ETV Bharat / state

କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Feb 11, 2021, 10:49 AM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମ ପଞ୍ଚାୟତ ଗୋଡା କାଜୁ ଜଙ୍ଗଲରେ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଅଧିକ ପଢନ୍ତୁ...

କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଥାନା ଦେଉଳି ଗ୍ରାମ ପଞ୍ଚାୟତ ଗୋଡା କାଜୁ ଜଙ୍ଗଲରେ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତ ଯୁବକ ଜଣକ ସାମନ୍ତରାପୁର ଗ୍ରାମର ବିଜୟ ମାଝୀଙ୍କ ପୁଅ ଉପେନ୍ଦ୍ର କୁମାର ପାଇକରାୟ (୨୪) ବୋଲି ଜଣାପଡିଛି।

ମୃତ ଯୁବକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁଇଦିନ ଦିନ ପୂର୍ବରୁ ଉପେନ୍ଦ୍ର ସେଲୁନକୁ ଯାଉଛି କହି ଘରୁ ଯାଇଥିଲେ । କିନ୍ତୁ ସେ ଆଉ ଫେରିନଥିଲା । ଫଳରେ ପରିବାର ପକ୍ଷରୁ ଗତକାଲି ବେଗୁନିଆ ଥାନାରେ ଅଭିଯୋଗ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଗାଁ କାଜୁଜଙ୍ଗଲରେ ପୁଅର ଗାଡି ପଡିଥିବା ଖବର ପାଇ ପରିବାର ଲୋକେ ଖୋଜାଖୋଜି କରିଥିବା ସମୟରେ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅର ମୃତ ଦେହ ଦେଖିବାକୁ ପାଇଥିଲେ ।

ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିବା ସହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.