ETV Bharat / state

ଜିରୋ ନାଇଟ ସେଲିବ୍ରେସନ: ହୋଟେଲ ଓ ବାର୍‌କୁ କଡ଼ା ନିର୍ଦେଶ, ଆସିଲା ଗାଇଡ୍‌ଲାଇନ୍‌ - ଜିରୋ ନାଇଟ ସେଲିବ୍ରେସନ

Guideline for Zero Night Celebration: ଜିରୋ ନାଇଟ ସେଲିବ୍ରେସନ ପାଇଁ ପୋଲିସର ଚିନ୍ତା । ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ କଡ଼ା ନିର୍ଦ୍ଦେଶନାମା । ଅଧିକ ପଢ଼ନ୍ତୁ,

ଜିରୋ ନାଇଟ ସେଲିବ୍ରେସନ
ଜିରୋ ନାଇଟ ସେଲିବ୍ରେସନ
author img

By ETV Bharat Odisha Team

Published : Dec 27, 2023, 7:40 AM IST

ଜିରୋ ନାଇଟ ସେଲିବ୍ରେସନ

ଭୁବନେଶ୍ବର: ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ କମିଶନରେଟ୍‌ ପୋଲିସର ଚିନ୍ତା । ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ କଡ଼ା ନିର୍ଦ୍ଦେଶନାମା । ହୋଟେଲ, କ୍ଲବ୍‌ ବାର ଆସୋସିଏନକୁ ଦେଲେ କଟକଣା । ପାର୍ଟିରେ ମଦ ପିଇଥିଲେ ଗାଡ଼ି ଚଳାଇବାକୁ କରିବେ ବାରଣ । ଏନେଇ ପେମେଣ୍ଟ ବେସିସ୍‌ରେ ଯୋଗାଇବେ ଗାଡି ଡ୍ରାଇଭର । ଅଘଟଣ ଏଡ଼ାଇବାକୁ ପାର୍ଟି ଇଭେଣ୍ଟ ପାଖରେ ଆମ୍ବୁଲାନ୍ସ ରଖିବାକୁ ନିର୍ଦ୍ଦେଶ ।

ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି 2023 । ସେନେଇ ଆରମ୍ଭ ହୋଇଗଲାଣି ହୋଟେଲ, କ୍ଲବ୍ ଓ‌ ବାର‌୍‌ ବୁକିଂ । ତେବେ ଜିରୋ ନାଇଟ୍‌ ସେଲିବ୍ରେସନରେ ମଦ୍ୟପାନ ତଥା ଅନ୍ୟାନ ନିଶା କାରଣରୁ ବର୍ଷ ଆରମ୍ଭରୁ ହିଁ ସଡ଼କ ଦୁର୍ଘଟଣା ଖବର ଶୁଣିବାକୁ ମିଳିଥାଏ । ତେବେ ସେନେଇ ଆଜି ରାଜଧାନୀରେ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଗାଇଡ୍‌ଲାଇନ୍‌ ରଖାଯାଇଛି । ସେନେଇ ହୋଟେଲ, ବାର୍‌ ଓ କ୍ଲବ୍‌ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଖୋଜା ଚାଲିଛି ସରୋଜ କାନ୍ତି ମହାନ୍ତିଙ୍କ ସମ୍ପତି

ଜିରୋ ନାଇଟ୍‌ ପାର୍ଟି ସେଲିବ୍ରେସନ ପାଇଁ ହୋଟେଲ କ୍ଲବ୍ ଓ‌ ବାର‌ରେ ଭିଡ଼ ରହିବ । ତେଣୁ ଯେପରି ସୁରକ୍ଷିତ ଭାବରେ ଲୋକ ସେଲିବ୍ରେସନ କରିବେ ସେନେଇ କଡ଼ା ନିର୍ଦ୍ଦେଶନାମା ଲାଗୁ କରାଯାଇଛି । ଜିରୋ ନାଇଟ୍‌ ପାଇଁ ସମୟ ସୀମା ଦିନ 12ଟାରୁ ରାତି 12ଟା ରହିଛି । ଯଦି କେଉଁ ହୋଟେଲ କ୍ଲବ୍ ଓ‌ ବାର‌ ଅଧିକ ସମୟ ପାର୍ଟି ପାଇଁ ଅନୁମତି ନିଅନ୍ତି ତେବେ ତାହା ରାତି 1.30 ପର୍ଯ୍ୟନ୍ତ ରହିବ । ତାଛଡ଼ା ଯେମିତି କେହି ମଦ୍ୟପାନ କରି ଗାଡ଼ି ନଚଲାନ୍ତି ସେନେଇ ଅଧିକ ଡ୍ରାଇଭର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିଶା ଦ୍ରବ୍ୟର ବ୍ୟବହାର ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ କୁହାଯାଇଛି । କୌଣସି ଅଘଟଣ ବା ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏଡ଼ାଇବାକୁ ଆମ୍ବୁଲାନ୍ସ ମହଜୁଦ ରଖିବା ପାଇଁ କୁହାଯାଇଛି ।

ସିସିଟିଭି ସର୍ଭିଲାନସକୁ ସଠିକ ରଖିବା ସହ ଖରାପ ଥିଲେ ତୁରନ୍ତ ମରାମତି କରିବାକୁ କୁହାଯାଇଛି । ଏନେଇ ପୋଲିସ ମଧ୍ୟ ବ୍ୟାପକ ଆୟୋଜନ ରହିଛି । ଡ୍ରିଙ୍କ ଆଣ୍ଡ୍‌ ଡ୍ରାଇଭ୍‌ ଓ ବେଆଇନ କାରବାର ରୋକିବା ପାଇଁ ପୋଲିସ ରାସ୍ତାରେ ମୁତୟନ ରହିବେ । ସେଲିବ୍ରେସନ୍‌ ଆଳରେ ଅନ୍ୟ ପାଇଁ ଯେପରି ବିପଦ ହେବେ ନାହଁ ସେନେଇ ଛକ ଛକରେ ଚେକିଂ କରାଯିବା ସହ ଅଧିକ ପାଟ୍ରୋଲିଂ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.