ETV Bharat / state

Ghost Vaccinated ! ଟୀକାକରଣରେ ଚରମ ଅବହେଳା, ଭୂତ ନେଲା କୋଭିଡ୍ ଭ୍ୟାକ୍ସିନ - ଖୋର୍ଦ୍ଧାରେ ମୃତକଙ୍କୁ ମିଳିଲା କୋଭିଡ ଭାକ୍ସିନ୍‌

ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଭିଁଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି । ଏଥିପାଇଁ ମଣିଷ ତ ମଣିଷ, ଭୂତମାନେ ବି କୋଭିଡ ସଂକ୍ରମଣ ଭୟରେ ଟିକା ନେବା ଆରମ୍ଭ କରିଛନ୍ତି ! ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ଟୀକାକରଣ ଅବ୍ୟବସ୍ଥା, ଭୂତକୁ କୋରୋନା ଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ

author img

By

Published : Dec 16, 2021, 7:47 PM IST

ଖୋର୍ଦ୍ଧା: କୋଭିଡ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଗୋଟିଏ ମାତ୍ର ଉପାୟ ହେଉଛି ସଠିକ ସମୟରେ ଟିକା ନେବା । ପୁଣି ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଭିଁଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି । ଏଥିପାଇଁ ମଣିଷ ତ ମଣିଷ, ଭୂତମାନେ ବି କୋଭିଡ ସଂକ୍ରମଣ ଭୟରେ ଟିକା ନେବା ଆରମ୍ଭ କରିଛନ୍ତି । କୌଣସି ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟଙ୍ଗାତ୍ମକ କରିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଖୋର୍ଦ୍ଧା ଜିଲ୍ଲା କିଛି ଏଭଳି ଘଟଣା ଘଟିଛି ଯେଉଁଥିରୁ ଭୂତମାନେ ମଧ୍ୟ କୋଭିଡ ଟିକା ନେଉଥିବା ବିଶ୍ବାସ କରିବାକୁ ବାଧ୍ୟ କରିଛି ।

ଖୋର୍ଦ୍ଧାରେ ଟୀକାକରଣ ଅବ୍ୟବସ୍ଥା, ଭୂତକୁ କୋରୋନା ଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ
ଖୋର୍ଦ୍ଧାରେ ଟୀକାକରଣ ଅବ୍ୟବସ୍ଥା, ଭୂତକୁ କୋରୋନା ଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ

ଖୋର୍ଦ୍ଧା ପୌରାଞ୍ଚଳର ଆଇନଜୀବୀ ପ୍ରଫୁଲ୍ଲ ଦାସଙ୍କ ମାଆ ଇନ୍ଦୁମତୀ ଦେବୀଙ୍କ ଗତ ଅଗଷ୍ଟ ୨୪ ତାରିଖରେ ମୃତ୍ୟୁ ହୋଇଥିଲା । ତେବେ ଗତ ଡିସେମ୍ବର ୧୩ ତାରିଖରେ ଇନ୍ଦୁମତୀ ଦେବୀ କୋଭିସିଲ୍‌ଡର ଦ୍ବିତୀୟ ଡୋଜ୍‌ ନେଇଥିବା ପ୍ରଫୁଲ୍ଲଙ୍କ ମୋବାଇଲକୁ ମେସେଜ ଆସିିଛି । ଖାଲି ସେତିକି ନୁହେଁ ଇନ୍ଦୁମତୀଙ୍କୁ ମାତାଜୀ ବେହେରା ନାମକ ସ୍ୱାସ୍ଥ୍ୟକର୍ମୀ ଟିକା ଦେଇଥିବା ପ୍ରମାଣ ପତ୍ର ଉଲ୍ଲେଖ ହୋଇଛି । ଏହି କୋଭିଡ ଟୀକାକରଣ ପଞ୍ଜୀକୃତ ସଂଖ୍ୟା ହେଉଛି ୩୮୨୨୦୨୧ । ଏହାପରେ ଜିଲ୍ଲାରେ କୋଭିଡ ଟୀକାକରଣ ପଦ୍ଧତି ତଥା ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଅଗଷ୍ଟ ୨୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଟ୍ରମା କେୟାରରେ ବାର୍ଦ୍ଧକ୍ୟ ଯୋଗୁଁ ଇନ୍ଦୁମତୀ ଦେବୀ ଆରପାରିକୁ ଚାଲି ଯାଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ସେ ତାଙ୍କ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇନ୍ଦୁମତୀ ଦେବୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ମଧ୍ୟ ଦେଇଛି । ଏହାକୁ ନେଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.