ETV Bharat / state

ଗର୍ଭବତୀଙ୍କୁ ମିଳୁନି, ଅଙ୍ଗନୱାଡି କେନ୍ଦ୍ର ବାହାର ଅଳିଆ ଗଦାରେ ଔଷଧ

author img

By

Published : Aug 21, 2020, 11:02 PM IST

ରୋଗୀଙ୍କୁ ମିଳୁନି ମାତ୍ର ନଷ୍ଟ ହେଉଛି ହେଉଛି ମୂଲ୍ୟବାନ ଔଷଧ । ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ସେମାନଙ୍କୁ ଦିଆନଯାଇ, ଅଙ୍ଗନବାଡି କେନ୍ଦ୍ର ବାହାରେ ଅଳିଆ ଗଦାରେ ଫିଙ୍ଗା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଲୋକଙ୍କୁ ମିଳୁନି, ଫିଙ୍ଗା ହେଉଛି ଗର୍ଭବତୀ ମହିଳାଙ୍କ ଉଦ୍ଦିଷ୍ଟ ଔଷଧ

ଖୋର୍ଦ୍ଧା: ରୋଗୀଙ୍କୁ ମିଳୁନି ମାତ୍ର ନଷ୍ଟ ହେଉଛି ହେଉଛି ମୂଲ୍ୟବାନ ଔଷଧ । ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ସେମାନଙ୍କୁ ଦିଆନଯାଇ, ଅଙ୍ଗନବାଡି କେନ୍ଦ୍ର ବାହାରେ ଅଳିଆ ଗଦାରେ ଫିଙ୍ଗା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗେଡିଆପଲ୍ଳୀ ପଞ୍ଚାୟତ ଶାମୁକା ପାଟଣା ଅଙ୍ଗନବାଡି କେନ୍ଦ୍ର ପରିସରରେ ଦେଖବାକୁ ମିଳିଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି କେନ୍ଦ୍ରରେ ଥିବା ଅଙ୍ଗନବାଡି ଦିଦିଙ୍କୁ ସରକାର ଯୋଗାଉଥିବା ଔଷଧ ମାଗିଲେ ନଥିବା କହି ଫେରାଇ ଦେଉଛନ୍ତି । ଏକାଧିକ ମହିଳା ଅଙ୍ଗନବାଡି ଦିଦି ଔଷଧ ଦେଉନଥିବା ଅଭିଯଏାଗ ଆଣିଛନ୍ତି ।

ତେବେ ପୁଳା ପୁଳା ମେଡ଼ିସିନ କେନ୍ଦ୍ର ବାହାରେ ଫିଙ୍ଗା ହୋଇଥିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ତେବେ କିଏ ଏବଂ କାହିଁକି ଏତେ ପରିମାଣର ସରକାରୀ ଔଷଧ ନଷ୍ଟ କରିଛି ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.