ETV Bharat / state

Y-20 Consultative Meet: ୨୦ ଦେଶର ୨୧ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା - ୱାଇ ୨୦ ସମ୍ମିଳନୀ

ଭୁବନେଶ୍ବରରେ ଆୟୋଜିତ ୱାଇ-୨୦ ସମ୍ମିଳନୀରେ ଯୋଗ ଦେଇଥିବା ୨୦ଟି ଦେଶର ୨୧ ଜଣ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢ଼ନ୍ତୁ

y20 summit in bhubaneswar
ଭୁବନେଶ୍ବରରେ ୱାଇ ୨୦ ସମ୍ମିଳନୀ
author img

By

Published : Apr 15, 2023, 8:06 PM IST

ଭୁବନେଶ୍ବରରେ ୱାଇ ୨୦ ସମ୍ମିଳନୀ

ଭୁବନେଶ୍ଵର: ରାଜଧାନୀରେ ଦୁଇ ଦିନ ଧରି ଚାଲିଛି ୱାଇ-୨୦ ସମ୍ମିଳନୀ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୦ଟି ଦେଶର ୨୧ ଜଣ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‌ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ, ଶିକ୍ଷାବିତ ଓ ୫ଟି ଦେଶର କୂଟନୀତିଜ୍ଞଙ୍କୁ ଭୁବନେଶ୍ବରରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି ।

କିଟ୍‌ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନାରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବସୁଧୈବ କୁଟୁମ୍ବକମ ଉପରେ ଗୁରୁତ୍ବ ଦେଇଛନ୍ତି । ୱାଇ-୨୦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଦେଶୀମାନେ କହିଛନ୍ତି, ଓଡ଼ିଶାର ଲୋକମାନେ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ ବୋଲି ମତ ଦେବା ସହ ସେମାନଙ୍କ ଓଡ଼ିଶା ଗସ୍ତ କେବେ ବି ଭୁଲି ପାରିବେ ନାହିଁ । ଅନ୍ୟପଟେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, "ସମସ୍ତଙ୍କ ଅନୁରୋଧକୁ ରକ୍ଷାକରି ୨୦ଟି ଦେଶର ସାଂସଦ, କୂଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନେ ଏଠାକୁ ଆସିଥିବାରୁ ଏହା ଓଡ଼ିଶା ପାଇଁ ଗୌରବର ବିଷୟ । ସେଥିପାଇଁ ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଉଛି ।" ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଗବୀ ଇଣ୍ଡିଆର ସଭାପତି ତଥା ବଲିଉଡ଼ ଅଭିନେତା ରାହୁଳ ବୋଷ ।

ଏହା ମଧ୍ୟ ପଢ଼ନ୍ତୁ: Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ

ସୂଚନା ଅନୁଯାୟୀ, ଗତକାଲି ଠାରୁ (ଶୁକ୍ରବାର) ଦୁଇ ଦିନିଆ ଏହି ୱାଇ-୨୦ କନସଲଟେସନ ସମ୍ମିଳନୀ ଆୟୋଜିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ୱାଇ-୨୦ ପରାମର୍ଶ ଭାରତ ଏବଂ ୱାଇ-୨୦ ଦେଶରୁ ଛାତ୍ର, ଶିକ୍ଷାବିତ୍‌, ବ୍ୟବସାୟ ନେତା ଏବଂ ଆଧ୍ୟାତ୍ମିକ ନେତାମାନେ ଏକତ୍ର ହୋଇଛନ୍ତି । ଫୋରମ୍ ଯୁବକମାନଙ୍କ ପାଇଁ ବିଶ୍ୱସ୍ତରୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା, ଧାରଣା ଆଦାନ ପ୍ରଦାନ, ଅଭିନବ ଚିନ୍ତାଧାରା ବାଣ୍ଟିବା, ଆଲୋଚନା, ବୁଝାମଣା ସହ ଜଡିତ ହେବା ଏବଂ ଏକ ସହମତି ହାସଲ କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ପ୍ରଦାନ କରିଛି । ୱାଇ-୨୦ କନସଲଟେନସର ବିଷୟବସ୍ତୁ "ବସୁଧୈବ କୁଟୁମ୍ବକମ୍‌’ (ବିଶ୍ୱ ଏକ ପରିବାର) ଉପରେ ଗୁରୁତ୍ୱାରୋପ କରାଯାଇଛି । ଯୁବପିଢ଼ିଙ୍କ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ମିଳିତ ଭାବରେ ସାଂସ୍କୃତିକ ଏବଂ ଐତିହ୍ୟର ସଂରକ୍ଷଣ ତଥା ଜାତୀୟ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.