେ ଚିହ୍ନଟ ହୋଇଛି ।

ଏହାମଧ୍ୟ ପଢନ୍ତୁ: ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ: ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ

ଏହି କ୍ରମରେ ନିମ୍ନ ଜିଲ୍ଲା ମଧ୍ୟରେ ଜଗତସିଂହପୁରର, ଯାଜପୁର, ମାଲକାନଗିରି, ଅନୁଗୋଳ ଓ ଦେବଗଡ଼ ଭଳି ୭ଟି ଜିଲ୍ଲା ରହିଛି । ଏହି ଜିଲ୍ଲାଗୁଡ଼ିକକୁ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି । ଏହାବ୍ୟତୀତ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସେପ୍ଟେମ୍ବରରୁ ନଭେମ୍ବର ମାସ ଭିତରେ ହେବ । ଏହି ସମୟରେ ସମସ୍ତ ପିଲାଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଘର ଘର ବୁଲି ପଦକ୍ଷେପ ନିଆଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମିଳିମିଳା ଏକ ସଂକ୍ରାମକ ରୋଗ ଯାହାକି ମିଳିମିଳା ଭୂତାଣୁ ଦ୍ବାରା ହୁଏ । ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି, କାଶ, ନାକରୁ ପାଣି ବୋହିଲା ଓ ଆଖି ଲାଲ୍ ହୋଇଯାଏ । ଲକ୍ଷଣ ଆରମ୍ଭ ହେବାର ଦୁଇରୁ ତିନି ଦିନ ମଧ୍ୟରେ ଛୋଟ ଛୋଟ ଧଳା ଦାଗ ପାଟି ଭିତରେ ଦେଖାଯାଏ । ୩ରୁ ୫ ଦିନ ପରେ ଦେହସାରା ନାଲି ଦାଗ ବ୍ୟାପିଯାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.