ETV Bharat / state

Encounter In Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଜିତୁ ଆହତ - ଅପରାଧିକୁ ଏନକାଉଣ୍ଟର

ମହଙ୍ଗା ପଡିଲା MLA କଲୋନି କଡରେ‌ ବୋମା ଫିଙ୍ଗିବା । ରାଜଧାନୀରେ ଏନକାଉଣ୍ଟରେ କୁଖ୍ୟାତ ଅପରାଧି ଜିତୁ ପଲେଇ ଆହତ । ଅଧିକ ପଢନ୍ତୁ

hardcore criminal Jitu nabbed
encounter in Bhubaneswar
author img

By

Published : Mar 26, 2023, 8:56 AM IST

Updated : Mar 26, 2023, 12:25 PM IST

Encounter In Bhubaneswar

ଭୁବନେଶ୍ବର: ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁକୁ ଏନକାଉଣ୍ଟର ହୋଇଛି । ଭୁବନେଶ୍ବର ବାଙ୍କୁଆଳରେ ତାକୁ ଏନକାଉଣ୍ଟର କରିଛି ପୋଲିସ । ହାଇସିକ୍ୟୁରିଟି ଜୋନରେ ବୋମା ଫିଙ୍ଗି ରାଜ୍ୟ ପାଓ୍ବାର କରିଡରକୁ ଭୟଭୀତ କରିଥିବା ଅପରାଧୀ ଜିତୁକୁ କମିଶନରେଟ ପୋଲିସ ଏନକାଉଣ୍ଟର କରିଛି । ଜିତୁର ବାମ ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତା' ନାଁରେ ବୋମାମାଡ ଏବଂ ହତ୍ୟା ଭଳି ଅଭିଯୋଗ ରହିଛି ।

ବଡଗଡ ଥାନା ଅଞ୍ଚଳ ନଦୀପଠାରେ ଥିବା ବାଙ୍କୁଆଳ ପାଖରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁ ପଲେଇକୁ ଏକାଉଣ୍ଟର କରାଯାଇଛି । ଜିତୁ ଭୁବନେଶ୍ବର ଆଡକୁ କାର ଯୋଗେ ଆସୁଥିବାର ଖବର ପାଇଥିଲା ପୋଲିସ । ହାଇଫାଇ ଜୋନରେ ବୋମାମାଡ ପରଠୁ ଜିତୁକୁ ଖୋଜୁଥିଲା ସ୍ବତନ୍ତ୍ର ସ୍କ୍ବାଡ ଓ ଖାରବେଳନଗର ଥାନା ପୋଲିସ । ପୋଲିସର ନିଦ ହଜାଇ ଥିବା ଅପରାଧୀର ଗତିବିଧି ଖବର ପାଇ ଆକ୍ସନ ନେଇଥିଲା ପୋଲିସ । ବାଙ୍କୁଆଳ ରାସ୍ତାରେ ଜିତୁକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ପୋଲିସ । ହେଲେ ପୋଲିସ ସହ ଜିତୁର ଗାଡି ଲୁଚକାଳି ଖେଳିବା ପରି ସେ ପୋଲିସ ଉପରକୁ ଫାୟାରିଂ କରିବା ପାଇଁ ଚେଷ୍ଟା କରିଥିଲା । ଫଳରେ ବାଧ୍ୟ ହୋଇ ପୋଲିସ ତା' ଉପରକୁ ପାଲଟା ଫାୟାରିଂ କରିଥିଲା । ଖସିଯାଉଥିବା ଜିତୁକୁ ଶେଷରେ ପୋଲିସ କାବୁ କରିଛି ।

ଏହା ବି ପଢନ୍ତୁ...ରାଜଧାନୀରେ ହାଇପ୍ରୋଫାଇଲ ଡକାୟତି, ପ୍ଲାଏ ଦୋକାନରୁ ନେଇଗଲେ ୨କୋଟିର ସାମଗ୍ରୀ

ଏନକାଉଣ୍ଟରରେ ଜିତୁର‌ ବାମ ଗୋଡ଼ରେ ଗୁଳି ବାଜିଛି । ରକ୍ତାକ୍ତ ଅବସ୍ଥାରେ ଛଟପଟ ଜିତୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଭୁବନେଶ୍ବର ଡିସିପି ପହଞ୍ଚିଥିଲେ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜିତୁ ଜଣେ ପେସାଦାର ଅପରାଧୀ । ପୂର୍ବରୁ ସେ ସୁପାରି ନେଇ ଅପରାଧ ଘଟାଇଛି । କିଛି ଦିନ ତଳେ ଜଣେ ପୋଲିସ ହାବିଲଦାରକୁ ମଧ୍ୟ ଫାୟାରିଂ କରିଥିଲା । ଗତ ବର୍ଷ ଏକ ସୁନା ଦୋକାନିକୁ ସୁପାରି ନେଇ ବୋମାମାଡ କରିଥିଲା ସେବେଠୁ ଫେରାର ଥିଲା । ତା ନାଁରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ଅନୁଗୁଳ ଖୋର୍ଦ୍ଧା, ପୁରୀ କଟକରେ ଏହିଭଳି ଆତଙ୍କ ଖେଳାଥିଲା ଜିତୁ । ଡକାୟତି ,ରାହାଜାନୀ, ଚୋରି ଛିନତାଇ କରି ଲୋକଙ୍କୁ ଡରାଇ ଧମକାଉ ଥିଲା ।''

ତେବେ ପୋଲିସର ଏନକାଉଣ୍ଟର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଅପରାଧୀର ଗୋଡକୁ ଗୁଳି କରିବା ଉପରେ ପ୍ରଶ୍ନ ଉଠିଛି । ଏହା ଫେକ୍ ଏନକାଉଣ୍ଟର ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 26, 2023, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.