ETV Bharat / state

ବିଜେପି କାର୍ଯ୍ୟାଳୟରେ ସୂର୍ଯ୍ୟବଂଶୀଙ୍କ ସମ୍ବର୍ଦ୍ଧନା

author img

By

Published : Nov 9, 2022, 4:05 PM IST

ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୂର୍ଯ୍ୟବଂଶୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢ଼ନ୍ତୁ

greeting and welcome to newly elected mla suryavanshi at bjp party office
ବିଜେପି କାର୍ଯ୍ୟାଳୟରେ ସୂର୍ଯ୍ୟବଂଶୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ଧାମନଗର ନୂତନ ବିଧାୟକ ଭାବେ ଶପଥ ଗ୍ରହଣ କଲେ ସୂର୍ଯ୍ୟବଂଶୀ ସୂରଜ । ଶପଥ ଗ୍ରହଣ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସୂର୍ଯ୍ୟବଂଶୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସୂର୍ଯ୍ୟବଂଶୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସମେତ ଅନେକ ପ୍ରମୁଖ ନେତା ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଡି ପୁରେଣନ୍ଦେଶ୍ୱରୀ, ସାଂସଦ ଜୁଏଲ ଓରାମ ଏବଂ ପ୍ରମୁଖ ବରିଷ୍ଠ ନେତା ଯୋଡି ହୋଇ ସୂର୍ଯ୍ୟବଂଶୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହାପରେ ସୂର୍ଯ୍ୟବଂଶୀ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଇ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ଶପଥ ପାଠ କରାଇଛନ୍ତି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସୂର୍ଯ୍ୟବଂଶୀଙ୍କୁ ଦଳୀୟ କାର୍ଯ୍ୟାଳୟରୁ ସାଙ୍ଗରେ ନେଇ ବିଧାନସଭା ଯାଇଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.