ETV Bharat / state

ଜିଲ୍ଲାପାଳ ସମ୍ମିଳନୀ; ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

author img

By ETV Bharat Odisha Team

Published : Sep 12, 2023, 10:42 PM IST

ଖାରବେଳ ଭବନରେ ଆଜି ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର । ଅଧିକ ପଢନ୍ତୁ

ଜିଲ୍ଲାପାଳ ସମ୍ମିଳନୀ; ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନକୁ ଗୁରୁତ୍ବ
ଜିଲ୍ଲାପାଳ ସମ୍ମିଳନୀ; ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସଂପର୍କିତ ଜିଲ୍ଲାପାଳ ସମ୍ମିଳନୀରେ ଆଲୋଚନା ହୋଇଛି । ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ବ୍ୟାଙ୍କିଂ ଆଉଟଲେଟ ଖୋଲିବା, ମୋ ଘର ଏବଂ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ହୋଇଛି । ମୋ ସ୍କୁଟର, ଲକ୍ଷ୍ମୀ ଯୋଜନାରେ ଆମ ବସ ଷ୍ଟାଣ୍ଡ ନିର୍ମାଣ ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଫସଲ ପାଣିପାଗ ସଂପର୍କିତ ଆପଦକାଳୀନ ଯୋଜନା ଉପରେ ବ୍ୟାପକ ଆଲୋଚନା ହୋଇଛି । ଡିଏମଏଫ ଏବଂ ଓଏମବିଏଡିସି ପାଣ୍ଠିର ବ୍ୟବହାରରେ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ଖାରବେଳ ଭବନରେ ଆଜି ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର । ସେ କହିଛନ୍ତି ଯେ, ରାଜ୍ୟ ସରକାର ଅନେକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଛନ୍ତି । ସେସବୁର ତ୍ବରିତ କାର୍ଯ୍ୟକାରିତା ଉପରେ ସେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ଗୁଡିକ ଟିମ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ।

ଏହାବି ପଢନ୍ତୁ- ଜିଲ୍ଲାପାଳ ସମ୍ମିଳନୀ: ଚାଲିଛି ବିଭାଗୱାରୀ ସମୀକ୍ଷା

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ନିୟମିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ ମଧ୍ୟ ମୋ ଘର ଯୋଜନା ଏବଂ ପିଏମଏୱାଇ(ଜି)ରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ଥିତି ସମୀକ୍ଷା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଅଦ୍ୟାବଧି ବ୍ୟାଙ୍କି ସେବା ଉପଲବ୍ଧ ନଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ବ୍ୟାଙ୍କିଙ୍ଗ ଆଉଟ ଲେଟ ଖୋଲିବାର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ନିଜ ଘର ନିକଟରେ ବ୍ୟାଙ୍କିଂ ସେବାର ଲାଭ ପାଇବେ ।

ବାଣିଜ୍ୟ ଓ ପରିବହନ ବିଭାଗ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଲକ୍ଷ୍ମୀ ଯୋଜନାରେ ଆମ ବସଷ୍ଟାଣ୍ଡ ନିର୍ମାଣ ଓ ଏହାର ଅଗ୍ରଗତି ସମ୍ପର୍କରେ ବୁଝାଇଛନ୍ତି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୫ ଟି ଆମ ବସଷ୍ଟାଣ୍ଡ ପ୍ରତିଷ୍ଠା ହୋଇଥିବା ବେଳେ ୧୨୪ଟି ନିର୍ମାଣାଧିନ ରହିଛି । ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଆମ ବସଷ୍ଟାଣ୍ଡଗୁଡିକର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ଯ୍ୟକାରିତା ଦିଗ ପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ବିଭିନ୍ନ ବିଭାଗ ସମନ୍ବୟରେ ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିବା ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, ଚଳିତ ଖରିଫ ଋତୁରେ ଫସଲ ପାଣିପାଗ ସ୍ଥିତି ଓ ଆପଦକାଳୀନ ଯୋଜନା ଏବଂ ରବି ଚାଷ ପାଇଁ ପ୍ରସ୍ତୁତି ସହ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକଳାପ ସମ୍ପର୍କରେ ଉପସ୍ଥାପନା କରିଛନ୍ତି ।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ପାଣ୍ଡିଆନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବସ୍ତି ଏସ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଦ୍ରୁତ ବିଦ୍ୟୁତିକରଣ ସଂପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଖଣି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ମୌଳିକ ସୁବିଧାସୁଯୋଗ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଡିଏମଏଫ ଏବଂ ଓଏମ୍ବିଏଡିସି ପାଣ୍ଠିର ଉପଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର-ତଥା ଶାସନ ସଚିବ ଏବଂ ସମସ୍ତ ଜିଲ୍ଲାପାଳ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.