ETV Bharat / state

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ପ୍ରେମ ନିବେଦନ, ରସିକିଆ ମାଷ୍ଟର ଗିରଫ - teacher misbehaving student

ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଅଶାଳୀନ ବ୍ୟବହାର କରି ଗିରଫ ହୋଇଛନ୍ତି ଶିକ୍ଷକ। ଏନେଇ ଭରତପୁର ଥାନାରେ ଅଭିଭାବକଙ୍କ ଅଭିଯୋଗ ପରେ ପୋଲିସ ଭୁଗୋଳ ଶିକ୍ଷକଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ

ଗିରଫ ହେଲେ ରସିକିଆ ଶିକ୍ଷକ
ଗିରଫ ହେଲେ ରସିକିଆ ଶିକ୍ଷକ
author img

By

Published : Jul 20, 2023, 8:33 PM IST

Updated : Jul 20, 2023, 8:48 PM IST

ଭୁବନେଶ୍ବର: ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଶିକ୍ଷକ ହଟହଟା ହୋଇଥିବାବେଳେ ଏହି ମାମଲା ଥାନାରେ ପହଞ୍ଚିଥିଲା । ଛାତ୍ରୀଙ୍କ ଘର ଲୋକ ଶିକ୍ଷକଙ୍କ ବିରୋଧରେ ଭରତପୁର ଥାନାରେ ଏତଲା ଦେଇଥିବାବେଳେ ଶିକ୍ଷକଙ୍କୁ ଅଟକ ରଖିଥିଲା ପୋଲିସ । ଏନେଇ ପୋଲିସ ପକ୍ଷରୁ ଶିକ୍ଷକଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ପାଇବା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରିଛି ପୋଲିସ ।

ଶିକ୍ଷକ ଜଣକ ହେଉଛନ୍ତି ଭରତପୁର ସରସ୍ଵତୀ ଶିଶୁ ମନ୍ଦିରର କାଳୁ ଚରଣ ବଡ଼ ଜେନା । ସୂଚନା ଅନୁସାରେ, ଶିକ୍ଷକ ଜଣକ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦେଇଥିଲେ। ଆଉ ପ୍ରଶ୍ନପତ୍ର ଦେବା ପରେ ବିବାହ କରିବା କଥା କହିଥିଲେ । ପରେ ଛାତ୍ରୀଙ୍କୁ ସ୍କୁଲ ପରିସରରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଫୋନ କଲ୍ ଓ ଚାଟ୍‌ରେ ସମ୍ପର୍କର ରଖିବା ପାଇଁ ମଧ୍ୟ କହିଥିଲେ । ପରେ ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ସ୍କୁଲକୁ ଆସିଥିଲେ ଛାତ୍ରୀଙ୍କ ଅଭିଭାବକ । ଏହି ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଓ ସେକ୍ରେଟାରୀ ନବଘନ ବାରିକ ସ୍କୁଲକୁ ଡାକିଥିଲେ ସେହି ଛାତ୍ରୀଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କମ୍ପ୍ରମାଇଜ କରିବା ବଦଳରେ ଆକ୍ରମଣ କରିବାରୁ ଛାତ୍ରୀ ଓ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଏନେଇ ଛାତ୍ରୀଙ୍କ ବାପା କହିଛନ୍ତି, "ଭୂଗୋଳ ଶିକ୍ଷକଙ୍କର ଏଭଳି ଆଚରଣ ବିଦ୍ୟାଳୟ ପରିସରକୁ କଳଙ୍କିତ କରୁଛି। ଶିକ୍ଷକଙ୍କୁ ବଞ୍ଚାଇବାର ପ୍ରୟାସ ଦ୍ବାରା ବିଦ୍ୟାଳୟ ପରିଚାଳନା କମିଟି ବି ଅପରାଧ କରିଛନ୍ତି । କାରଣ ବିଦ୍ୟାଳୟରେ ହିଁ ଶିକ୍ଷକଙ୍କ ରସିକପଣିଆ ଓ କରିଥିବା ଅଶାଳୀନ ବ୍ୟବହାରକୁ ଚାପି ଦେଇଥିଲା ପରିଚାଳନା କମିଟି ।" ଏହାକୁ ବିରୋଧ କରିବାରୁ ହିଁ ପରିଚାଳନା କମିଟି ସଦସ୍ୟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ଦେଖନ୍ତୁ...Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ

ଘଟଣା ପରେ ଶିକ୍ଷକ ଜଣକ ଭୁଲ ମାଗିବା ସହ ଏଭଳି ଅଶାଳୀନ କାର୍ଯ୍ୟ ଆଗକୁ କରିବେ ନାହିଁ ବୋଲି ଲିଖିତ ଆକାରରେ ଦେବାକୁ ଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଥିଲା । ଆଉ ଏତିକି କହିବାରୁ ପ୍ରଥମେ ବଚସା ପରେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାକୁ ନେଇ ଛାତ୍ରୀଙ୍କ ବାପା ଉଦବେଗ ପ୍ରକାଶ କରିଥିବାବେଳେ ଭୂଗୋଳ ଶିକ୍ଷକଙ୍କ ସମେତ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ଦେବା ସହ ଉଭୟଙ୍କୁ ବି ଗିରଫ କରିବାର ଦାବି କରିଥିଲେ । ଆଉ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇ ଶିକ୍ଷାର ମନ୍ଦିରକୁ ସୁରକ୍ଷା ଦେବା ପାଇଁ କହିଛନ୍ତି । ସେପଟେ ଝଗଡ଼ାର ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2023, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.