ETV Bharat / state

ଆଗକୁ ନୂଆବର୍ଷ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

author img

By

Published : Dec 27, 2022, 2:07 PM IST

ମାସ୍କ ପାଇଁ ଆସିପାରେ ନିୟମ । ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

covid situation in odisha
ରାଜ୍ୟରେ କୋଭିଡ ସ୍ଥିତି
ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ସବ-ଭାରିଆଣ୍ଟ BF.7 ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢ଼ିଛି । ଆଗୁଆ ସତର୍କ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆଜିଠୁ ସମସ୍ତ ହସ୍ପିଟାଲରେ ମକଡ୍ରିଲ ଆରମ୍ଭ ହୋଇଛି । ଷ୍ଟାଫ୍ କେତେ ଅଛନ୍ତି, ମେଡିକାଲରେ ବେଡ଼ କେତେ ରହିଛି, ଅକ୍ସିଜେନର ପରିମାଣ କେତେ ରହିଛି, ଔଷଧ କେତେ ପରିମାଣରେ ମହଜୁଦ ରହିଛି ତାହା ଉପରେ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ସରକାରଙ୍କର ମକଡ୍ରିଲ ପାଇଁ ଯେଉଁ ନିର୍ଦ୍ଦେଶ ରହିଥିଲା ସେହି ଅନୁଯାୟୀ ତଥ୍ୟ ଅପଲୋଡ ସରିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, "କ୍ୟାପିଟାଲ ହସ୍ପିଟାଲ କୋଭିଡ ହସ୍ପିଟାଲ ନୁହେଁ । ମୁଖ୍ୟତଃ ଏଠି ଟେଷ୍ଟିଂ ହୁଏ । ରୋଗୀ ପାଇଁ ଆଇସୋଲେସନ ରୁମ ପ୍ରସ୍ତୁତ ରହିଛି । ଏଠାରୁ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥାଏ । ଏଣୁ ବର୍ତ୍ତମାନ ସେସବୁ ଦିଗରେ ଆମେ ଫୋକସ କରୁଛୁ । ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ ହେଉଛି । ଅଧିକ ଆବଶ୍ୟକ ପଡ଼ିଲେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ଟେଷ୍ଟ କିଟ୍ ମଧ୍ୟ ଅଧିକ ଆବଶ୍ୟକ ହେବ । ଏହାଛଡା କୋଭିଡ ସୁପରିଚାଳନା ପାଇଁ ଅଧିକ ମ୍ୟାନ ପାୱାରର ଆବଶ୍ୟକତା ମଧ୍ୟ ରହିବ । ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବୁ ।" ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମଧ୍ୟ ଏହି ଦିଗ ଉପରେ ଫୋକସ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି।

ସେହିଭଳି ହକି ବିଶ୍ୱକପ ପାଇଁ ୩ଟି ସହର କଟକ, ଭୁବନେଶ୍ବର, ରାଉରକେଲାରେ ଟେଷ୍ଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ସାରିଛି । ସ୍ଵତନ୍ତ୍ର ଗାଡ଼ି, ମ୍ୟାନ ପାୱାର ରହିଛି ଏବଂ ଆବଶ୍ୟକ ଅନୁଯାୟୀ କାମ ଆରମ୍ଭ ହେବ । ମାସ୍କ ପିନ୍ଧିବା ଏବେ ଜରୁରୀ ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ମାସ୍କ ପିନ୍ଧିବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଦେଶରୁ ଆସୁଥିବା ହକି ଖେଳାଳିଙ୍କ ମଧ୍ୟରେ ଯଦି ସଂକ୍ରମଣ ଦେଖାଯାଏ ସେମାନଙ୍କ ପାଇଁ ଘରୋଇ କୋଭିଡ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ସମସ୍ତ ସରକାରୀ ହସ୍ପିଟାଲରେ 100 ଶଯ୍ୟା ରହିଛି । ଘରୋଇ ହସ୍ପିଟାଲରେ 50 ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେହିପରି କ୍ୟାପିଟାଲରେ 2ଟି ICU ବେଡ୍‌ ରହିଛି ।

ବାହାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ପରେ ରାଜ୍ୟ ପାଇଁ ମାସ୍କ ନିୟମ ଆସିପାରେ । ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତରଖାନାର ପ୍ରସ୍ତୁତି ନେଇ ସମୀକ୍ଷା ହେବ । ଏହାସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ନିଜର ତଥ୍ୟ ପ୍ରଦାନ କରିବେ । କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି, ଆଇସୋଲେସନ ରୁମ୍‌, ICU, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ କେତେ ମହଜୁଦ ରହିଛି ଓ ମ୍ୟାନ ପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । TPR ରେଟ୍ ଦେଖି କଟକଣା କରାଯିବ । ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.