ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ବିଧାନସଭାରେ ମୁଲତବୀ ନୋଟିସ, ମନ୍ତ୍ରୀ ଦେଲେ ଜବାବ - ଓଡିଶା ବିଧାନସଭା ଖବର

କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଆଣିଥିବା ମୁଲତବୀ ନୋଟିସର ଶୀର୍ଷକ ଥିଲା ‘‘ମମିତା ମେହେର ହତ୍ୟା ମାମଲାରେ ‘ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟ ଜଣକ ମୃତ୍ୟୁ ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ।’’ ବିଧାନସଭା ଶୁନ୍ୟକାଳରେ ମୁଲତବୀ ନୋଟିସ ଆଣି ବର୍ଷିଥିଲେ ବିରୋଧୀ । ଆଲୋଚନାରେ ଭାଗ ନେଇ କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ‘‘ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିନ୍ଧେକାଲା ପୋଲିସ ଗୋବିନ୍ଦ ସାହୁ ଓ ରାଧେଶ୍ୟାମକୁ ଗିରଫ କରିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 13, 2023, 8:02 PM IST

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ବିଧାନସଭାରେ ମୁଲତବୀ ନୋଟିସ, ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ଆଜି ଏହି ପ୍ରସଙ୍ଗକୁପ ନେଇ ବିଧାନସଭାରେ ମୁଲତବୀ ନୋଟିସ ଆଣି ରାଜ୍ୟ ସରକାରଙ୍କ ଜବାବ ମାଗିଥିଲା କଂଗ୍ରେସ ।

କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଆଣିଥିବା ମୁଲତବୀ ନୋଟିସର ଶୀର୍ଷକ ଥିଲା ‘‘ମମିତା ମେହେର ହତ୍ୟା ମାମଲାରେ ‘ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟ ଜଣକ ମୃତ୍ୟୁ ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ।’’ ବିଧାନସଭା ଶୁନ୍ୟକାଳରେ ମୁଲତବୀ ନୋଟିସ ଆଣି ବର୍ଷିଥିଲେ ବିରୋଧୀ । ଆଲୋଚନାରେ ଭାଗ ନେଇ କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ‘‘ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିନ୍ଧେକାଲା ପୋଲିସ ଗୋବିନ୍ଦ ସାହୁ ଓ ରାଧେଶ୍ୟାମକୁ ଗିରଫ କରିଥିଲା । ତାଙ୍କ ବିରୋଧରେ 302, 201 ଓ 120B ଷଡଯନ୍ତ୍ର ଭଳି ଦଫା ଲାଗିଥିଲା । ହେଲେ ପୋଲିସ 120B ଦିଗ ଉପରେ ପୋଲିସ କୌଣସି ତଦନ୍ତ କଲା ନାହିଁ । ଗୋବିନ୍ଦ ସାହୁକୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କଲେ । ଏପରିକି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ କେ. ଗାଁ ଥାନାରେ ତାଙ୍କ ସ୍ବାମୀଙ୍କ ହତ୍ୟା ହୋଇଥିବା ଅଭିଯୋଗ କରି ଏତଲା ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲେ କଣ୍ଟାବାଞ୍ଜି ସବଜେଲରେ 16 ଟି ସିସିଟିଭି କ୍ୟାମେରା ଲାଗିଛି । ଜଣେ ବିଚାରଧୀନ କଏଦୀ ଯାଉଛି । ଏକ ଓଜନିଆ କାଠ ଗଣ୍ଡି ଏକାକୀ ଉଠାଇ 6 ଫୁଟ ଉପରେ ଆତ୍ମହତ୍ୟା କରୁଛି । କିନ୍ତୁ କୌଣସି ଦୃଶ୍ୟ ସିସିଟିଭିରେ ଆସିଲା ନାହିଁ । ଯାହା ବିଶ୍ବାସଯୋଗ୍ୟ ନୁହେଁ । କ୍ରାଇମବ୍ରାଞ୍ଚ 24 ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକଥା । ହେଲେ ଆଜି ପର୍ଯ୍ୟନ୍ତ ଦେଇପାରିଲା ନାହିଁ । ଏହାକୁ ନେଇ ଆଜି ବିରୋଧୀ ଦଳ ପକ୍ଷରୁ ରୁଲ-58 ରେ ମୁଲତବୀ ନୋଟିସ ଦିଆଯାଇଥିଲା ।

ଏହାବି ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା

ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ଷଡ଼ଯନ୍ତ୍ର। ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। କିନ୍ତୁ ତଦନ୍ତରେ ସେମିତି କିଛି ଦିଗ ପ୍ରତି ଧ୍ୟାନ ଦିଆଗଲାନାହିଁ । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଗୋବିନ୍ଦ ସାହୁ ହତ୍ୟା ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଦଳ କହିଛି ଗତ 9 ବର୍ଷ ମଧ୍ୟରେ 189 କେଶ ରେ ମାତ୍ର 62 କେଶରେ ଚାର୍ଜସିଟ ଦେଇଛି କ୍ରାଇମବ୍ରାଞ୍ଚ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଶାସକ ଦଳ ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି ଜଣେ ଅପରାଧୀ ବିଷୟରେ ଆଲୋଚନା କରି ଗୃହରେ ସମୟ ନଷ୍ଟ କରାଯାଇଛି। ଏତେ ବଡ଼ ଅପରାଧରେ ସଂଶ୍ଲିଷ୍ଟ ବ୍ୟକ୍ତିକୁ ନେଇ ଏତେ ଆଲୋଚନା କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି, ପ୍ରସଙ୍ଗ ଗୋଟିଏ ଆଲୋଚନା ଆଉ ଗୋଟିଏ। ଗୃହରେ ଏପରି କରି ସମୟ ନଷ୍ଟ କରାଯାଉଛି। ଯଦି ଏହି ସବୁ ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରାଯିବ ତେବେ ସାଢେ ଚାରି କାଟି ଓଡ଼ିଆଙ୍କ ପ୍ରସଙ୍ଗ କିଏ ଉଠାଇବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ମୁଲତବୀ ନୋଟିସ ଉପରେ ଉତ୍ତର ରଖିଛତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି ‘‘ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ସହ ନ୍ୟାୟିକ ତଦନ୍ତ ଚାଲିଛି । ସ୍ଥାନୀୟ ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ତଥ୍ୟକୁ ଭିତ୍ତିକରି ତଦନ୍ତ କରାଯାଉଛି । ଗୋବିନ୍ଦ ସାହୁର ପୋଷକରୁ ମିଳିଥିବା ଲଫାପା ପୋଲିସ ପାଖରେ ଅଛି । ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ ଆଇନର ଆଶ୍ରୟ ନେଇପାରିବେ। ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ବିରୋଧୀ ଯେଉଁ ୧୨୦-ବି କଥା କହୁଛନ୍ତି ତଦନ୍ତକାରୀ ଅଧିକାରୀ ଯଦି ଅନୁଭବ କରିବେ ତଦନ୍ତ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଆଜି ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ଶାସକ ଦଳ ବିଧାୟକ । ଯାହାକୁ ନେଇ ବିଧାନସଭା ବାହାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.