ETV Bharat / state

ଡିଜିଟାଲ ଗୁରୁଦିବସ ପାଳିଲେ ଗୁରୁଜୀ-ଗୁରୁମା - Teacher's day

ଗୁରୁଙ୍କ ସ୍ଥାନ ସର୍ବଦା ଶୀର୍ଷରେ, ଏହାକୁ ଉପଲବ୍ଧି କରି ଆଜି ବିଦ୍ୟାଳୟରେ ଗୁରୁଜୀ ଓ ଗୁରୁମା ପାଳନ କରିଛନ୍ତି ଗୁରୁ ଦିବସ ।

ଗୁରୁ ଦିବସ ପାଳିଲେ ଗୁରୁଜୀ-ଗୁରୁମା
ଗୁରୁ ଦିବସ ପାଳିଲେ ଗୁରୁଜୀ-ଗୁରୁମା
author img

By

Published : Sep 5, 2020, 8:57 PM IST

ଖୋର୍ଦ୍ଧା: କୋରୋନା ମହାମରୀ କିଭଳି ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇଛି । ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ସିଗମା ପବ୍ଲିକ ସ୍କୁଲରେ । ଗୁରୁଙ୍କ ସ୍ଥାନ ସର୍ବଦା ଶୀର୍ଷରେ, ଏହାକୁ ଉପଲବ୍ଧି କରି ଆଜି ବିଦ୍ୟାଳୟରେ ଗୁରୁଜୀ ଓ ଗୁରୁମା ପାଳନ କରିଛନ୍ତି ଗୁରୁ ଦିବସ ।

ଗୁରୁ ଦିବସ ପାଳିଲେ ଗୁରୁଜୀ-ଗୁରୁମା

କୋରୋନା ମହାମାରୀ ଯୋଗୁଁ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀମାନେ ଚଳିତବର୍ଷ ଗୁରୁଦିବସ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି । ସିଗମା ପବ୍ଲିକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁ ଦିବସ ପାଳନ କରିଛନ୍ତି । ସ୍କୁଲର ଅଧକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ପୌରହିତରେ ଆୟୋଜିତ ଉସ୍ଥବରେ ନିର୍ଦେଶକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଛାତ୍ରଛାତ୍ରୀ ମାନେ ଡିଜିଟାଲ ମାଧ୍ୟମରେ ପଠାଇଥିବା ବିଭିନ୍ନ ଶୁଭେଛା ବାର୍ତ୍ତାକୁ ପ୍ରଦର୍ଶିତ କରିଥିଲେ । ବର୍ତ୍ତମାନ ସଙ୍କଟ ସମୟରେ ମଧ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷକ ମାନଙ୍କ ପାଖକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଗୁରୁଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.