ETV Bharat / state

ସ୍କୁଲ ଭଳି କଲେଜର ମଧ୍ୟ ବଦଳିବ ଚେହେରା, ରୂପାନ୍ତର ହେବ ଗଞ୍ଜାମର ୧୧ଟି ଶିକ୍ଷାନୁଷ୍ଠାନ

author img

By

Published : Jul 11, 2023, 10:52 PM IST

ଗଞ୍ଜାମରେ ସ୍କୁଲ ଭଳି ବଦଳିବ କଲେଜର ରୂପ । ‘ମୋ କଲେଜ’ ଅଭିଯୋନରେ ଉଚ୍ଚଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି । ଅଧିକ ପଢ଼ନ୍ତୁ

‘ମୋ କଲେଜ’ ଅଭିଯୋନରେ ଗଞ୍ଜାମ ଉଚ୍ଚ ଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି

ଭୁବନେଶ୍ବର: ସ୍କୁଲ ଭଳି କଲେଜର ମଧ୍ୟ ଆରମ୍ଭ ହୋଇଛି ରୂପାନ୍ତରୀକରଣ । ‘ମୋ କଲେଜ’ ଅଭିଯୋନରେ ଉଚ୍ଚଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି। ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ହେବ ବିକାଶ । ୮ ଟି ଉଚ୍ଚ ମାଧ୍ୟମିକ ଓ ୩ଟି ଡିଗ୍ରୀ କଲେଜ ସାମିଲ ହୋଇଛି । ତେବେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀ ଗୃହରେ ବ୍ୟବସ୍ଥା କରାଯିବ। ଏନେଇ ଖର୍ଚ୍ଚ ହେବ ୯ କୋଟି ଟଙ୍କା ।

ସ୍କୁଲ ଭଳି କଲେଜର ମଧ୍ୟ ବଦଳିବ ରୂପରଙ୍ଗ । ଉଚ୍ଚଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି। କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହ ସହ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ। ସ୍କୁଲ ଭଳି ଏବେ କଲେଜ କ୍ୟାମ୍ପସର ରୂପରେଖ ବଦଳିବ। ଅତ୍ୟାଧୁନିକ ବ୍ୟବସ୍ଥାରେ ଚମିକବ ପୂରା କଲେଜ। ଏଥିପାଇଁ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇଛି ୫-ଟି । ତେବେ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ। ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରୀକରଣ କରାଯିବ।

ଏନେଇ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ୍‍ ଲିମିଟେଡ୍‍ର ସିଏସ୍‍ଆର୍‍ ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣରେ ଲାଗିବ। କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନର ପକ୍ଷରୁ ପ୍ରଦାନ କରାଯାଇଛି । ତେବେ ଏହି ଅର୍ଥରାଶିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‍ର ଗନ୍ଦଳା-ବେଲଗାମସ୍ଥିତ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମାସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁୁସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାସନସ୍ଥିତ ଓଏଭିଏସ୍‍ ହିଞ୍ଜିଳିକାଟୁ କଲେଜମାନଙ୍କରେ ଖର୍ଚ୍ଚ କରାଯିବ ।

ଅଧିକ ପଢନ୍ତୁ: ଫୋକସରେ ଗୁଣାତ୍ମକ ଶିକ୍ଷା, ପାଠ ପଢାଇବା ପାଇଁ ୩୦୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଏହାସହ ସେରଗଡ ଓଏଭି, ଏବଂ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ସାମିଲ କରାଯାଇ ଏହାକୁ ଉନ୍ନତି କରାଯିବ। ଏହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ, ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ୍‍, କମନ୍‍ରୁମ୍‍ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ। ଏହାସହ ଇ-ଲାଇବ୍ରେରୀ, କଲେଜ କ୍ୟାମ୍ପସ୍‍ର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କଲେଜରେ ବାସ୍କେଟବଲ୍‍, ଭଲିବଲ୍‍ କୋର୍ଟ ତିଆରି ମଧ୍ୟ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.