ETV Bharat / state

ଯାତ୍ରୀ କମ୍ ମାଲ୍ ଅଧିକ, ବସକୁ ଜବତ କଲା ଜିଏସଟି ବିଭାଗ - bermunda

ବେଆଇନ ଭାବେ ମାଲ ଚାଲାଣ କରୁଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୋଟିଏ ବସକୁ ଜବତ କରିଛି ଜିଏସଟି ବିଭାଗ। କୋଲକାତାରେ ଏହି ବସ ଟିକସ ଫାଙ୍କି ଥିବାର ଅଭିଯୋଗ ହୋଇଥିଲା। ଏହାକୁ ଜିଏସଟି ବିଭାଗର ଅଧିକାରୀ ଜବତ କରି ମୁଖ୍ୟ କାର୍ଯ୍ୟାଳୟରେ ଅଟକ ରଖିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 13, 2019, 11:18 AM IST

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ପ୍ରମୁଖ ବସଷ୍ଟାଣ୍ଡ ବରମୁଣ୍ଡାରୁ ଜବତ ହୋଇଛି ଗୋଟିଏ ବସ। ବେଆଇନ ଭାବେ ମାଲ ଚାଲାଣ କରୁଥିବା ନେଇ ଏହାକୁ ଜବତ କରିଛି ଜିଏସଟି ବିଭାଗ। କୋଲକାତାରେ ଏହି ବସ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା । ବସକୁ ଜିଏସଟି ବିଭାଗର ଅଧିକାରୀ ଜବତ କରି ମୁଖ୍ୟ କାର୍ଯ୍ୟାଳୟରେ ଅଟକ ରଖାଛନ୍ତି ।

ବସ "ପରମେଶ୍ୱର" (ନମ୍ବର-wb-31-4271) କୋଲକାତାରୁ ଭୁବନେଶ୍ୱର ଆସୁଥିଲା। ଖବର ପାଇ ଏହି ବସକୁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକା ଯାଇଇଥିଲା। ଏହି ବସରେ ଯାତ୍ରୀ ରହିଥିଲେ ମଧ୍ୟ ମାଲ ଚୋରା ଚାଲାଣ କରାଯାଉଥିଲା। ବାରମ୍ବାର ଭୁବନେଶ୍ୱରରୁ ବିଭିନ୍ନ ସମୟରେ ଚୋରା ଚାଲାଣ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ହୋଇ ଆସୁଥିଲା।

ପରମେଶ୍ୱର ବସରେ ବିଭିନ୍ନ ପ୍ରକାରର କପଡା, ରାସନ ଆଦି ବିନା ଟିକସରେ ପରିବହନ କରାଯାଉଥିଲା। ଇ-ୱେ ବିଲରେ ଠକେଇ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା । ପାଖାପାଖି ୧୦ଲକ୍ଷ ଟଙ୍କାର ଜିନିଷ ବସ ଯୋଗେ ଚୋରା ଚାଲାଣ କରୁଥିଲେ। ଖବର ପାଇ ଜିଏସଟି ବିଭାଗ ବରମୁଣ୍ଡାରୁ ବସକୁ ଜବତ କରିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି। କିଛିଦିନ ପୂର୍ବରୁ ଏକ ସରକାରୀ ବସରେ ଅତ୍ୟଧିକ ମାତ୍ରରେ ବିନା ବିଲରେ ଏକାଧିକ ଗୁଟଖା, ପାନ ମସଲା, ବସ୍ତା ଜବତ କରିଥିଲା ଜିଏସଟି ବିଭାଗ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

ମହିଳା ଚାଲାଣକୁ ନେଇ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା: ମହିଳା ଚାଲାଣ ଓ ନାରୀ ନିର୍ଯାତନାକୁ ବିରୋଧ କରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ବାରା ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆଜି ମହାକାଳପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା କୁଶୁମ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । 

ନାବାଳିକା ବୟସରୁ ଝିଅମାନଙ୍କର ବିବାହ କରିବାକୁ ନେଇ ସେ କହିଥିଲେ ଯେ ଏହି ସମୟରେ ଝିଅମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ସଠିକ ଢଙ୍ଗରେ ବିକଶିତ ହୋଇ ନଥାଏ । କମ ବୟସରୁ ବିବାହ କରୁଥିବା କାରଣରୁ ଝିଅମାନେ ମା ହେଉଥିବାରୁ ଉଭୟ ମା ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥାଏ । ତେଣୁ ଏଥିପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି । 

ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପ୍ରୋଜେକ୍ଟ ସ୍ୱରାଜର ଡଲି ଦାଶ ମହିଳାମାନଙ୍କୁ କିଭଳି ଲୋଭାଶକ୍ତ କରି ଚାଲାଣ କରାଯାଏ ସେନେଇ ନିଜର ଅଭିମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବ୍ଲକର ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ମହିଳା ଯୋଗଦେଇ କର୍ମଶାଳାରେ ନିଜନିଜର ଅନୁଭୁତି କହିଥିଲେ । ମହାକାଳପଡ଼ା ଶିଶୁ ମଙ୍ଗଳ ଅଧିକରିଣୀ ମନୋରମା ସ୍ୱାଇଁ, ସୁନନ୍ଦା କାନୁନଗୋ, ଡ଼ଃ ମମତା ଦାଶଙ୍କ ସମେତ ବହୁ ମହିଳା ଅଧିକାରୀ ଯୋଗ ଦେଇଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.