ETV Bharat / state

ହରିଦାସପୁର ପାରାଦ୍ବୀପ ରେଳ ଚଳାଚଳ ପ୍ରସଙ୍ଗ, ବିଜେଡିକୁ ଜବାବ ଦେଲା ବିଜେପି

author img

By

Published : Dec 19, 2022, 6:00 PM IST

କେନ୍ଦ୍ରାପଡା ହରିଦାସପୁରରୁ ପାରାଦ୍ବୀପ ମଧ୍ୟରେ ରେଳ ଚଳାଚଳକୁ ଦାବି କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ଏପଟେ ଭୁବନେଶ୍ବରରେ କେନ୍ଦ୍ରାପଡା ବିଜେଡି ବିଧାୟକ ମାନେ ମଧ୍ୟ ପ୍ରେସମିଟ କରି ଦାବି କରିଛନ୍ତି । ଅଧିକ ପଢନ୍ତୁ

ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଦିଲ୍ଲୀପ ମଲ୍ଲିକଙ୍କ ପ୍ରେସମିଟ

ଭୁବନେଶ୍ବର: କେନ୍ଦ୍ରାପଡା ହରିଦାସପୁରରୁ ପାରାଦ୍ବୀପ ମଧ୍ୟରେ ରେଳ ଚଳାଚଳ ଦାବି କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ଏପଟେ ଭୁବନେଶ୍ବରରେ କେନ୍ଦ୍ରାପଡା ବିଜେଡି ବିଧାୟକମାନେ ମଧ୍ୟ ପ୍ରେସମିଟ୍‌ କରି ସମାନ ଦାବି ଦୋହରାଇଛନ୍ତି ।

ସେପଟେ ବିଜେଡିର ଏହି ଦାବିକୁ ନେଇ ଜବାବ ରଖିଛି ବିଜେପି । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ପ୍ରତି ବର୍ଷ ରେଳ ବଜେଟରେ ଓଡିଶାକୁ ମୋଦି ସରକାର ଆଶାଠାରୁ ଅଧିକ ଅର୍ଥ ଦେଇଛନ୍ତି । ଗତ ବଜେଟରେ ୧୦ ହଜାର କୋଟି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ରେଳ ଅନୁଦାନ ମିଳିଛି । ଜମି ଅଧିଗ୍ରହଣ ହୋଇନଥିବାରୁ କାମ ମନ୍ଥର ହେଉଛି । କେନ୍ଦ୍ରାପଡ଼ାରେ ମୋଦି ସରକାରଙ୍କ ସମୟରେ ହିଁ ରେଳ କାମ ଆରମ୍ଭ ହୋଇ ସାରିଛି । ବହୁତ ଦିନ ପରେ ବିଜେଡିର ମନେ ପଡିଲା । କୋଭିଡ କାରଣରୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ୨୨ ରେଳ ଷ୍ଟେସନକୁ ମଡେଲ ଷ୍ଟେସନ କରାଯିବ।"

ଆଗାମୀ ଦିନରେ କେନ୍ଦ୍ରାପଡ଼ାକୁ ଯେମିତି ହେଲେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ । ଯେହେତୁ ଟ୍ରେନ୍‌ ଚାଲିବ, ଏବେ ରାଜ୍ୟ ସରକାର ଖାଲି ଦାବି କରି ନାଁ ନେବାକୁ ଚାହୁଁଛନ୍ତି ବୋଲି ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.