ETV Bharat / state

ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ, ଅଳ୍ପକେ ବର୍ତ୍ତିଲେ ମହିଳା - Gold chain robbery in khurda

ଖୋର୍ଦ୍ଧା ଜିଲ୍ଲାରେ ମୁକୁନ୍ଦ ପ୍ରସାଦ ଛକ ନିକଟରେ ଦିନ ଦ୍ବିପ୍ରହରରେ ଲୁଟେରାମାନେ ଲୁଟ କରିବାକୁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

Gold chain robbery attempt failed in Khurda
ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ, ଅଳ୍ପକେ ବର୍ତ୍ତିଲେ ମହିଳା
author img

By

Published : Dec 18, 2020, 6:41 PM IST

ଖୋର୍ଦ୍ଧା: ଜିଲ୍ଲାର ମୁକନ୍ଦ ପ୍ରସାଦ ଛକରେ ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ । ତେବେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ମହିଳା ବର୍ତ୍ତି ଯାଇଥିବା ବେଳେ ଲୁଟେରାଙ୍କ ଲୁଟ ଉଦ୍ୟମ ମଧ୍ୟ ପଣ୍ଡ ହୋଇଛି ।

ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ, ଅଳ୍ପକେ ବର୍ତ୍ତିଲେ ମହିଳା

ସୁନା ଚେନ ଲୁଟର ଉଦ୍ୟମ ହୋଇଥିବା ବେଳେ ସ୍କୁଟିରୁ ମହିଳା ଜଣକ ଖସି ପଡ଼ିଥିଲେ । ମହିଳା ନିଜର ଉପସ୍ଥିତ ବୁଦ୍ଧି ଖଟାଇବାରୁ ଲୁଟେରାଙ୍କ ଉଦ୍ୟମ ପଣ୍ଡ ହୋଇଗଲା । ଲୁଟ ଉଦ୍ୟମ ହୋଇଥିବା ମହିଳା ଜଣକ ହେଉଛନ୍ତି ରୀତା ସିଂ । ମହିଳା ଜଣକ ନିଜ ଭାଇ ସହ ନିରାକାରପୁରରୁ ଖୋର୍ଦ୍ଧା ଫେରୁଥିବା ବେଳେ ମୁକୁନ୍ଦ ପ୍ରସାଦ ଛକରେ ଚେନ ଲୁଟେରାମାନେ ସେମାନଙ୍କର ପିଛା କରି ମହିଳାଙ୍କ ବେକରୁ ଚେନ ଛିଡାଇଥିଲେ ।

ତେବେ ମହିଳା ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଚେନକୁ ଧରି ଗାଡିରୁ ଖସି ପଡ଼ିଥିଲେ । ଫଳରେ ଚେନ ତିନି ଖଣ୍ଡ ହୋଇଥିଲେ ମଧ୍ୟ ଲୁଟେରାମାନେ ଏହାକୁ ନେଇ ପାରିନଥିଲେ । ଲୁଟେରା 2 ଜଣ ଏକ ପଲସର ବାଇକ ଯୋଗେ ଆସିଥିବା ବେଳେ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ଦ୍ରୁତ ବେଗରେ ପଳାଇଥିଲେ। ଲୋକମାନେ ଘଟଣାସ୍ଥଳରେ ଜମା ହୋଇ ପୋଲିସ ନିଷ୍କ୍ରିୟତାକୁ ଦାୟୀ କରିଥିବାର ଦେଖିବାକୁ ମିଳିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.