ETV Bharat / state

ବର୍ଷାରେ ଭିଜି ସରକାରଙ୍କୁ ଗୁହାରୀ କଲେ, ଗାନ୍ଧିମାର୍ଗ ଧାରଣାରେ ଆଉଟସୋର୍ସିଂ କର୍ମଚାରୀ

ଭୁବନେଶ୍ବର ଗାନ୍ଧିମାର୍ଗରେ ଢୁ ଢୁ ବର୍ଷା ସତ୍ତ୍ବେ ଧାରଣାରେ ବସିଥିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦାବି ପୂରଣ ପାଇଁ ଏମାନେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Aug 1, 2023, 10:56 PM IST

ବର୍ଷାରେ ଭିଜି ସରକାରଙ୍କୁ ଗୁହାରୀ କଲେ
ବର୍ଷାରେ ଭିଜି ସରକାରଙ୍କୁ ଗୁହାରୀ କଲେ
ବର୍ଷାରେ ଭିଜି ସରକାରଙ୍କୁ ଗୁହାରୀ କଲେ

ଭୁବନେଶ୍ବର: ଚାକିରି‌ କରନ୍ତି ଏମାନେ ସରକାରୀ ଅଫିସରେ । ହେଲେ ଦରମା ନିଅନ୍ତି ବେସରକାରୀ ଏଜେନ୍ସିରୁ । ଏମାନଙ୍କ ବିନା ସରକାରୀ ଅଫିସ ହୋଇଯାଏ ଅଚଳ, ହେଲେ ଦରମା ଦେଲାବେଳକୁ କାହାର ନଥାଏ ନଜର । ଏମାନେ ହେଉଛନ୍ତି ରାଜ୍ୟର ୪୨ଟି ବିଭାଗରେ ଗ୍ରୁପ ସି ଓ ଗ୍ରୁପ ଡିରେ କାମ କରୁଥିବା କର୍ମଚାରୀ । ତେବେ ସ୍ଥାୟୀ ନିଯୁକ୍ତି ଓ ୧୦ ଦଫା ଦାବି ନେଇ ଆଜି ଢୁ ଢୁ ବର୍ଷା ସତ୍ତ୍ବେ ନିଜର ଧାରଣା ଜାରି ରଖିଥିଲେ ଏହି ଆଉଟ୍‌ସୋର୍ସିଂ କର୍ମଚାରୀ ।

ଫରେଷ୍ଟ ଡିପାର୍ଟମେଣ୍ଟରେ ଗାର୍ଡ ବା ମଙ୍କି-ସ୍କ୍ବାର୍ଡ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ଭାବେ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ଭାବେ ଓପିଡି ଟିକେଟ କାଉଣ୍ଟର, ହେଲ୍ପ ଡେସ୍କ, ସ୍ବିପର, ଓଟି, ଡାଟା ଏଣ୍ଟ୍ରି ଅପରେଟର, ଇଲେକ୍ଟ୍ରିକ୍‌ ଟେକ୍ନିସିଆନ, ଏସି ଟେକ୍ନିସିଆନ ଭାବେ ଏମାନେ କାର୍ଯ୍ୟ କରନ୍ତି । ସରକାରୀ ଅଫିସରେ କାର୍ଯ୍ୟ କରୁଥିବାରୁ ଏମାନେ ଯେତିକି ଖୁସି ଅନୁଭବ କରନ୍ତି, ଦରମା ବା ରୋଗରେ ପଡିଲେ ଛୁଟି ପାଇଁ ସେତିକି ଅତ୍ୟାଚାରିତ ହୁଅନ୍ତି । ମାସକୁ ଦରମା ୯ ହଜାରରୁ ମଧ୍ୟ କମ । କାରଣ ଏମାନେ ସରକାରୀ ଅଫିସରେ ସିଧାସଳଖ ନିଯୁକ୍ତ ନହୋଇ ବିଭିନ୍ନ ଏଜେନ୍ସି ଜରିଆରେ ବା ଥାର୍ଡ ପାର୍ଟି ଜରିଆରେ ଏମାନଙ୍କୁ ମିଳିଛି ଚାକିରି । ଯାହାକୁ ନେଇ ଏବେ ଅନେକ ଅବହେଳାର ଶିକାର ହୋଇଛନ୍ତି ୭୦ ହଜାର ଆଉଟସୋର୍ସିଂ କର୍ମଚାରୀ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିବାଦ

ଏମାନେ WDC, ଫୁଡ୍ ସପ୍ଲାୟ, ରେଭିନ୍ୟୁ, ଏସ୍‌ ଏସ୍‌ଟି, ଜିଏ, ସିଭିଲ ସପ୍ଲାୟ, ହୋମ, ସୋସିଆଲ ୱେଲଫେୟାର, ଏସ୍‌ପିଡି, ଭେଟେନାରୀ, ପଞ୍ଚାୟତରାଜ, ମନରେଗା, ଲିଫ୍ଟ ଇରିଗେସନ ଭଳି ୪୨ଟି ବିଭାଗରେ ଏମାନେ ଗ୍ରୁପ ସି ଓ ଡି କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ସ୍କିମେଟିକ, ନନ୍‌ ସ୍କିମେଟିକ ଓ ଆନେକ୍ସର 'ବି' ଦର୍ଶାଇ ଏମାନଙ୍କୁ ଚୁକ୍ତିଭିତ୍ତିକ ଉଚ୍ଛେଦ ସମୟରେ ନିୟମିତ ଚାକିରିରୁ ବଞ୍ଚିତ ରଖାଗଲା । ଅଥଚ ଅନେକ୍ସର 'ଏ' ଦର୍ଶାଇ ବାକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଇଲେ । ତେଣୁ ଏନେଇ ୨୦୦୦ ମସିହାରୁ କାର୍ଯ୍ୟ କରିଆସୁଥିବା ଏହି କର୍ମଚାରୀଙ୍କୁ ଚାକିରି ନିରାପତ୍ତା ସହ, ସ୍ଥାୟୀ ନିଯୁକ୍ତି, ସାଲାରି ହାଇକ୍‌ ପେ, ସ୍କେଲ ଅନୁସାରେ ଦରମା, ମାଟର୍ନିଟ ଲିଭ ସହ ଯେଉଁମାନେ କିଛିଦିନ କାର୍ଯ୍ୟକରି ବାହାରି ଯାଇଛନ୍ତି, ସେମାନଙ୍କୁ ପୁନଃଥଇଥାନ ଭଳି ୧୦ ଦାବି ନେଇ ଏମାନେ ଆନ୍ଦୋଳନ କରିଛନ୍ତି । ୨୦୧୮ ମସିହରେ ବଡ଼ ଧରଣର ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ପରେ ଅସିତ ତ୍ରିପାଠୀ, ସୁରେଶ ମହାପାତ୍ରଙ୍କ ଭଳି ଅଫିସରଙ୍କୁ ଭେଟିଥିଲେ । ସେମାନଙ୍କ ଅବସର ପରେ ଅନୁ ଗର୍ଗଙ୍କୁ ମଧ୍ୟ ଭେଟିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ନିବେଦନ କରିଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦେବାକୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.