ETV Bharat / state

ରାଜ୍ୟପାଳଙ୍କ କଣ୍ଠରେ ଶିବସ୍ତବ, ମନ୍ତ୍ରମୁଗ୍ଧ ହେଲେ ଶ୍ରୋତାଗଣ

author img

By

Published : May 24, 2023, 8:08 PM IST

Updated : May 24, 2023, 8:19 PM IST

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା । ଚନ୍ଦନ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ରୁଦ୍ରାଷ୍ଟକ ଗାଇଲେ ରାଜ୍ୟପାଳ । ଅଧିକ ପଢ଼ନ୍ତୁ

ଚନ୍ଦନ ମହୋତ୍ସବ ଅବସରରେ ରାଜ୍ୟପାଳ ଗାଇଲେ ରୁଦ୍ରାଷ୍ଟକ

ଭୁବନେଶ୍ବର: ଚନ୍ଦନ ମହୋତ୍ସବ ଅବସରରେ ରାଜ୍ୟପାଳ ଗାଇଲେ ଶିବସ୍ତବ । ଲିଙ୍ଗରାଜଙ୍କ ଚାପ ଓ ଚନ୍ଦନ ଯାତ୍ରା ଅବସରରେ ଯୋଗ ଦେଇ ଶିବସ୍ତବ ଗାନ କରିଛନ୍ତି ରାଜ୍ୟପାଳ । ବିନ୍ଦୁ ସାଗରରେ ଚାପ ଖେଳିଲେ ଦେଵଦେଵ ମହାଦେବ ପ୍ରଭୁ ଲିଙ୍ଗରାଜ । ଏହାପରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଚନ୍ଦନ ଯାତ୍ରା ମହୋତ୍ସବ। ଏହି କ୍ରମରେ ଭୁବନେଶ୍ୱର ସାଂସ୍କୃତିକ ସମିତି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ହେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଶିବସ୍ତୋତ୍ର ଗାନ କରିଛନ୍ତି ।

ଏହି ଚନ୍ଦନ ମହୋତ୍ସବରେ ସାଧରଣଲୋକଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ ସାମିଲ ହୋଇ ଚନ୍ଦନ ଲେପ କରିଥିଲେ । ଖରାଦିନେ ଆଉ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ସମାରୋହ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବାବେଳେ ଚଳିତ ବର୍ଷ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏହି ଅବସରରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେୟର ସୁଲୋଚନା ଦାସ, ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ଅରୁପ ପଟ୍ଟନାୟକ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦେବାଶିଷ ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଯୋଗ ଦେଇଥିଲେ ।

ଅନ୍ୟପଟେ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ତାଙ୍କ ପୁତ୍ର ଭଜନ ଗାନ କରିଥିଲେ । ରାଜ୍ୟପାଳ ସାଂସ୍କୃତିକ ସନ୍ଧ୍ୟାରେ ପରିବେଷଣ ହୋଇଥିବା ଭଜନକୁ ବେଶ ଉପଭୋଗ କରିଥିଲେ । ଆଉ କାର୍ଯ୍ୟକ୍ରମର ସଂଗୀତରେ ମନ୍ତ୍ରମୁଗ୍ଧ ହୋଇ ନିଜେ ରୁଦ୍ରାଷ୍ଟକ ଗାଇଥିଲେ । ଉପସ୍ଥିତ ଲୋକେ ରାଜ୍ୟପାଳଙ୍କ ସ୍ଲୋକକୁ ବେଶ ଉତ୍ସାହର ସହ ଶୁଣିଥିଲେ । ପରେ ତାଙ୍କ ପୁଅ ମା ଦୁର୍ଗାଙ୍କ ଭଜନ ଗାଇଥିଲେ । ଏହାକୁ ନେଇ ପୁରା ପରିବେଶ ଭକ୍ତିମୟ ହୋଇଉଠିଥିଲା ।

ଚନ୍ଦନ ଯାତ୍ରାର ପରମ୍ପରା: କୁହାଯାଏ ଚନ୍ଦନ ଶୀତଳ ପ୍ରଦାନ କରିଥାଏ । ବର୍ତ୍ତମାନ ଯେଉଁ ଗରମ ହେଉଛି ସେହି ସମୟରେ ଚନ୍ଦନ ଲେପକଲେ ଦେହକୁ ଆରାମ ମିଳେ, ଶୀତିଳତା ଅନୁଭବ ହୁଏ । ତେଣୁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଏହି ସମୟରେ ହିଁ ଅନୁଷ୍ଠିତ ହୋଇଥାଏ । ଏହାକୁ ପାଥେୟ କରି ଏକାମ୍ର କ୍ଷେତ୍ରରେ ଚନ୍ଦନ ମହୋତ୍ସବ ପାଳନ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 24, 2023, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.