ETV Bharat / state

ମୁଖ୍ୟସ୍ରୋତରେ ସାମିଲ ହେବେ ଅଧାରୁ ପାଠ ଛାଡିଥିବା ପିଲା, ମିଳିବ ଧନ୍ଦାମୂଳକ ଶିକ୍ଷା - ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମିଳିବ ଧନ୍ଦାମୂଳକ ଶିକ୍ଷା

ଅଧାରୁ ପାଠ ପଢ଼ା ଛାଡ଼ିଥିବା ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା । ଏହି ଶିକ୍ଷା ପ୍ରଦାନ ମାଧ୍ୟମରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ । ତେବେ ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡୁଛନ୍ତି । ସେମାନଙ୍କୁ ପୁଣିଥରେ ସ୍କୁଲକୁ ଆଣିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଅଧିକ ପଢ଼ନ୍ତୁ

ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମିଳିବ ଧନ୍ଦାମୂଳକ ଶିକ୍ଷା

author img

By

Published : Jul 8, 2023, 3:26 PM IST

ଭୁବନେଶ୍ବର: ଅଧାରୁ ପାଠ ପଢ଼ା ଛାଡ଼ିଥିବା ୧୮ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଅଧାରୁ ପାଠ ପଢ଼ା ଛାଡିଥିବା ପିଲାମାନେ ପୁଣିଥରେ ସ୍କୁଲକୁ ଆସିବେ ଏବଂ ପାଠ ପଢିବେ, ସେନେଇ ପଦକ୍ଷେପ ନିଆଯାଉଛି । ସେମାନଙ୍କୁ ସ୍ବଳ୍ପ ଅବଧି ଧନ୍ଦାମୂଳକ ଶିକ୍ଷା ପ୍ରଦାନ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ କିଭଳି ସାମିଲ କରାଯିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପଦକ୍ଷେପ ନିଆଯିବ । ଏନେଇ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର ଓ କଳାହାଣ୍ଡି ଜିଲ୍ଲାରୁ ୩୦ ଜଣ ଅଧାରୁ ପାଠ ପଢ଼ା ଛାଡ଼ିଥିବା ପିଲା ଓ ସେମାନଙ୍କ ସହଯୋଗୀ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅଭିଭାବକମାନେ ଯୋଗଦେଇଥିଲେ ।

ପ୍ରକାଶ ଥାଉ କି, ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗୁଛି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ବାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତୁରନ୍ତ ଅଧାରୁ ପାଠ ପଢ଼ା ଛାଡ଼ୁଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଓଡ଼ିଶାର ୭ ହଜାର ୬୮୨ ଡ୍ରପ୍ ଆଉଟ ପିଲାଙ୍କ ମଧ୍ୟରୁ ୨ ହଜାର ୫୯୬ ପିଲା ବିଦ୍ୟାଳୟକୁ ଫେରିଥିବାବେଳେ ଏବେ ବି ୫ ହଜାର ୮୬ ଜଣ ପିଲା ବିଦ୍ୟାଳୟ ଆସୁନାହାନ୍ତି । ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ପଢ଼ା ଛାଡ଼ିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଥିଲେ । କିନ୍ତୁ ଏବେ ବି ୩୦ଟି ଜିଲ୍ଲାରୁ ୧୫୦୨ ପିଲା ବିଦ୍ୟାଳୟ ଆସୁନାହାନ୍ତି । ସେହିଭଳି ଉଚ୍ଚପ୍ରାଥମିକ ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୮୦ ପିଲା, ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୯୬୫ ଜଣ ଏବଂ ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ ଶ୍ରେଣୀରେ ୧୮୩୯ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...PGI Report: ସ୍କୁଲ ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା

ତେବେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା, ଉପନିର୍ଦ୍ଦେଶିକା କଳ୍ପନା ହାଂସଦା, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଆଞ୍ଚଳିକ ସହନିର୍ଦ୍ଦେଶକ ବିଜୟ କୁମାର ପାତ୍ର, ଏଲ୍‌ ଆଣ୍ଡ୍‌ ଟିର ସହଉପାଧ୍ୟକ୍ଷ ଦେବାଶିଷ ମହାନ୍ତି, ଗ୍ରାମତରଙ୍ଗର ବରିଷ୍ଠ ଜେନେରାଲ ମ୍ୟାନେଜର ସଂଜୀବ ମିଶ୍ର ଓ ଅଜୟ କୁମାର ରାଉତ ଏବଂ ସହ ଜେନେରାଲ ମ୍ୟାନେଜର ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଦିଗ୍‌ଦର୍ଶନ ଦେଇ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.