

ଏଥିରେ ସମ୍ମାନିତ ଅତିଥି ରୂପେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଆର ଭି ରାଜାକୁମାର ଉପସ୍ଥିତ ଥିଲେ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ଏବଂ ପ୍ରଫେସରଙ୍କୁ ଆଇଆଇଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଈଶ୍ୱରୀୟ ଶକ୍ତି ଉପରେ ରାଜ୍ୟପାଳ ନୀତିଶିକ୍ଷା ଦେଇଥିଲେ ।
ରାଜ୍ୟପାଳଙ୍କ ଦୀକ୍ଷାନ୍ତ ମୂଳକ ଭାଷଣରେ ଛାତ୍ରଛାତ୍ରୀ ବିମୁଗ୍ଧ ହୋଇଥିଲେ । ଶେଷରେ ଆଇଆଇଟି ପକ୍ଷରୁ ରାଜ୍ୟପାଳଙ୍କୁ ଉପହାର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ଓ ଆଇଆଇଟିର ଅଧ୍ୟାପକ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ