ଭୁବନେଶ୍ବର: ରାଜ୍ୟରେ ଜେଲ ଏବଂ ସବ ଜେଲରେ ନିଯୁକ୍ତି ହେବେ ମେଡିକାଲ ଅଫିସର । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଜିଲ୍ଲାର ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଉପରେ ବିଚାର କରି ନିଯୁକ୍ତି ପକ୍ରିୟା କରିବାକୁ କୁହାଯାଇଛି । ତେବେ ଏନେଇ ଗତ ନଭେମ୍ବର ୩୦ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ।
OMHSCର ନିୟମିତ ପଦବୀ ପୂରଣ ପାଇଁ ସୁନ୍ଦରଗଡର ବୋନାଇଗଡରେ ଥିବା ସ୍ବତନ୍ତ୍ର ସବ-ଜେଲ, ଗଜପତି ପାରଳାଖେମୁଣ୍ଡିର ସ୍ବତନ୍ତ୍ର ସବ-ଜେଲ, ଗଞ୍ଜାମ ଭଞ୍ଜାନଗରର ସ୍ବତନ୍ତ୍ର ସବ-ଜେଲ, ଝାରସୁଗୁଡ଼ାର ସବ-ଜେଲ, ସୁବର୍ଣ୍ଣପୁରର ସବ-ଜେଲ, ସୁନ୍ଦରଗଡର ସ୍ବତନ୍ତ୍ର ସବ-ଜେଲ ସମେତ ଢେଙ୍କାନାଳର ଜେଲ, ଝାରସୁଗୁଡ଼ା ଏବଂ ସୁବର୍ଣ୍ଣପୁର ଜେଲ ଆଦି ରହିଛି । ତେବେ ଏହି ଜେଲ ଗୁଡିକରେ ମେଡିକାଲ ଅଫିସର ପଦବୀ ପୂରଣ କରାଯିବ ନେଇ ନିଷ୍ପତ୍ତି ହୋଇଛି । ଡେପୁଟେସନ ଆଧାରରେ ଏହି ଜିଲ୍ଲାର ମେଡିକାଲ ଅଫିସର ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି ।
ଏହା ବି ପଢନ୍ତୁ- ଜେଲରେ ନିଯୁକ୍ତି ହେବେ ମେଡ଼ିକାଲ ଅଫିସର, ୪ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଜେଲ ଗୁଡିକରେ ଥିବା ହସ୍ପିଟାଲରେ ଏକ LTRMO ପଦବୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ସୂଚନା ଅନୁସାରେ, ଅନେକ ସମୟରେ ଜେଲରେ ଥିବା ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଜେଲ ବାହାରେ ଥିବା ହସ୍ପିଟାଲକୁ ନିଆଯାଉଛି । ଅନେକ ସମୟରେ ଜେଲରୁ ହସ୍ପିଟାଲ ଯିବା ବାଟରେ ଅନେକ କଏଦୀ ଖସିଯିବାର ନଜିର ରହିଛି । ଜେଲରେ କଏଦୀମାନଙ୍କ ଲାଗି ଉଚିତ ଚିକିତ୍ସା ଅଭାବରୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାର ଲାଗିଥାଏ । ଏହାପରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର କିଛି ଡାକ୍ତର ଜେଲରେ ଥିବା ଅନ୍ତେବାସୀ ଓ କଏଦୀଙ୍କୁ ରୁଟିନ ଚିକିତ୍ସା କରାଇଥାନ୍ତି ।
ଏପଟେ ରାଜ୍ୟରେ ବିଭିନ୍ନ ଜେଲରେ ଥିବା ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଓ ଜିଲ୍ଲା ଜଜମାନେ ନିୟମିତ ଭାବରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଜେଲରେ ଅବସ୍ଥା ଓ ଅନ୍ତେବାସୀ ସମେତ କଏଦୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କଣ କଣ ପଦକ୍ଷେପ ନିଆଯାଉଛି ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପଟେ ମଧ୍ୟ କିଛି ଦିନ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସ୍ବାସ୍ଥ୍ୟ ସେବା ଯାଞ୍ଚ ପାଇଁ ଏକ ଟିମ ଭିଜିଟ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର