ETV Bharat / state

ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ଵ, ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବାକୁ ନିର୍ଦ୍ଦେଶ

ରଥଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଅଧିକ ପଢନ୍ତୁ

author img

By

Published : May 17, 2023, 9:32 PM IST

Shalini Pandit visit puri
Shalini Pandit visit puri

ଭୁବନେଶ୍ବର: ଆଜି ପୁରୀ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନବଯୌବନ ଦର୍ଶନ ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଣ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଏନେଇ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଆଶୁ ଚିକିତ୍ସା କେନ୍ଦ୍ର (ଫାଷ୍ଟ୍ ଏଡ୍ ସେଣ୍ଟର୍) ସ୍ଥାପନ, ଆମ୍ବୁଲାନ୍ସ ସେବା ଯୋଗାଣ, ରଥଯାତ୍ରା ପାଇଁ ପୁରୀରେ ଅଧିକ ମାନବସମ୍ବଳ, ଡାକ୍ତର, ଚିକିତ୍ସା ଦଳ, ପାରାମେଡ଼ିକାଲ ଷ୍ଟାଫ୍ ମୁତୟନ, ଖାଦ୍ୟ ନିରାପତ୍ତା ଯାଞ୍ଚ୍ ଦଳ ମୁତୟନ, ବିଭିନ୍ନ ପ୍ରକାର ସଂକ୍ରମଣ ରୋଗର ପ୍ରତିକାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା ସହ ସମ୍ପୃକ୍ତ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ, କୋଭିଡ ପରିଚାଳନା, ଜରୁରୀକାଳୀନ ସେବା ପାଇଁ ବିଭିନ୍ନ ହସ୍ପିଟାଲରେ ଅଧିକ ବେଡ୍ ବ୍ୟବସ୍ଥା, ତାପଘାତ ( ହିଟ୍ ଷ୍ଟ୍ରୋକ୍) ଚିକିତ୍ସା ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ଚଳିତ ବର୍ଷ ପାଇଁ ପୁରୀ ଜିଲ୍ଲା ଚିକିତ୍ସାଳୟ ଏବଂ ପାଖାପାଖି ଡାକ୍ତରଖାନା ମାନଙ୍କରେ ଅଧିକ ୧୩୨ ଟି ଜରୁରୀକାଳୀନ ବେଡ୍ ଏବଂ ୮୨ ଟି ହିଟ୍ ଷ୍ଟ୍ରୋକ୍ ଚିକିତ୍ସା ବେଡ୍ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି କରାଯାଇଛି। କାଜୁଆଲିଟି ଏବଂ ଏମର୍ଜେନ୍ସି ମେଡିକାଲ ୟୁନିଟ୍ ସବୁକୁ ପୂର୍ଣ୍ଣ ପ୍ରସ୍ତୁତିରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଡଦାଣ୍ଡ ସ୍ଥିତ ଗାଣ୍ଡୁଆଚଉରା ଛକ, ସିଂହଦ୍ୱାର, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ଜନତା ସିନେମା ହଲ୍, ଜଗନ୍ନାଥ ବଲ୍ଲଭ ପାର୍କିଂ, ବଗଳା ଧର୍ମଶାଳା, ବଡଶଙ୍ଖ, ଗଜପତି ନଗର ଛକ, ସଂଗ୍ରାମ କ୍ଲବ୍, ପଲ୍ଲିଶ୍ରୀ ମେଳା ସ୍ଥାନ, ଗୁଣ୍ଡିଚା ମନ୍ଦିର ନିକଟରେ ଫାଷ୍ଟ ଏଡ ସେଣ୍ଟର୍ ସ୍ଥାପନ ହେବା ନେଇ ନିଷ୍ପତ୍ତି ହୋଇଛି ।

ସେହିପରି ସମୁଦ୍ରକୂଳ ସ୍ଥିତ ଦିଗବାରେଣୀ ଖୁଣ୍ଟ, ସ୍ୱର୍ଗଦ୍ୱାର, ବତୀଘର, ତାଳବଣିଆ ବସ ଷ୍ଟାଣ୍ଡ୍ ଓ ରେଳବାଇ ଷ୍ଟେସନ ଠାରେ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ । ପୁରୀ-ଭୁବନେଶ୍ୱର ରାସ୍ତାର ଗୁଡ଼ିଆ ପୋଖରୀ, ପିପିଲି ଓଭରବ୍ରିଜ୍, ଦାଣ୍ଡ ମୁକୁନ୍ଦପୁର, ପଟ୍ଟନାଇକିଆ, ମାଳତୀପାଟପୁର ବସ ଷ୍ଟାଣ୍ଡ୍ ଏବଂ ଅଠରନଳା ପୁରୀ-କୋଣାର୍କ ରାସ୍ତାର ଗୋପାଳପୁର ଛକ ଓ ବାଲିଘାଇ ଛକ, ରାମଚଣ୍ଡୀ ମନ୍ଦିର ଏବଂ ପୁରୀ-ସାତପଡା ରାସ୍ତାର ମଙ୍ଗଳା ଘାଟ ଛକ ଓ ଗିରାଳ ଛକ ଠାରେ ମଧ୍ୟ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ । ଏହାଛଡା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୩୦ ଗୋଟି ଆମ୍ବୁଲାନ୍ସ୍ ପ୍ରସ୍ତୁତ ରଖାଯିବ ।

ତେବେ ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ ଗୋଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଇତି ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୫ ଟି ଅମ୍ଳଜାନ ସଂଯୁକ୍ତ ବେଡ, ଅପରେସନ ଥିଏଟର ଓ ଆଇ.ସି.ୟୁ କୁ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ସମୟରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଏଡାଇବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଏବଂ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲାରେ ଡାକ୍ତର ଏବଂ ପାରାମେଡିକସ୍ ଷ୍ଟାଫ ସଂଖ୍ୟା ଯେପରି ଅଭାବ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକଙ୍କୁ ଦେଇଛନ୍ତି ।

ରାଜ୍ୟସ୍ତରରୁ ଅଧିକ ୨୪୦ ଜଣ ବିଶେଷଜ୍ଞ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ପାରାମେଡିକ୍ ଷ୍ଟାପ ପୁରୀକୁ ପଠାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବା ସହ ସମସ୍ତ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣର କାର୍ଯ୍ୟକାରିତା ପୁନଃତନଖ ନେବା ପାଇଁ କୁହାଯାଇଛି । ରଥଯାତ୍ରା ସମୟରେ ରୋଗୀ ସେବା ନିମନ୍ତେ ଯାତାୟତ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପାସ ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ତେବେ ଏହି ଗସ୍ତକାଳରେ ସ୍ୱାସ୍ଥ୍ୟ ସଚିବ ଶାଳିନି ପଣ୍ଡିତ ଶ୍ରୀ ଜଗନ୍ନାଥ ମେଡିକାଲ ଓ ହସ୍ପିଟାଲ ପରିଦର୍ଶନ କରି ରୋଗୀମାନଙ୍କ ସହ ସିଧାସଳଖ ଭାବରେ ଆଲୋଚନା କରିଥିଲେ। ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଓ ଔଷଧ ଆଦି ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏନେଇ ରୋଗୀମାନେ ଦେୟମୁକ୍ତ ଗୁଣାତ୍ମକ ଔଷଧ ସେବା ବିଷୟରେ ନିଜ ନିଜର ସନ୍ତୋଷ ବ୍ୟକ୍ତି କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.