ETV Bharat / state

ଗ୍ୟାଙ୍ଗଷ୍ଟର ସହଯୋଗୀଙ୍କୁ ବିଜେଡି ଉପସଭାପତି ପଦ; ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ

author img

By

Published : Jul 19, 2023, 3:18 PM IST

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ବାପୁ ପରିଡାଙ୍କୁ ଜଗତସିଂହପୁର ଜିଲ୍ଲା ଉପସଭାପତି ଦାୟିତ୍ବ ଦେଲା ବିଜେଡି । ଏନେଇ ପ୍ରଶାନ୍ତଙ୍କୁ ଦୋଷ ଦେଲେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ଅଧିକ ପଢନ୍ତୁ

ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ
ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ

ଭୁବନେଶ୍ବର: ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋର ସହଯୋଗୀକୁ ବିଜେଡି ଜିଲ୍ଲା ଉପସଭାପତି ଦାୟିତ୍ୱ । ଜଗତସିଂହପୁର ଜିଲ୍ଲା ଉପସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ଦାୟିତ୍ୱ ମିଳିଛି । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ରାଜନୀତି । ଘଟଣାକୁ ନେଇ ପାରାଦ୍ୱୀପ ବିଜେଡିରେ ବିବାଦ ବଢିବାରେ ଲାଗିଛି । ୨୦୧୮ ମସିହାରେ ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କ୍‌ରେ ବାପୁ ପରିଡ଼ାଙ୍କୁ ଗିରଫ କରିଥିଲା ଓଡ଼ିଶା ପୋଲିସ ଏସଟିଏଫ ।

ଏସଟିଏଫ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲେ ବାପୁ । ହତ୍ୟା, ଦାଦାବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ଅପରାଧିକ ମାମଲା ତାଙ୍କ ନାଁରେ ରହିଛି । ସେ ବିଭିନ୍ନ ଅପରାଧରେ ସମ୍ପୃକ୍ତି ଥିବା ଏସଟିଫ ପ୍ରମାଣ ପାଇଥିଲା । ଜଣେ ପେଶାଦାର ଅଭିଯୁକ୍ତକୁ ଏବେ ଦଳର ବରିଷ୍ଠ ଉପସଭାପତି ପଦ ମିଳିବା ପରେ ବିବାଦ ବଢିଛି । ଏହାକୁ ନେଇ ରାଜ୍ୟ ତଥା ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି । ବାପୁଙ୍କୁ ନେଇ ଜଗତସିଂହପୁରର ବିଜେଡି ସଂଗଠନ ଦୁଇ ଫାଳ ହୋଇଛି ।
ଏହାମଧ୍ୟ ପଢନ୍ତୁ: ଚିରଞ୍ଜୀବି-ମୋକିମ ନିଲମ୍ବନକୁ ବିରୋଧ, ପିସିସି ସଭାପତିଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ

ଏନେଇ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ, ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ଦଳ ପକ୍ଷରୁ ଆମକୁ କୁହାଯାଇଥିଲା । ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ଲିଷ୍ଟକୁ ଆସିଲା ମୁଁ ଜାଣିନାହିଁ । ତା ନାଁ ଲିଷ୍ଟରେ ଆସିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି ।

ପ୍ରଶାନ୍ତଙ୍କୁ ଦୋଷ ଦେଲେ ପାରାଦ୍ୱୀପ ବିଧାୟକ: ସମ୍ବିତ ଆହୁରି ମଧ୍ୟ କହିଛନ୍ତି, "ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି । ବାପୁ ନାଁରେ କେସ୍ ଅଛି । ବାପୁ ଦଳର ସଦସ୍ୟ ଥିଲେ । ତାକୁ ପଦପଦବୀ ଦେବା ପାଇଁ ମୁଁ ସୁପାରିଶ କରିନାହିଁ । ଦଳରେ ପଦ ପଦବୀ ଅଥବା ଉପସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ । ମୋତେ ନାଁ ଗୁଡା ଅସ୍ବାଭାବିକ ଲାଗିବା ପରେ ମୁଁ ଏ ବାବଦରେ ପ୍ରଶାନ୍ତ ମୁଦୁଲିଙ୍କୁ ପଚାରିଥିଲି । ସେ ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନାହିଁ । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତିଙ୍କୁ ବିଶେଷକୁ ପଦପଦବୀ ପାଇଁ ବାଛିବା ଦରକାର । ଉପ ସଭାପତି ପଦବୀଟା ବି ବହୁ ଗୁରୁତ୍ୱପୂର୍ଣ୍ଣ । ଦଳ ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବା ଦରକାର ନାହିଁ । ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ । ସବୁକିଛି ଜାଣୁଛନ୍ତି ଏଇ କଥା ବି ଜାଣିବେ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.