ETV Bharat / state

ସରକାରୀ ପ୍ରକଳ୍ପର ବିଫଳତା, ବାଲି ବନ୍ଧ ପକାଇ ଚାଷ ଜମିକୁ ପାଣି ମଡାଇଲେ ଚାଷୀ - ଖୋର୍ଦ୍ଧାରେ ଭାଙ୍ଗିଲା ନଦୀ ବନ୍ଧ

ଜିଲ୍ଲାରେ ଅନିୟମିତ ବର୍ଷା ଯୋଗୁ ଚଳିତ ବର୍ଷ ଚାଷ କାର୍ଯ୍ୟରେ ବ୍ୟାହତ ହେବା ସହ ବଢିଛି ଚାଷୀଙ୍କ ଚିନ୍ତା । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ବାଧ୍ୟ ହୋଇ ଚାଷୀମାନେ ସୋମବାର ବନ୍ଧରେ ବାଲି ବସ୍ତା ପକାଇ ଚାଷ ଜମିକୁ ପାଣି ମଡାଇବା ଦୃଶ୍ୟ ଦେଖିବାକୁ ମିଳିଛି ।

khurdha latest news, farmers agitation in khurdha, dam collapsed in khurdha, construction of sand dam in khurdha, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଖୋର୍ଦ୍ଧାରେ ତାତିଲେ ଚାଷୀ, ଖୋର୍ଦ୍ଧାରେ ଭାଙ୍ଗିଲା ନଦୀ ବନ୍ଧ, ଖୋର୍ଦ୍ଧାରେ ଚାଷୀଙ୍କ ବାଲି ବନ୍ଧ ନିର୍ମାଣ
ସରକାରୀ ପ୍ରକଳ୍ପର ବିଫଳତା, ବାଲି ବନ୍ଧ ପକାଇ ଚାଷ ଜମିକୁ ପାଣି ମଡାଇଲେ ଚାଷୀ
author img

By

Published : Sep 22, 2020, 1:33 PM IST

ଖୋର୍ଦ୍ଧା: ଜିଲ୍ଲାରେ ଅନିୟମିତ ବର୍ଷା ଯୋଗୁ ଚଳିତ ବର୍ଷ ଚାଷ କାର୍ଯ୍ୟରେ ବ୍ୟାହତ ହେବା ସହ ବଢିଛି ଚାଷୀଙ୍କ ଚିନ୍ତା । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ବିଭିନ୍ନ ନଦୀ ଓ ନାଳରେ ନିର୍ମାଣ କରାଯାଇଥିବା ଜଳସେଚନ ପ୍ରକଳ୍ପ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣ ହୋଇଥିବା ବନ୍ଧ ଭାଙ୍ଗି ଯିବାରୁ ଜଳସେଚନ ପ୍ରଭାବିତ ହୋଇଛି । ବାରମ୍ବାର ପ୍ରଶାସନ ଅଧିକାରୀମାନଙ୍କୁ ବନ୍ଧ ଭାଙ୍ଗିବା ସମ୍ପର୍କରେ ଗୁହାରି କରିବା ପରେ ବି କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଚାଷୀମାନେ ସୋମବାର ବନ୍ଧରେ ବାଲି ବସ୍ତା ପକାଇ ଚାଷ ଜମିକୁ ପାଣି ମଡାଇବା ଦୃଶ୍ୟ ଦେଖିବାକୁ ମିଳିଛି ।

ସରକାରୀ ପ୍ରକଳ୍ପର ବିଫଳତା, ବାଲି ବନ୍ଧ ପକାଇ ଚାଷ ଜମିକୁ ପାଣି ମଡାଇଲେ ଚାଷୀ

ଏ ହେଉଛି ସ୍ଥାନୀୟ ବୋଲଗଡ ବ୍ଳକ ଅସରଳା ପଞ୍ଚାୟତର । ଚାଷ ଜମି ପାଇଁ ଜଳସେଚନ ବ୍ୟବସ୍ଥା କରିବା ପାଇଁ 2 ବର୍ଷ ତଳେ 3 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୋଲଗଡ ବ୍ଳକ ଅସରଳା ପଞ୍ଚାୟତ ମାଳିବନ୍ଧଠାରେ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଥିଲା । ଲକ୍ଷ୍ୟ ଥିଲା ଅସରଳା ମାଗୁରା ଓ ପୁଆଣିଆ ଗ୍ରାମର ଶତାଧିକ ଏକର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା । କିନ୍ତୁ ଦୁଭାର୍ଗ୍ୟର ବିଷୟ କି ନିମ୍ନମାନ କାମ ଯୋଗୁଁ ବନ୍ଧ ଭାଙ୍ଗି ଯିବା ଫଳରେ ନଦୀରେ ପାଣି ଥାଇ ମଧ୍ୟ ଚାଷ ଜମିକୁ ପାଣି ଯାଇପାରୁନି । ଫଳରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନେ ଏକତ୍ରିତ ହୋଇ ନଦୀରେ ଏକ ବାଲି ବନ୍ଧ ପକାଇ ଚାଷଜମିକୁ ପାଣି ମଡାଉଥିବା ଦେଖାଯାଇଛି । ଯାହାକି ସରକାରଙ୍କ ଚାଷୀମାନଙ୍କ ପ୍ରତି କେତେ ଆନ୍ତରିକତା ଅଛି ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.