ଖୋର୍ଦ୍ଧା : ୨ ବର୍ଷ ପରେ କୋରୋନା କଟକଣାରୁ ସରକାରୀ କାର୍ଯ୍ୟାଳୟ ମୁକ୍ତ ହୋଇଛି। ପୁଣି ଆଗ ଭଳି ବ୍ଲକ, ତହସିଲ ଆଦିରେ ପ୍ରତ୍ୟକ୍ଷ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବସିଛି । ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଅଭିଯୋଗ ଶୁଣି ସମସ୍ୟାର ଆଶୁ ସମାଧାନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ସୋମବାର (ଆଜି ) ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଅଭିଯୋଗ ଶୁଣି ତାହାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ସେହିଭଳି ଆଜି ପ୍ରଥମ ଦିନରେ ପ୍ରାୟ 30ଜଣ ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ପାଇଁ 1ଲକ୍ଷ 20 ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିଭଳି ରେଡ଼କ୍ରସ ପାଣ୍ଠିରୁ 9ଜଣଙ୍କୁ 75 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆଗକୁ ମଧ୍ୟ ପ୍ରତି ସୋମବାର ପର୍ଯ୍ୟାୟ କ୍ରମେ ପ୍ରତି ବ୍ଲକରେ ଜନ ଅଭିଯୋଗ ଶୁଣାଣି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ