ETV Bharat / state

ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳ ପାଇଁ OUATର ମାର୍ଗଦର୍ଶିକା - ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳ ପାଇଁ ମାର୍ଗଦର୍ଶିକା

ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳରେ ଫସଲ ସୁପରିଚାଳନା ପାଇଁ ଚାଷୀଙ୍କୁ କୃଷି ପରାମର୍ଶ ପ୍ରଦାନ କରିଛି OUAT । ଅଧିକ ପଢନ୍ତୁ

guideline by ouat for farming
ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳ ପାଇଁ OUATର ମାର୍ଗଦର୍ଶିକା
author img

By

Published : Jul 7, 2023, 7:40 AM IST

ଭୁବନେଶ୍ବର: ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳରେ ଫସଲ ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନଥିବାରୁ ରାଜ୍ୟର ୨୦ଟି ଜିଲ୍ଲାର ୭୧ଟି ବ୍ଲକରେ ସମ୍ପ୍ରତିକ ନିଅଣ୍ଟିଆ ବୃଷ୍ଟିପାତ ସମସ୍ୟା ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ଜଳ ସଙ୍କଟ ସମସ୍ୟା ହେତୁ ଖରିଫ ଧାନ ସମେତ ଅନ୍ୟାନ୍ୟ ଫସଲ ସାମୟିକ ପ୍ରଭାବିତ ହେଇଛି । ଆଗକୁ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଫସଲ ସୁପରିଚାଳନା ପାଇଁ ଚାଷୀଙ୍କୁ କୃଷି ପରାମର୍ଶ ପ୍ରଦାନ କରାଯାଇଛି ।

ଖାଲ କିସମ ଜମିରେ ବିଳମ୍ବରେ ଧାନ ବୁଣୁଥିଲେ ୧୪୦ ଦିନ ଅବଧୂର କିସମ ଯଥା ସ୍ବର୍ଣ ସବ-୧, ସି.ଆର ଧାନ ୮୦୧, ସି.ଆର ଧାନ ୮୦୨, କଳିଙ୍ଗ ଧାନ ୧୪୦୧, କଳିଙ୍ଗ ଧାନ ୧୪୦୩ ଆଦି ବିହନ ସଂଗ୍ରହ କରି ଓ ବିଶୋଧନ କରି ଧାନ ବୁଣନ୍ତୁ । ମଝିଆଳି କିସମ ଜମିରେ ବିଳମ୍ବରେ ଧାନ ବୁଣୁଥିଲେ ୧୨୦ ଦିନ ଅବଧୂର କିସମ ଯଥା ସ୍ବର୍ଣ ଶ୍ରେୟା, ବୀଣା- ୧୧, ଡି.ଆର.ଆର ଧାନ ୩୦୫, ଡି.ଆର.ଆର. ଧାନ ୪୨ ଓ ୪୪, କଳିଙ୍ଗ ଧାନ୧୨୦୧, କଳିଙ୍ଗ ଧାନ ୧୨୦୪ ଆଦି କିସମ ଚୟନ କରନ୍ତୁ । ଢିପ କିସମରେ ଜମିରେ ମାଟିର ବତର ଦେଖି ସିଆର ଧାନ-୨୦୨, ସିଆର ଧାନ-୨୦୧, ଜ୍ୟୋତିର୍ମୟୀ, ସିଦ୍ଧାନ୍ତ, ଯୋଗେଶ, ମନ୍ଦାକିନୀ, ସହଭାଗୀ ଧାନ, ଅଙ୍କିତ, ସତ୍ୟଭାମା ଆଦି କିସମର ବିହନ ବୁଣିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।

ଢିପ କିସମ ଜମିରେ ବତର ଦେଖି ଧାନ, ହରଡ , ମାଣ୍ଡିଆ, ରାଶି ଆଦି ଫସଲ ଚାଷ ପାଇଁ ଜମି ପ୍ରସ୍ତୁତ କରି ତୁରନ୍ତ ବୁଣନ୍ତୁ । ଲୁଣା ଅଞ୍ଚଳରେ ଏବେ ଧାନ ବୁଣାବୁଣି କରୁଥିଲେ ଜମିର କିସମ ଦେଖି ଖାଲ ଜମି ପାଇଁ ଲୁଣା ସମ୍ପଦ (ଅବଧି ୧୪୦ ଦିନ), ମଧ୍ୟମ କିସମ ଜମି ପାଇଁ ଲୁଣାଶଙ୍ଖ (୧୧୦ଦିନ) ଆଦି କିସମର ବିହନ ବୁଣିବା ସହ ଧାନ ତଳି ଘେରାରେ ଜଳ ସଙ୍କଟ ଦେଖା ଦେଲେ ଜରୁରୀକାଳୀନ ଜଳସେଚନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ନିଅଣ୍ଟିଆ ବୃଷ୍ଟିପାତ ହେତୁ ଧାନ ତଳି ଘେରାରେ ଏକ ବୀଜପତ୍ରୀ ଘାସ ସମସ୍ୟା ଦେଖାଦେଲେ ଏକର ପ୍ରତି ୩୨୦ମି.ଲି. ସାଇହାଲୋଫପ ବିଉଟାଇଲ ତୃଣନାଶକ ୨୦୦ଲିଟର ପାଣିରେ ମିଶାଇ ସଞ୍ଚନ କରିବାକୁ କୁହାଯାଇଛି ।

ଏହା ବି ପଢନ୍ତୁ...ନିଆଣ୍ଟିଆ ବର୍ଷାରୁ ପଡିଆ ପଡିଛି ଜମି, ଚିନ୍ତାରେ ଚାଷୀ

ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ଅଞ୍ଚଳରେ ମାଟିର ବତର ଦେଖି ଓ ସାଂପ୍ରତିକ ବର୍ଷାର ଉପଯୋଗ କରି ମକା ବିହନ ବୁଣାବୁଣି ଜାରି ରଖନ୍ତୁ । ନଚେତ ମାଟିରେ ବତର ନଥିଲେ ବୁଣାବୁଣି ସାମୟିକ ବନ୍ଦ କରନ୍ତୁ । ବର୍ଷା ଜଳ ଉପଯୋଗ କରି ଝୋଟ ଫସଲରେ ସାର ପ୍ରୟୋଗ କରନ୍ତୁ । ଅନାବନା ଘାସ ମାରିବା ପାଇଁ ପ୍ରତି ଲିଟର ଜଳରେ ୨ ମିଲିଲିଟର ହିସାବରେ ରାସାୟନିକ ତୃଣନାଶକ କୁଇଜାଲୋଫୋପ ଇଥାଇଲ ପ୍ରୟୋଗ କରନ୍ତୁ । ଉଇ ସମସ୍ୟା ଅଧିକ ଦେଖାଯାଉଥିବାରୁ ପ୍ରତି ଏକ ଲିଟର ପାଣିରେ ୨ ମି.ଲି. କ୍ଲୋରୋପାଇରିଫସ ଗୋଳାଇ ଝୋଟ ଗଛର ମୂଳ ଓ ମାଟିରେ ସ୍ତେ କରନ୍ତୁ । ମୁଗ, ବିରି, ରାଶି, ଚିନାବାଦାମ, ମାଣ୍ଡିଆ ଆଦି ଫସଲ ଏବେ ବୁଣାବୁଣି କରି ନ ଥିଲେ ମୌସୁମୀ ବର୍ଷା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ଢିପ ଜମି ଫସଲରେ ହାତରେ ଅନାବନା ଘାସ ଉପାଡି ଦିଅନ୍ତୁ କିମ୍ବା ତୃଣନାଶକ ବ୍ୟବହାର କରି ନଷ୍ଟ କରନ୍ତୁ । ପନିପରିବା ଫସଲ ଚାଷ କରିଥିଲେ ମୃତ୍ତିକା ଆଚ୍ଛାଦନ କରି ଜଳ ସଂରକ୍ଷଣ କରନ୍ତୁ । ସହଳ ମକା ଫସଲ ଚାଷ କରିଥିବା ଅଞ୍ଚଳରେ ପାଗ ଅଧିକ ଶୁଖୁଲା ରହି ଥିବାରୁ ଫଲ ଆର୍ମୀ ୱାର୍ମ ସମସ୍ୟା ବୃଦ୍ଧି ହେବାର ସମ୍ଭାବନା ଅଛି । ଏହି କୀଟର ଦମନ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ନିମ୍ବଜାତୀୟ କୀଟନାଶକ (୩୦୦ ପିପିଏମ) ପ୍ରତି ଲିଟର ପାଣିରେ ୫ମି.ଲି. ହିସାବରେ ମିଶାଇ ପ୍ରୟୋଗ କରନ୍ତୁ। ପରବର୍ତୀ ଅବସ୍ଥାରେ ଆବଶ୍ୟକ ଅନୁଯାଇ ଏକର ପ୍ରତି ୮୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୧୬୦ ମି.ଲି. ସ୍ଵାଇନେଟୋରାମ କୀଟନାଶକ ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଢିପ ଜମି ଫସଲରେ ଉଈ ସମସ୍ୟା ଦେଖାଦେଲେ ପ୍ରତି ଏକ ଲିଟର ପାଣିରେ ୨ ମି.ଲି. ହିସାବରେ କ୍ଲୋରୋପାଇରିଫସ ୨୦ ଇ.ସି. ଔଷଧ ଗୋଳାଇ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.