ETV Bharat / state

Doctor Shortage: ଡିସେମ୍ବର ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : May 22, 2023, 8:32 PM IST

Updated : May 22, 2023, 9:04 PM IST

Etv Bharat
Etv Bharat
Doctor Shortage: ଡିସେମ୍ବର ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ ଲକ୍ଷ୍ୟ

ଭୁବନେଶ୍ବର: ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ଖୋଲିଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ନର୍ସିଂ ସ୍କୁଲକୁ କଲେଜରେ ରୂପାନ୍ତରିତ କରାଯାଇଛି । ଫଳରେ ପ୍ରତ୍ୟେକ ବର୍ଷ ରାଜ୍ୟରେ ୨୨୦୦ MBBS ଡାକ୍ତର ବାହାରୁଛନ୍ତି । ୮୨୬ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ବାହାରୁଛନ୍ତି । ୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ସ୍ଵାସ୍ଥ୍ୟ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ବାସ୍ଥ୍ୟ ସଚିବ ବିଭାଗ ଶାଳିନୀ ପଣ୍ଡିତ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "୨୦୦୦ ମସିହାରେ ଏମବିବିଏସ ସଂଖ୍ୟା ୩୨୧ ଥିଲାବେଳେ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିଲେ । କିନ୍ତୁ ଏବେ ପ୍ରତ୍ୟେକ ବର୍ଷ ରାଜ୍ୟରେ ୨୨୦୦ MBBS ଡାକ୍ତର ବାହାରୁଛନ୍ତି । ୮୨୬ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ବାହାରୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ MBBS ପଦବୀ ପୂରଣ ହେବ । ଆଗକୁ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ । ଏହା ସହିତ ୧୦ ହଜାର ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ପାଇବେ । ୬ ବର୍ଷରେ ୮ ନୂଆ ମେଡ଼ିକାଲ କଲେଜ ସହ ୨ ଟି ପୋଷ୍ଟ ଗ୍ରାଜୁଏଟ କଲେଜ କରାଯାଇଛି । ୨୦୨୪ ଜାନୁଆରୀରୁ କଟକ ଏସସିବିରେ ଏମ୍ସ ପ୍ଲସରେ ରୋଗୀ ସେବା ଉପଲବ୍ଧ ହେବ ।"

ଏହା ବି ପଢନ୍ତୁ-ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଫସଲବୀମା ପ୍ରିମିୟମ ଦେବେ ସରକାର

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, "କର୍କଟ ରୋଗୀଙ୍କର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହେଉଛି ବାଗଚି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ଏବଂ ନାଇଜର ପରିସରରେ ଷ୍ଟେଟ ଅଫ ଆର୍ଟ କ୍ୟାନସର ହସ୍ପିଟାଲ । ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି । ଜିଲ୍ଲା ଚିକିତ୍ସାଳୟରେ ଡାୟାଲିସିଶ ସେବା ଉପଲବ୍ଧ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ସମସ୍ତଙ୍କ ପାଇଁ ମାଗଣା ସେବା ଯୋଗାଇ ଦିଆଯାଉଛି । ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଉପଭୋକ୍ତା ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଉପଲବ୍ଧ କରାଯାଇଛି । ମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖି ୧ ଲକ୍ଷ ରୋଗୀ ପାଇ ପାରୁଛନ୍ତି ।"

ସଚିବ ଆହୁରି ମଧ୍ୟ କହିଛନ୍ତି, " ୫-‘ଟି’ ବ୍ୟବସ୍ଥାରେ ବିଭାଗର ସମସ୍ତ କାର୍ଯ୍ୟକୁ ସୁସଂହତ, ସମୟୋଚିତ, ବୈଷୟିକ ଜ୍ଞାନ ସମ୍ମତ ଓ ସ୍ୱଚ୍ଛ କରିବା ଯୋଗୁ ଓଡ଼ିଶା ସୁସ୍ଥ ଓ ସୁଖୀ ହେବା ଦିଗରେ ଆଗେଇ ଚାଲିଛି । ରାଜ୍ୟ ସମଗ୍ର ଦେଶରେ ସର୍ବାଧିକ ଶିଶୁମୃତ୍ୟୁ ହ୍ରାସ, ଦ୍ବିତୀୟ ସର୍ବାଧିକ ମାତୃମୃତ୍ୟୁ ହ୍ରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ବିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ମହିଳାମାନଙ୍କ ଋତୁସ୍ରାବ ସମ୍ପର୍କିତ ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ଆଦି ପ୍ରାପ୍ତ ହୋଇଛି । ଓଡ଼ିଶାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ସୁଅ ଛୁଟିଛି । ୨୦୨୩-୨୪ ସ୍ବାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି । ଯାହା ୨୦୦୦-୨୦୦୧ ବଜେଟ ତୁଳନାରେ ୩୦ ଗୁଣ ଅଧିକ । ଚଳିତ ବର୍ଷର ସମୁଦାୟ ବଜେଟ ପରିମାଣର ୭ % ହେଉଛି ସ୍ବାସ୍ଥ୍ୟ ବଜେଟ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2023, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.