ETV Bharat / state

ରମାଦେବୀରେ ସ୍ବାସ୍ଥ୍ୟ ସୁବିଧା ଦେବାକୁ କୁଣ୍ଠାବୋଧ ! ହାତ ଟେକିଦେଲା ସ୍ବାସ୍ଥ୍ୟ ବିଭାଗ

author img

By ETV Bharat Odisha Team

Published : Dec 10, 2023, 5:51 PM IST

Medical facility in Ramadevi University: ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଖାଲି ପଡ଼ିଛି ଅନେକ ପଦ । ଏଣୁ ନିଜେ ଡାକ୍ତର ନିଯୁକ୍ତ କରିବାକୁ ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ । ଅଧିକ ପଢନ୍ତୁ

Medical facility in Ramadevi University
Medical facility in Ramadevi University

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ କିଭଳି ଭାବରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ପାଇବେ । ସେନେଇ ଜଣେ ମେଡିକାଲ ଅଧିକାରୀ ଏବଂ ଜଣେ ମହିଳା ନର୍ସ ନିୟୋଜିତ ହେବେ । ଏନେଇ କୁଳପତି ଲେଖିଥିବା ଚିଠିର ଉତ୍ତର ରଖିଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ଅଭାବ ଥିବାରୁ ବିଶ୍ଵବିଦ୍ୟାଳୟ ନିଜେ ଡାକ୍ତରଙ୍କୁ ନିଯୁକ୍ତି କରିବାକୁ ବିଭାଗ ପରାମର୍ଶ ଦେଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିଠି ଜରିଆରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ଅଭାବ ସମେତ ବିଶ୍ଵବିଦ୍ୟାଳୟରେ ଡାକ୍ତରଙ୍କୁ ନିଯୁକ୍ତ କରି ଅଧିକ ଚାପ ନପକାଇବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଭାଗ । ତେଣୁ ନିଜେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସରେ ଡାକ୍ତରଙ୍କୁ ନିଯୁକ୍ତି କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସ୍ବାସ୍ଥ୍ୟ ବିଭାଗର ଚିଠି ଅନୁଯାୟୀ, ରମାଦେବୀ ବିଶ୍ଵବିଦ୍ୟାଳୟ ନିଜେ ଡାକ୍ତରମାନଙ୍କୁ ନିୟୋଜିତ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରୁଥିବା ବେଳେ ଛାତ୍ରୀମାନେ ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଅନ୍ୟ କୌଣସି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇପାରିବେ ।

ଏହା ବି ପଢନ୍ତୁ- ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର

ଏହାସହିତ ସ୍ବାସ୍ଥ୍ୟ ବିଭାଗର ଅଧୀନରେ ଏକ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସମ୍ଭବପର ନୁହେଁ । ରାଜ୍ୟରେ ଥିବା ଅନେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୟୁନିଟ ଗୁଡିକରେ ବଡ଼ ଧରଣର ପଦବୀ ଦୃଷ୍ଟିରେ ରଖି ଏକ ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟସେବା ପାଇଁ ମେଡିକାଲ ଅଧିକାରୀଙ୍କୁ ଅଧିକ ଦାୟିତ୍ବ ଦେବା ଠିକ ହେବ ନାହିଁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ସୂଚନା ଥାଉ କି ରାଜ୍ୟର ପ୍ରଥମ ମହିଳା ବିଶ୍ଵବିଦ୍ୟାଳୟ ରମାଦେବୀ ବିଶ୍ଵବିଦ୍ୟାଳୟ । ହେଲେ ଛାତ୍ରୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଅନେକ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେବେ ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କ୍ୟାମ୍ପସରେ ଏକ ସ୍ବାସ୍ଥ୍ୟ ବିଭାଗର ଏକ କ୍ୟାମ୍ପ ରହିଥିଲା ।

ସେଥିରେ ଜଣେ ଡାକ୍ତର ଏବଂ ମହିଳା ନର୍ସ ନିଯୁକ୍ତ ରହିଥିଲେ । କିନ୍ତୁ ଦୀର୍ଘ ୪-୫ ବର୍ଷ ହେଲା ଆଉ ନିଯୁକ୍ତ ହେଉନାହାନ୍ତି । ଯାହା ଫଳରେ ଅନେକ ସମସ୍ୟା ଦେଖାଯାଉଛି । ଯେହେତୁ କ୍ୟାମ୍ପସ ମଧ୍ୟରେ ପାଖାପାଖି ୧ ହଜାର ଛାତ୍ରୀ ହଷ୍ଟେଲରେ ରହୁଛନ୍ତି । ଏପଟେ ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ନେଇ ଅନେକ ପଦକ୍ଷେପ ନେଉଛନ୍ତି । କଲେଜ ବିଶ୍ଵବିଦ୍ୟାଳୟଗୁଡ଼ିକ ମଧ୍ୟରେ ଅନେକ ଯୋଜନା କରାଯାଉଛି । ଛାତ୍ରୀମାନେ କିଭଳି ଭାବରେ ଭଲ ଶିକ୍ଷା ଗ୍ରହଣ କରିବେ ସେନେଇ ମଧ୍ୟ ନିଆଯାଉଛି ପଦକ୍ଷେପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.